ପ୍ରମୂଖ ଖବର
  • ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ
  • ||
  • ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଲେ ଅପରାଜିତା
  • ||
  • କଟକ : ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ
  • ||
  • ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ, ମହାକାଶରୁ ସୁନୀତା ୱିଲିୟମ୍ସ, ୱିଲମୋର ବୁଚଙ୍କର ଫେରିବା ହେବ ବିଳମ୍ବ
  • ||
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ
  • ||
  • ବାଲେଶ୍ୱର : ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା, ଅଭିଯୁକ୍ତ ଅଟକ
  • ||
  • ଉତ୍ତରାଖଣ୍ଡ ଡେରାଡୁନରେ ହିଟି ଆଣ୍ଡ ରନ୍‌, କାର ଧକ୍କାରେ ୪ ଶ୍ରମିକଙ୍କ ଚାଲିଗଲା ଜୀବନ, ୨ ଜଣ ଗୁରୁତର
  • ||
  • ବଡ଼ଦେଉଳରେ ଦୋଳ ଉତ୍ସବ: ଆଜି ମେଣ୍ଢାପୋଡ଼ି, ଦୋଳବେଦିରେ ବିଜେ ହେବେ ଠାକୁରେ
  • ||
  • ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହେଲା ଶୁଭଖଣ୍ଟି: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୨୮ରେ ଶେଷ
  • ||
  • ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !
  • ||

ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

Published By : Harapriya Sethi | December 21, 2024 1:20 PM

ସୁବର୍ଣ୍ଣପୁର, ୨୧/୧୨: ଟ୍ରେନ୍‌ ଲାଇନ୍ ପାର କରୁଥିବା ବେଳେ ଅଘଟଣ । ଟ୍ରେନ୍‌ରେ କଟି ଚାଲିଗଲା ମହିଳାଙ୍କ ଜୀବନ । ମୃତ ମହିଳା ଜଣକ ଖମ୍ବେଶ୍ବରୀପାଲିର ରାଧିକା ପୋଢ଼ (୮୦) ବୋଲି ଜଣା ପଡ଼ିଛି । ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ଼ ରେଳ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମହିଳା ଜଣକ କୌଣସି ଏକ କାମରେ ବିଲକୁ ଯାଉଥିବା ସମୟରେ ରେଳ ଲାଇନ୍‌ ପାର କରୁଥିଲେ । ଏହି ସମୟରେ ହଠାତ ଏକ ଟ୍ରେନ୍‌ ଆସିଥିଲା ।  ମହିଳା ସଠିକ ଭାବରେ ଶୁଣି ପାରୁ ନଥିବାରୁ ଟ୍ରେନ୍‌ ଆସୁଥିବା ନେଇ ସେ ଜାଣି ପାରିନଥିଲେ । ଫଳରେ ଟ୍ରେନ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ସମୟ ମଧ୍ୟରେ ସ୍ଥାନୀୟଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ମଧ୍ୟ ଚଳାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.