ଭୁବନେଶ୍ଵର, ୨୫/୦୨ : ଛତୁ ଫାର୍ମରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲି ଗାଁରେ ଏଭଳି ଅଭାବନୀ ଘଟଣା ଘଟିଛି। ଛତୁ ଚାଷୀ ରାକେଶ କୁମାର ସାହୁଙ୍କ ଫାର୍ମରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫାର୍ମରେ ଥିବା ୫ ଲକ୍ଷ ଟଙ୍କାର ନଡ଼ା ଜଳିପୋଡ଼ି ପାଉଁଶ ହୋଇଯାଇଛି।
ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତି ପ୍ରାୟ ୨ଟା ବେଳେ ମହୁଲି ଗାଁର ଛତୁ ଚାଷୀ ରାକେଶ ସାହୁଙ୍କ ଫାର୍ମରେ ନିଆଁ ଲାଗି ଯାଇଥିଲା। ଫାର୍ମରେ ଥିବା ନଡ଼ା ଏବଂ ପାଣି ପାଇପ ସହ ଜରିପାଲ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ବେଳକୁ ନଡ଼ାଗଦା ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ରାକେଶଙ୍କର ପ୍ରାୟ ୫ ଲକ୍ଷ ଟଙ୍କାର ନଡା ଜଳି ଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ଏହି ଖବରଟିକୁ ପଢନ୍ତୁ-ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତାର ସାଙ୍ଘାତିକ ଫଳ, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ