ପ୍ରମୂଖ ଖବର
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଖଜା ବ୍ୟବସାୟକୁ ଆକ୍ରମଣ ମାମଲା: ଭତ୍ତା ବାଣ୍ଟୁଥିବାବେଳେ ଅଭିଯୁକ୍ତ ଟୁଲୁକୁ ବାନ୍ଧିଲା ପୁଲିସ

Published By : Prameya | February 25, 2025 11:09 AM

ପୁରୀ,୨୫/୦୨: ବାଲିସାହିରେ ଖଜା  ବ୍ୟବସାୟରୁ ଆକ୍ରମଣ ମାମଲାରେ ଆଉ ଜଣକୁ  ଗିରଫ କରିଛି ଟାଉନ୍‌ ଥାନା ପୁଲିସ । ଅଭିଯୁକ୍ତ ଜଣକ ହେଲା ଖଜା ବ୍ୟବସାୟୀ  କାଳୀକାଦେବୀ ସାହିର ମୂଷା  ସ୍ୱାଇଁର ଜ୍ୱାଇଁ ଚନ୍ଦନପୁର  ଥାନା ଅଧୀନ ଉତ୍ତରହଣା ମଠସାହିର ଟୁଲୁ ପ୍ରଧାନ  (୪୨) । ସେ କେରାଣ୍ଡିପୁର ପଞ୍ଚାୟତର ସରପଞ୍ଚଙ୍କ  ସ୍ୱାମୀ ବୋଲି ପୁଲିସ କହିଛି । ସୋମବାର ଦୋବନ୍ଧା  ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବାଣ୍ଟୁଥିବାବେଳେ  ତାକୁ ପୁଲିସ ବାନ୍ଧିଛି । ଗିରଫ ଅଭିଯୁକ୍ତ ଟୁଲୁକୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ପଠାଇ ଦିଆଯାଇଥିବା  ପୁଲିସ କହିଛି । ଟୁଲୁ ତା’ ଶ୍ୱଶୁର ମୂଷା ପାଖରେ  ରହି ଖଜା ବ୍ୟବସାୟ କରୁଥିବାବେଳେ ଆକ୍ରମଣ  ପରେ ଗାଁକୁ ପଳାଇଥିଲା ବୋଲି ପୁଲିସ କହିଛି ।  ପୂର୍ବରୁ ଏହି ମାମଲାରେ ମୂଷା ପୁତୁରା ବାଲିସାହି  ସିଦ୍ଧବକୁଳ ଲେନ୍‌ର ରାଜା ସ୍ୱାଇଁ (୨୭)କୁ ଗିରଫ  କରିଥିଲା ପୁଲିସ । ଆକ୍ରମଣର ଶିକାର ଆହତ  ବାଲିସାହି ସିଦ୍ଧବକୁଳ ଲେନ୍‌ର ଈଶ୍ୱର ସିଂହ  (୫୩) ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । 

ଖବର ଅନୁସାରେ ଈଶ୍ୱର ଓ ମୂଷା ଦୁଇ ଜଣ  ଖଜା ବ୍ୟବସାୟୀ । ଉଭୟଙ୍କ ବାଲିସାହି ସ୍ଥିତ ବୁଢ଼ୀମା’ ମନ୍ଦିର ପାଖରେ ୨ଟି ଖଜା ଦୋକାନ ରହିଛି । ବ୍ୟବସାୟକୁ କେନ୍ଦ୍ର କରି ୨  ଦୋକାନୀଙ୍କ ମଧ୍ୟରେ ବିବାଦ ଲାଗି  ରହିଥିଲା । ଗତ ୧୮ ତାରିଖରେ  ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡ଼ା  ଲାଗିଥିଲା । ମୂଷା, ତା’ ପୁଅ ଅଭୟ ସ୍ୱାଇଁ, ପୁତୁରା  ରାଜି ଓ ଜ୍ୱାଇଁ ଟୁଲୁ ଉତ୍‌କ୍ଷିପ୍ତ ହୋଇ ଈଶ୍ୱରଙ୍କୁ  ଆକ୍ରମଣ କରିଥିଲେ । ଷ୍ଟିଲ୍‌ ଚେୟାର୍‌ରେ ପିଟି  ଈଶ୍ୱରଙ୍କୁ ରକ୍ତାକ୍ତ କରିଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ  ସ୍ଥାନାନ୍ତର କରାଯାଇଥିଲା । ଏନେଇ ଈଶ୍ୱରଙ୍କ ପୁଅ  କୃଷ୍ଣଚନ୍ଦ୍ର ସିଂହ ଏତଲା ଦେଇଥିଲେ । ପୁଲିସ ମାମଲା  ରୁଜୁ କରିଥିବାବେଳେ ଏସ୍‌ଆଇ ମୌମ୍ୟରଞ୍ଜନ ଜେନା  ତଦନ୍ତ ଦାୟିତ୍ୱ ନେଇଥିଲେ । ଗତ ୧୯ ତାରିଖରେ  ରାଜାକୁ ଗିରଫ ହୋଇଥିଲା । ୨୦ ତାରିଖରେ ତାକୁ  କୋର୍ଟ ଚାଲାଣ କରାଯାଇଥିଲା । ରାଜା ଓ ଟୁଲୁ ଏବେ  ଜେଲ୍‌ରେ ଥିବାବେଳେ ମୂଷା ଓ ଅଭୟ ଫେରାର୍‌  ଥିବା କହିଛନ୍ତି ଆଇଆଇସି ଗୋକୁଳ ରଞ୍ଜନ ଦାସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.