ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଶାକାହାରୀରୁ ମାଂସାଶୀ ହେଲେ ‘କିଲର୍‌’ ଗୁଣ୍ଡୁଚି, ମଞ୍ଜି-ଫଳ ବଦଳରେ ଖାଉଛନ୍ତି ମାଂସ

Published By : Prameya | December 21, 2024 11:09 AM

ନୂଆଦିଲ୍ଲୀ ୨୧/୧୨: ମାଟିରେ, ତାରରେ, ଗଛରେ ଦୌଡୁଥିବା ଗୁଣ୍ଡୁଚିମୂଷାଙ୍କୁ ବାଦାମ, ମଞ୍ଜି, ଫଳ, ଫୁଲ, ପତ୍ର ଖାଉଥିବା ଆମେ ଦେଖିଆସିଛୁ । କିନ୍ତୁ ଏବେ ସେମାନେ ମାଂସାଶୀ । ‘କିଲର୍‌’ ଗୁଣ୍ଡୁଚି ହୋଇଗଲେଣି । କାଲିଫର୍ଣ୍ଣିଆର କିଛି ପାର୍କରେ ଏହି ଘଟଣା ସାମ୍ନାକୁ ଆସିଛି । ଖାସ୍‌କରି କୋଣ୍ଟ୍ରା କୋଷ୍ଟା କାଉଣ୍ଟିର ସ୍ଥାନୀୟ ପାର୍କରେ । ଅତି ସୁନ୍ଦର ଓ ସରଳ ଦିଶୁଥିବା ଗୁଣ୍ଡୁଚିମୂଷା ହଠାତ୍‌ ହତ୍ୟାକାରୀ ପାଲଟିଯିବେ, ତାହା କଳ୍ପନା ବାହାରେ । ପାର୍କଗୁଡ଼ିକରେ ଆଜିକାଲି ଏମାନେ ମୂଷା ଆକାରର ଛୋଟ ଜୀବ ଭୋଲ୍‌ଙ୍କୁ କାମୁଡ଼ି ଖାଉଥିବା ଦେଖିବାକୁ ମିଳୁଛି । ପ୍ରଥମେ ଅତି ନିର୍ମମ ଭାବେ ଏମାନେ ଭୋଲ୍‌ଙ୍କୁ ଶିକାର କରୁଛନ୍ତି, ତା’ପରେ ଶରୀରରୁ ମାଂସ ଟାଣି ଟାଣି ଖାଉଛନ୍ତି । ଏହା ଏକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ।

ଏହି ଘଟଣାକୁ ବୈଜ୍ଞାନିକମାନେ କ୍ୟାମେରାରେ କଏଦ କରିଛନ୍ତି । ବ୍ରିୟୋନ୍ସ ରିଜନାଲ ପାର୍କରେ ଏହି ଦୃଶ୍ୟ ବୈଜ୍ଞାନିକଙ୍କୁ ଚକିତ କରିଛି । ଏଠାରେ ଭୋଲ୍‌ଙ୍କ ସଂଖ୍ୟା ବଢ଼ିଛି । ଗୁଣ୍ଡୁଚିମୂଷା ସେମାନଙ୍କର ଶିକାର କରୁଛନ୍ତି । ଗୁଣ୍ଡୁଚିଙ୍କର ଏହି ବ୍ୟବହାରିକ ପରିବର୍ତ୍ତନ ସମ୍ପର୍କିତ ଅଧ୍ୟୟନ ଜର୍ନାଲ ଅଫ୍‌ ଇଥୋଲୋଜିରେ ପ୍ରକାଶ ପାଇଛି । ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ ଓ ୟୁନିଭର୍ସିଟି ଅଫ୍‌ ୱିସ୍‌କନ୍‌ସିସ-ଇୟୁ କ୍ଲେୟର୍‌ର ବିଦ୍ୟାର୍ଥୀମାନେ ଗତ ୧୨ ବର୍ଷରୁ ନିରନ୍ତର ବ୍ରିୟୋନ୍ସ ରିଜନାଲ ପାର୍କରେ ଏହି ଗୁଣ୍ଡୁଚିଙ୍କ ଉପରେ ଅଧ୍ୟୟନ କରିଛନ୍ତି । କିନ୍ତୁ ପ୍ରଥମ ଥର ଏ ବର୍ଷ ଖରାଦିନେ କିଛି ଭିନ୍ନ ଓ ଆଶ୍ଚର୍ଯ୍ୟଚକିତ ଦୃଶ୍ୟ ସେମାନେ ଦେଖିଲେ । ଅଧ୍ୟୟନକର୍ତ୍ତା ପ୍ରଫେସର ଜେନିଫର ସ୍ମିଥ୍‌ ‘ଟିମ୍‌ ସ୍କ୍ୱିରେଲ୍‌’ ଗଠନ କରି ଗୁଣ୍ଡୁଚିମୂଷାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଲେ । 

ମାଂସାଶୀ ଗୁଣ୍ଡୁଚିମାନଙ୍କର ସେମାନେ ଭିଡିଓ ପ୍ରସ୍ତୁତ କଲେ, ଫଟୋ ଉଠାଇଲେ । ଏଥିରୁ ଜଣାପଡ଼ିଲା, ସେଠାରେ ବିଚରଣ କରୁଥିବା କାଲିଫର୍ଣ୍ଣିଆନ୍‌ ଗ୍ରାଉଣ୍ଡ ଗୁଣ୍ଡୁଚିମୂଷା ଶାକାହାରୀ । ଏମାନେ କେବେ ପୋକ, ଅଣ୍ଡା, ଛୋଟ ପକ୍ଷୀ କିମ୍ବା ମୂଷାଙ୍କ ଉପରେ ଆକ୍ରମଣ କରୁନଥିଲେ । କିନ୍ତୁ ଯେତେବେଳେ ଭୋଲ୍‌ଙ୍କ ଉପରେ ଆକ୍ରମଣ ଆରମ୍ଭ କଲେ, ଲୋକଙ୍କ ନଜରକୁ ଆସିଲା ଏବଂ ଅଧ୍ୟୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କଲା । ଏହି ଗୁଣ୍ଡୁଚିମୂଷା ଭୋଲ୍‌କୁ ବେକ କିମ୍ବା ମୁଣ୍ଡକୁ କାମୁଡ଼ି କାବୁ କରନ୍ତି । ପ୍ରଥମେ ତା’ର ମୁଣ୍ଡ ଓ ତା’ପରେ ହାଡ଼ରୁ ମାଂସ ଟାଣି ଟାଣି ପୂରା ଖାଇଦିଅନ୍ତି । କିଛି ଗୁଣ୍ଡୁଚି ଅନ୍ୟର ଶିକାରକୁ ଚୋରିକରି ମଧ୍ୟ ନେଇଯାଆନ୍ତି ।

ଏ ବର୍ଷ ଏହି ପାର୍କରେ ଭୋଲ୍‌ଙ୍କ ସଂଖ୍ୟା ଖୁବ୍‌ ବଢ଼ିଛି । ପୂର୍ବରୁ ଏମାନଙ୍କ ସଂଖ୍ୟା ସନ୍ତୁଳିତ ଥିଲା । ଅନେକ ବର୍ଷରେ ଥରେ ଏମାନଙ୍କ ସଂଖ୍ୟା ବଢ଼େ । ଅର୍ଥାତ୍‌ ୩-୫ ବର୍ଷରେ । ଗତ ଦଶ ବର୍ଷର ହାରାହାରି ସଂଖ୍ୟାଠୁ ୭ ଗୁଣ ଅଧିକ ଏ ବର୍ଷ ଭୋଲ୍‌ଙ୍କ ସଂଖ୍ୟା ବଢ଼ିଛି । ଭୋଲ୍‌ଙ୍କ ସଂଖ୍ୟାକୁ ନିୟନ୍ତ୍ରିତ କରିବାକୁ ଗୁଣ୍ଡୁଚିମୂଷାଙ୍କୁ ଏହି ପରିବର୍ତ୍ତନକୁ ଆପଣେଇବାକୁ ପଡ଼ିଲା ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଲେ । ଏହା ଦ୍ୱାରା ସେମାନେ ନିଜ ଖାଦ୍ୟପେୟକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । କାରଣ ମୂଷା ଭଳି ଏହି ଜୀବ ଗୁଣ୍ଡୁଚିମୂଷାଙ୍କ ଖାଦ୍ୟ ଖାଇଯାଆନ୍ତି । ସେଥିପାଇଁ ଗୁଣ୍ଡୁଚି ସେମାନଙ୍କୁ ଶିକାର କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.