ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ମାମଲା ; ଦୋଷୀକୁ ୨୫ବର୍ଷ ଜେଲ୍ ଦଣ୍ଡ

Published By : Gurupada Nath | May 17, 2025 4:00 PM

ଝାରସୁଗୁଡା,୧୭/୫ : ବ୍ରଜରାଜନଗର ଥାନା ଅଧୀନରେ ଦୁଇ ଜଣ ନାବାଳକଙ୍କ ସହ ଯୌନ ସଂପର୍କ ରଖିବା  ଅଭିଯୋଗ ଜଣେ ଅଭିଯୁକ୍ତକୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୈରାଜଜ ପୂଜା ଷଡ଼ଙ୍ଗୀ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କା  ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପିଡୀତ ଦୁଇ ନାବାଳକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲା ଅଜିତ ନାଗ (୨୫) ।   

ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସ ୨୨ ତାରିଖ ସ୍ଥାନୀୟ ତେଲେନପାଲି ଶାସ୍ତ୍ରୀନଗର ଅଞ୍ଚଳରେ ଅଜିତ ନାଗ ନାମକ ଜଣେ ଯୁବକ ଉକ୍ତ ଅଞ୍ଚଳର ଦୁଇ ଜଣ ନାବାଳକଙ୍କ ସହ ଓପିଏମ ସୁଇମିଙ୍ଗ ପୁଲ ପଛପଟ ଶୁନଶାନ୍ ସ୍ଥାନକୁ ଡାକି ନେଇ ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲା। ଏ ସଂପର୍କରେ ଦୁଇ ଜଣ ନାବାଳକ ତାଙ୍କ ପରିବାରର ଅଭିଭାବକମାନଙ୍କୁ ଘଟଣା ସମ୍ପର୍କରେ ଅବଗତ କଲା ପରେ ପରିବାର ପକ୍ଷରୁ ଗତ ମାର୍ଚ୍ଚ ମାସ ୨୩ତାରିଖ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। 

ଅଭିଯୋଗ ଆଧାରରେ ବ୍ରଜରାଜନଗର ଥାନା ଆଇଆଇସି ଧବଳେଶ୍ୱର ସାହୁ ଓ ଝାରସୁଗୁଡ଼ା ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅଜିତକୁ ଗିରଫ କରି ବ୍ରଜରାଜନଗର ଥାନା କେଶ୍ ନଂ ୦୯୩ରେ ପୋକ୍ସୋ ବଳରେ କୋର୍ଟ ଚାଲାଣ କରିଥିଲେ। ସରକାରୀ ଓକିଲ ପୃଥ୍ୱୀରାଜ ସିଂଦେଓ ଏହି ମକଦ୍ଦମାରେ ଅଭିଯୁକ୍ତ ଅଜିତକୁ ଦୋଷୀ ସାବ୍ୟସ୍ତ କରିବାକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୈରାଜଜଙ୍କ ପାଖରେ ସମସ୍ତ ସାକ୍ଷ ପ୍ରମାଣ ପ୍ରଦାନ କରିଥିଲେ। ଆଜି ୧୭ତାରିଖ ଅତିରିକ୍ତ ଜିଲ୍ଲା ଦୌରାଜଜ ପୂଜା ଷଡ଼ଙ୍ଗୀ ଏହି ମକଦ୍ଦମାରେ ଅଭିଯୁକ୍ତ ଅଜିତକୁ ଦୋଷୀ ସାବ୍ୟସ୍ତ ରାୟ ଶୁଣାଇ ୨୫ବର୍ଷ କାରାଦଣ୍ଡରେ ଦଣ୍ଡାଦେଶ ଶୁଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.