ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ପ୍ରେମ ପାଇଁ ହତ୍ୟା ସନ୍ଦେହ, ଯୁବକକୁ ମାରି ଟାଙ୍ଗି ଦେଲେ ଦୁର୍ବୃତ୍ତ

Published By : Gurupada Nath | May 17, 2025 8:13 PM

ଦଶମନ୍ତପୁର, ୧୭/୫ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚଣାବାଡ଼ ପଞ୍ଚାୟତ ସଦର ମହକୁମାଠାରେ ଜଣେ ଯୁବକର ପ୍ରେମକୁ କେନ୍ଦ୍ର କରି ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଖାଇଥିବା ନେଇ ପରିବାର ଲୋକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ମୃତ ଯୁବକଙ୍କ ସମ୍ପର୍କରେ ଥାନାରେ ଏତଲା ଦେଲା ଭଳି କେହି ନ ଥିବାରୁ ଆଜକୁ ୧୦ଦିନ ହେଲାଣି ଥାନାରେ କୌଣସି ମାମଲା ହୋଇ ନାହିଁ । କିନ୍ତୁ ଯୁବକଙ୍କ ଜଣେ ରୋଗିଣା ମା’ ସଇତ ଜାନୀ ଥାନାରେ ମୌଖିକ ଭାବେ ଜଣାଇଥିବା ପ୍ରକାଶ କରିଛନ୍ତି । ମୃତ ଯୁବକ ଜଣକ ହେଲେ ସ୍ବର୍ଗତ ବାଜି ଜାନୀଙ୍କ ପୁଅ ଧନପତି ଜାନୀ(୨୦)। 

ସୂଚନା ଅନୁସାରେ ଯୁବକଙ୍କ ମା’ କହିବା ଅନୁସାରେ ଗତ ୭ତାରିଖ ରାତିରେ ଖାଇ ସାରି ଗାଁର ଜଣଙ୍କ ଘରେ ଶୋଇବାକୁ ଯାଇଥିଲା ପୁଅ। ଏହି ସମୟରେ ଗାଁର କେତେକ ଯୁବକମାନେ ଶୋଇଥିବା ଅବସ୍ଥାରେ ଉଠାଇ ଆଣି ଗାଁ ଦାଣ୍ଡରେ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଏହି ସମୟରେ ମୃତ ଯୁବକର ଜଣେ ସମ୍ପର୍କୀୟ ମା’ ମାଡ଼ ମାରିଥିବା ଦେଖିଥିଲେ। ହେଲେ କାହିଁକି ମାଡ଼ ମାରୁଛନ୍ତି ତାର ପ୍ରତିବାଦ କରି ନ ଥିଲେ। 

ଏଥିରେ ପ୍ରାଣ ଭୟରେ ଯୁବକ ଧାଇଁ ପଳାଇଥିଲା। ଏହି ସମୟରେ କେତେକ ଯୁବକମାନେ ପଛେ ପଛେ ଗୋଡ଼ାଇ ଯାଇଥିଲେ । କିନ୍ତୁ ଆଉ ସେ ଘରକୁ ସେହି ରାତିରେ ଫେରି ନ ଥିଲା। ତା‘ ପର ଦିନ ସକାଳେ ଯୁବକ ନିଜେ ପିନ୍ଧି ଥିବା ଏକ ଟି ସାର୍ଟରେ କାଜୁ ଗଛ ଡାଳରେ ଆତ୍ମହତ୍ୟା କରିଥିବା ଗାଁର କିଛି ମହିଳା ଦେଖିବାକୁ ପାଇଥିଲେ। ବୃଦ୍ଧା ମା’କୁ ଜଣାଇଥିଲେ। ପରେ ଗାଁ ଲୋକଙ୍କୁ ଡାକି ଶବ ସତ୍କାର କରିଦେଲା। ହେଲେ ଯେଉଁମାନେ ଯୁବକକୁ ଗାଁ ଦାଣ୍ଡରେ ମାଡ଼ ମାରିଥିଲେ ସେହି ଦୁର୍ବୃତ୍ତମାନେ ଗାଁ ଛାଡି କୁଆଡେ଼ ଫେରାର ହୋଇଯାଇଛନ୍ତି। ଫେରାର ହୋଇଥିବା ଖବରପାଇ ମୃତ ଯୁବକର ବୃଦ୍ଧା ମା’ ତା’ପର ଦିନ ପ୍ରଥମେ ଅଞ୍ଚଳର ଜଣେ ଗ୍ରାମ ରକ୍ଷୀକୁ ଜଣାଇଥିଲେ। ପରେ ଦଶମନ୍ତପୁର ଥାନାକୁ ଯାଇ ଘଟଣା ସଂପର୍କରେ ମୌଖିକ ଭାବେ ଜଣାଇଛନ୍ତି। କିନ୍ତୁ ଲିଖିତ ଭାବେ ଦେଇ ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ସେ କହିଛନ୍ତି ଯେ, ମୃତ ପୁଅକୁ ଯେଉଁମାନେ ହତ୍ୟା କରିଛନ୍ତି ସେହି ବ୍ୟକ୍ତିମାନଙ୍କୁ ଦଣ୍ଡ ମିଳିବା ଦରକାର । ମୋତେ ମୋ ପୁଅର ନ୍ୟାୟ ମିଳୁ। ମୁଁ ଛାଡ଼ିବି ନାହିଁ। ତାଙ୍କ ନାଁରେ ଏତଲା ଦେବି ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.