ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ଦେଓମାଳି ଉପରୁ ହଟିବ ପର୍ଯ୍ୟଟନ ନିର୍ମାଣ, ବନ ବିଭାଗକୁ ୩ ମାସର ମହଲତ ଦେଲେ ଏନ୍‌ଜିଟି

Published By : Prameya | May 17, 2025 12:44 PM

ଭୁବନେଶ୍ୱର,୧୭/୦୫: ଆସନ୍ତା ତିନି ମାସ  ଭିତରେ ଦେଓମାଳି ଉପରୁ ହଟିବ ପରିବେଶ ପର୍ଯ୍ୟଟନ ସ୍ଥଳୀ । ବନବିଭାଗକୁ ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ୍‌ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି)  । ଆସନ୍ତା ତିନି ମାସରେ ଯଦି ବନ ବିଭାଗ କେନ୍ଦ୍ର  ଜଙ୍ଗଲ ମନ୍ତ୍ରଣାଳୟ ପାଖରୁ ଫରେଷ୍ଟ କ୍ଲିୟରାନ୍‌ସ ନ  ଆଣି ପାରନ୍ତି, ବେଆଇନ ଭାବେ ବିଭାଗ ତୋଳିଥିବା ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀ ଘରଗୁଡ଼ିକୁ ଭାଙ୍ଗି  ଦିଆଯିବ। ବଦଳରେ ସେଠାରେ ଲାଗିବ ପାଇନ ଗଛ । 

ଗୋଟିଏ ପଟେ ସରକାର ଜଙ୍ଗଲ ଅଧିକାର  ଆଇନ ବଳରେ ଦେଓମାଳି ଆଖପାଖ ଅଞ୍ଚଳର  ଲୋକଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରୁଥିବା  ବେଳେ ପରିବେଶ ପର୍ଯ୍ୟଟନସ୍ଥଳୀକୁ ଅଣଚିହ୍ନିତ  ଅଞ୍ଚଳରେ କରାଯାଇଥିବା ଯୁକ୍ତି କରୁଛନ୍ତି । ଦେଓମାଳିକୁ  ନେଇ ବନବିଭାଗର ଏଭଳି ଦୋମୁହାଁ ନୀତି ତାକୁ  କାଠଗଡ଼ାରେ ଛିଡ଼ା କରାଇଛି । ଏପରିକି ବନବିଭାଗ  ଖୋଲାଖୋଲି ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦, ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଖୋଲାଖୋଲି  ଉଲ୍ଲଂଘନ କରୁଥିବାର ଅଭିଯୋଗ ହୋଇଛି ।  

କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବନାଞ୍ଚଳରେ  ଅବସ୍ଥିତ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ସ୍ୱଦେଶ  ଦର୍ଶନ ଯୋଜନାର ଏକ ଅଂଶ । ଏଥିପାଇଁ ଦେଓମାଳି  ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୨୦୨୨  ମସିହାରେ ପରିବେଶ ପର୍ଯ୍ୟଟନସ୍ଥଳୀ ନିର୍ମାଣ  କରିବାକୁ ଯୋଜନା କରାଯାଇଥିଲା । ଯୋଜନା  ଅଧୀନରେ ବନ ବିଭାଗ ୫.୮୪କୋଟି ଟଙ୍କା ବ୍ୟୟରେ  ସେଠାରେ ୧୦ଟି ପରିବେଶ ପର୍ଯ୍ୟଟନସ୍ଥଳୀ, ବଡ଼  ଡରମିଟରିଜ୍‌, ପାଦଚଲା ରାସ୍ତା, ଭ୍ୟୁ ପଏଣ୍ଟ ଆଦି  ନିର୍ମାଣ କରାଯାଇଥିଲା । ଜଙ୍ଗଲ ସଂରକ୍ଷଣ ଆଇନକୁ  ଖୋଲାଖୋଲି ଉଲ୍ଲଂଘନ କରି ଏହି ଅବୈଧ  ନିର୍ମାଣ କରାଯାଇଥିବା ପରିବେଶବିତ୍‌ମାନେ ଦାବି  କରିଥିଲେ । ପରେ ଘଟଣା ଏନ୍‌ଜିଟି ଯାଏ ଯାଇଥିଲା ।

ଏନ୍‌ଜିଟିରେ ପ୍ରକାଶ ପାଇଥିବା ରାୟ ଅନୁସାରେ,  ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଅନୁସାରେ ଉପଯୁକ୍ତ  ମଞ୍ଜୁରୀ ବିନା ଦେଓମାଳିରେ ପରିବେଶ କୁଟୀର ନିର୍ମାଣ  କରାଯାଇଛି । ବକ୍ସାଇଟ ସମୃଦ୍ଧ ଏହି ଶିଖରରୁ ବେଆଇନ୍‌  ଭାବେ ମାଟି ଖୋଳାଯାଇ ବୃକ୍ଷରୋପଣ ଓ ନିର୍ମାଣ  କରାଯିବା ସେଠାକାର ଜୈବବିବିଧତାକୁ ନଷ୍ଟ କରୁଛି ।  ପୁଣି ସ୍ଥାନୀୟ ପାଇନ୍‌ ଗଛକୁ ସେଠାରେ ପ୍ରତିରୋପଣ  କରିବାର ପ୍ରୟାସ କରାନଯାଇ ଆସାମରୁ ନୂଆ ପ୍ରଜାତିର  ଏକ ହଜାର ପାଇନ୍‌ ଗଛ ଅଣାଯାଇ ରୋପଣ  କରାଯାଇଛି । ପ୍ରକଳ୍ପରେ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ସାମିଲ  କରାଯାଇନାହିଁ କି ସେମାନଙ୍କର ପାରମ୍ପରିକ ଜ୍ଞାନର  ବ୍ୟବହାର କରାଯାଇନାହିଁ । ଯାହାକି ପରିବେଶ ପର୍ଯ୍ୟଟନ  ନିମନ୍ତେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ  ମନ୍ତ୍ରଣାଳୟର ୨୦୧୮ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି । 

ଏନ୍‌ଜିଟିଙ୍କ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ ଜଙ୍ଗଲ  ବିଭାଗ ପକ୍ଷରୁ ଦେଓମାଳିକୁ ସେମିଳିଗୁଡା ବନାଞ୍ଚଳ  ଅଞ୍ଚଳରେ ଥିବା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଭାବେ  ଦର୍ଶାଯାଇଥିବା ବେଳେ ପରିବେଶ ପର୍ଯ୍ୟଟନସ୍ଥଳୀଟି  ଅଣସର୍ଭେ ଜଙ୍ଗଲ କିସମ ଅଞ୍ଚଳରେ ଥିବା କହିଛି ।  ପୁଣି ସରକାରୀ ତଥ୍ୟରେ ଏହି ଅଞ୍ଚଳକୁ ଫରେଷ୍ଟ  ବ୍ଲକ୍‌ ବୋଲି ରେକର୍ଡଭୁକ୍ତ କରାଯାଇଛି । ତେଣୁ ଏନ୍‌ଜିଟି  ବନବିଭାଗର ଅଣଚିହ୍ନିତ ଜଙ୍ଗଲ କଥାକୁ ନେଇ ସନ୍ଦେହ  ପ୍ରକାଶ କରିଛନ୍ତି । ପୁଣି ଏନ୍‌ଜିଟି ଯୁକ୍ତି କରିଛନ୍ତି, ଜଙ୍ଗଲ  ବ୍ଲକ କହି ଜଙ୍ଗଲ ବିଭାଗ ସେମିଳିଗୁଡ଼ା ଅଞ୍ଚଳରେ  ଅନୁସୂଚିତ ଜନଜାତିର ଦାବିଦାରଙ୍କୁ ଜଙ୍ଗଲ ଅଧିକାର  ଆଇନ ବଳରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିଥିବା  ବେଳେ ଏହା କିପରି ଓ କେଉଁ ପରିସ୍ଥିତିରେ ଅଣଚିହ୍ନିତ  ଜଙ୍ଗଲ କିସମ ହେଲା ତାହା ତଦନ୍ତ ସାପେକ୍ଷ । ଯଦି  ବନ ବିଭାଗ କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟ ପାଖରୁ  ଫରେଷ୍ଟ କ୍ଲିୟରାନ୍‌ସ ଆଣି ଏହା ନିର୍ମାଣ କରିଛନ୍ତି,  ତାହା ଆସନ୍ତା ତିନି ମାସ ଭିତରେ ଦାଖଲ କରନ୍ତୁ ।  ନଚେତ ଅବୈଧ ନିର୍ମାଣରେ କଟକଣା ଲଗାଯାଇ  ତାହାକୁ ନଷ୍ଟ କରାଯିବ ବୋଲି ଏନ୍‌ଜିଟି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.