କଟକ/ନିଶ୍ଚିନ୍ତକୋଇଲି,୧୭/୦୫: ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରମାଣିତ କରିବାକୁ ବିରୋଧୀଙ୍କୁ ପୁଣି ସୁଯୋଗ ଜୁଟିଛି । ଆସନ୍ତା ୩୦ ତାରିଖରେ ରୋଜି ନିଜ ଉପରେ ପଞ୍ଚାୟତ ସମିତି ସଭ୍ୟସଭ୍ୟାଙ୍କ ଆସ୍ଥା ପ୍ରମାଣିତ କରିବେ । ଏନେଇ କଟକ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରୋଜିଙ୍କ ବିରୋଧରେ ଅନାସ୍ଥା ଆଣିବା ପରେ ଗତ ୧୩ ତାରିଖରେ ବୈଠକ ହେବାକୁ ସ୍ଥିର କରାଯାଇଥିଲା । କିନ୍ତୁ ଅଚାନକ ୫ଜଣ ସଭ୍ୟସଭ୍ୟାଙ୍କ ସମେତ ପରିଚାଳନା ଅଧିକାରୀ କଟକ ସଦର ଅତିରିକ୍ତ ଉପଜିଲ୍ଲାପାଳ ଅସୁସ୍ଥ ହେବା ଦର୍ଶାଇ ବୈଠକକୁ ସ୍ଥଗିତ ରଖାଯାଇଥିଲା । ଏବେ ୩୦ରେ ବୈଠକ ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ସମସ୍ତ ସଭ୍ୟସଭ୍ୟାଙ୍କୁ ସୂଚନା ଦିଆଯାଇଛି।