ନୂଆଦିଲ୍ଲୀ, ୨୧/୧୨ : ଋଷରେ ୯/୧୧ ଭଳି ଆଟାକ୍। କଜାନ ସହରରେ ଭୟଙ୍କର ସିରିଜ୍ ଡ୍ରୋନ୍ ଆକ୍ରମଣ। ୩ଟି ଉଚ୍ଚ ଅଟ୍ଟାଳିକା ଉପରେ ମାଡ଼ ହେଲା ୮ଟି ବିସ୍ଫୋଟକ ଭରା ଡ୍ରୋନ୍। ଘଟଣାସ୍ଥଳରେ ଜୋରଦାର୍ ଉଦ୍ଧାର କାର୍ଯ୍ୟ ଆରମ୍ଭ । ଆକ୍ରମଣ ପରେ କଜାନ ବିମାନ ବନ୍ଦରରେ ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି। କଜାନ ସହରରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି। ଆଖପାଖ ଅଞ୍ଚଳରେ ସ୍କୁଲ କଲେଜ ଗୁଡ଼ିକୁ ବନ୍ଦ କରିଦିଆଯାଇଛି। ୧୨ଟି ଡ୍ରୋନ୍କୁ ଋଷ ବାୟୁସେନା ନଷ୍ଟ କରି ଦେଇଛି। ଏହି ଆକ୍ରମଣରେ ଏଯାବତ୍ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆକ୍ରମଣ ପଛରେ ୟୁକ୍ରେନ୍ର ହାତଥିବା ଋଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଡ୍ରୋନ୍ ଆକ୍ରମଣ ବେଳର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ସୂଚନାନୁଯାୟୀ, ଋଷର ରାଜଧାନୀ ମସ୍କୋ ଠାରୁ ପ୍ରାୟ ୮୦୦ କିମି ପୂର୍ବ ଏବଂ ୟୁକ୍ରେନ ସୀମା ଠାରୁ ପ୍ରାୟ ୯୦୦ କିମି ଦୂରରେ ଅବସ୍ଥିତ କଜାନ ସହର। ଏହାର ଜନସଂଖ୍ୟା ପାଖାପାଖି ୧୪ ଲକ୍ଷ ରହିଛି। ବିଗତ ଦିନରେ ବ୍ରିକ୍ସ ସମ୍ମିଳନୀକୁ ନେଇ ଏହି ସହର ଚର୍ଚ୍ଚାକୁ ଆସିଥିଲା। ଚଳିତ ବର୍ଷ କଜାନରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହୋଇଥିଲା। ପ୍ରଥମ ଥର ପାଇଁ ୟୁଏଇ, ଇରାନ, ମିଶର ଏବଂ ଇଥିଓପିଆକୁ ସଦସ୍ୟ ଭାବେ ସାମିଲ କରାଯାଇଥିଲା।