ସୁବର୍ଣ୍ଣପୁର,୧୮/୧୨: ସାରା ଓଡ଼ିଶାରେ ଏବେ ପାରଦ ଖସିବା ସାଙ୍ଗକୁ ହାଡ଼ଭଙ୍ଗା ଶୀତର ଲହରୀ ଦେଖାଦେଇଛି । ଦିନ ଅପେକ୍ଷା ରାତି ସମୟରେ ୧୦ ଡ଼ିଗ୍ରୀ ତଳେ ପାରଦ ରହୁଥିବାରୁ ସୁବର୍ଣ୍ଣପୁର ଜିଲ୍ଲାରେ ଲୋକେ ଶୀତବସ୍ତ୍ର ପରିଧାନ କରି ଘରେ ରହୁଛନ୍ତି । ସନ୍ଧ୍ୟା ୪ ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ ଶୀତର ଲହରୀ ଦେଖାଦେଉଛି ।
ସୁବର୍ଣ୍ଣପୁର ଜିଲ୍ଲାରେ ଅଧିକାଂଶ ଲୋକେ ବିଭିନ୍ନ ପ୍ରକାର କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଜିଲ୍ଲାରେ କିଛି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ କୃଷି ଉପରେ ମଧ୍ୟ ପ୍ରଭାବ ପଡୁଛି । ଅତ୍ୟଧିକ ଶୀତ କାରଣରୁ ପିଲାମାନେ ସ୍କୁଲ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଙନ କୁଦୁଡ଼ି କାରଣରୁ ଯାନବାହନ ଚଳାଚଳରେ ମଧ୍ୟ ବାଧା ଉପୁଜୁଛି । ଶୀତ ଛଡାଇବାକୁ ଚା ଦୋକାନରେ ଲୋକଙ୍କ ଭିଡ ଜମୁଥିବାର ଦେଖିବାକୁ ମିଳୁଛି ।