ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

ରାମପୁର ତହସିଲ ଆଗରେ ୩ ଯୁବକଙ୍କ ଆମରଣ ଅନଶନ, ଗାଁର ୧୪ ଏକର ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ ଦାବି

Published By : Prameya | February 25, 2025 1:02 PM

ଭୁବନେଶ୍ଵର, ୨୫/୦୨ : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପଣ୍ଡକିଟାଲ ଗ୍ରାମର ୧୪ ଏକର ଗୋଚର ଜମିରେ ଜବରଦଖଲ ଅଭିଯୋଗ। ଗତ ଦୁଇ ବର୍ଷ ହେବ ଉକ୍ତ ଜମିକୁ ଜବରଦଖଲରେ ନେଇଛି ଏକ ଠିକା କମ୍ପାନୀ। ଏନେଇ ବାରମ୍ବାର ଅଭିଯୋଗ କଲେବି ଶୁଣୁନି ପ୍ରଶାସନ। ଶେଷରେ ଆଜି ରାମପୁର ତହସିଲ ଆଗରେ ଆମରଣ ଅନଶନରେ ବସିଲେ ପଣ୍ଡକିଟାଲ ଗ୍ରାମର ୩ ଯୁବକ।

ସୂଚନାନୁଯାୟୀ, ଗତ ଦୁଇବର୍ଷ ହେବ ଏକ ଠିକା କମ୍ପାନୀ ପଣ୍ଡକିଟାଲ ଗ୍ରାମର ଚଉଦ ଏକର ଗୋଚର ଜମିକୁ ଜବରଦଖଲ କରିଛି। ସେଠାରେ ପିଚୁ ପ୍ଲାଣ୍ଟ ବସାଇ ନିର୍ମାଣାଧିନ ସାମଗ୍ରୀ ରଖିଛି। ଯାହାଫଳରେ ନିକଟରେ ଥିବା ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଚୁ ପ୍ଲାଣ୍ଟରୁ ନିର୍ଗତ ହେଉଥିବା ଧୂଆଁ ଏବଂ ପଥର ଗୁଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବାୟୁ ଏବଂ ଜଳ ପ୍ରଦୂଷଣ ବଢି ଯାଇଛି। ଫଳରେ ଗ୍ରାମବାସୀମାନେ ଏନେଇ ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ଆଜି ଗ୍ରାମର ୩ ଜଣ ଯୁବକ ରାମପୁର ତହସିଲ ଆଗରେ ଆମରଣ ଅନଶନରେ ବସିଛନ୍ତି। ଖୁବ୍‌ଶୀଘ୍ର ଜବରଦଖଲ ହଟାଇବାକୁ ଦାବି ହୋଇଛି। 


ଏହି ଖବରଟିକୁ ପଢନ୍ତୁ-ପୋଲିସର ପକ୍ଷପାତିତା ଅଭିଯୋଗରେ ଜେନାପୁର ଥାନା ଘେରାଉ କଲେ ମହିଳା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.