ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

୧୫ବର୍ଷର ନାବାଳିକା ୮ମାସର ଗର୍ଭବତୀ , ଡିଏନଏ ପରୀକ୍ଷା ପାଇଁ ଗଲା ନମୂନା

Published By : Prameya | May 17, 2025 9:46 PM

ପାତ୍ରପୁର,୧୭/୫ : ଜରଡ଼ା ଥାନା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତର ଜଣେ ୧୫ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହୋଇ ୮ମାସର ଗର୍ଭବତୀ ହୋଇଛନ୍ତି । ପରିବାର ଲୋକଙ୍କ ତରଫରୁ ଏ ନେଇ ଜରଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇ ଅଭିଯୁକ୍ତ ବେଲାଳସେନ ବିଷୋୟୀକୁ ଗିରଫ ପରେ କୋର୍ଟଚାଲାଣ କରିଛି । ଉଭୟ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ମଇନା କରାଯାଇଛି । ଅଭିଯୁକ୍ତର ଜାମିନ ଖାରଜ ପରେ ତାକୁ ଜେଲ ହାଜତ ପଠେଇ ଦିଆଯାଇଥିବାବେଳେ ପୀଡ଼ିତା ନାବାଳିକାକୁ ବ୍ରହ୍ମପୁରର ଏକ ବାଳାଶ୍ରମରେ ଅବସ୍ଥାପିତ କରାଯାଇଛି । 

ନାବାଳିକା ଜଣକ ୮ମାସର ଗର୍ଭବତୀ ଥିବାରୁ ଡିଏନଏ ପାଇଁ ନମୂନା ପଠାଯାଇଛି । ଜରଡ଼ା ଥାନା ଖାରିଆଗୁଡା ଫାଣ୍ଡି ଅଧିକାରୀ ସମୀର ଜୟସିଂଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଜରଡ଼ା ଥାନା ଆଙ୍କୁଲି ପଂଚାୟତର ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ଉକ୍ତ ପଂଚାୟତ ଅନ୍ତର୍ଗତ ଗଡ଼ଙ୍ଗ ଗ୍ରାମର ବେଲାଳସେନ ବିଷୋୟୀ ନାମକ ବ୍ୟକ୍ତି ବିଭିନ୍ନ ଉପାୟରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ନାବାଳିକା ଗର୍ଭବତୀ ଥିବା ଖବର ପ୍ରଘଟ ପରେ ଅଂଚଳର ଭଦ୍ରବ୍ୟକ୍ତିଙ୍କ ଜରିଆରେ ଆଲୋଚନା ବି ହୋଇଥିଲା ।

ଅଭିଯୁକ୍ତ ସେଇଠି ସବୁ କଥାକୁ ଅମାନ୍ୟ କରିଥିଲା ଓ ବିଭିନ୍ନ ଧମକ ଚମକ ମଧ୍ୟ ଦେଇଥିଲା । ପୋଲିସ ଆଗରେ ନାବାଳିକା ଦେଇଥିବା ବୟାନ ଅନୁସାରେ ତା’ସହିତ ଅଭିଯୁକ୍ତ ୪ଥର ସମ୍ପର୍କ ରଖିଛି । ନାବାଳିକାର ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଜରଡ଼ା ଥାନା ତରଫରୁ କେଶ ନମ୍ବର ୧୨୮/୨୫ରେ ଏକ ମାମଲା ରୁକୁ ହୋଇଥିଲା । ୧୦ତାରିଖ ଦିନ ଅଭିଯୋଗ ପରେ କେଶ ରୁଜୁ ହୋଇ ୧୧ ତାରିଖ ଦିନ ନାବାଳିକାର ଡାକ୍ତରୀ ମଇନା କରାଯାଇଥିଲା । ୧୩ତାରିଖ ଦିନ ଅଭିଯୁକ୍ତକୁ ଗିରଫ ପରେ ତାର ଡାକ୍ତରୀ ମଇନା କରି ତାକୁ କୋର୍ଟ ଚାଲାଣ କରାଯାଇଥିବା ଖାରିଆଆଗୁଡା ଫାଣ୍ଡି ଅଧିକାରୀ ଏସଆଇ ସମୀର ଜୟସିଂ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.