ସୁବର୍ଣ୍ଣପୁର,୨୬/୧୨: ସୁବର୍ଣ୍ଣପୁର ଜିଲ୍ଲାରେ ଗତ ତିନି ଦିନ ହେବ ମେଘୁଆ ପାଗ ଲାଗି ରହିଛି । ମେଘୁଆ ପାଗ ପାଇଁ ଶୀତ ଉଭାନ ହୋଇ ଯାଇଥିବା ବେଳେ ଗୁରୁବାର ସକାଳୁ ପୁଣି ଶୀତ ଲହରୀ ଦେଖାଦେବା ସହ କୁହୁଡ଼ି ପଡ଼ିଛି । ଲୋକେ ଶୀତ ପାଇଁ ସକାଳୁ ସକାଳୁ ଚା ଦୋକାନ ଗୁଡ଼ିକରେ ଭିଡ ଜମାଉଛନ୍ତି । ଶୀତ ପାଈଁ ସକାଳୁ ସକାଳୁ ଲୋକେ ଦେହକୁ ଫୁର୍ତ୍ତି ରଖିବା ପାଇଁ ମନିଙ୍ଗ ୱାକ କରୁଛନ୍ତି ।
ସକାଳୁ ସକାଳୁ କୁହୁଡ଼ି ପାଇଁ ଯାତାୟତ କରୁଥିବା ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ଲଗାଣ ବର୍ଷା ସହ ଶୀତ ହେଉଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛୋଟ ପିଲା ମାନେ ସ୍କୁଲ ଯିବାରେ ମଧ୍ୟ ଅସୁବିଧା ହେଉଛି ।