ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପୋଲିସର ପକ୍ଷପାତିତା ଅଭିଯୋଗରେ ଜେନାପୁର ଥାନା ଘେରାଉ କଲେ ମହିଳା

Published By : Prameya | February 25, 2025 12:40 PM

ଭୁବନେଶ୍ଵର, ୨୫/୦୨ : ଏକାଦଶାହ ଭୋଜିକୁ ନଯିବାରୁ ଆକ୍ରମଣ କରି ଲହୁ ଲୁହାଣ କଲେ ୩ ଯୁବକ। ଥାନାରେ ଅଭିଯୋଗ କରିବାରୁ ପକ୍ଷପାତିତା କଲା ପୋଲିସ। ଉଭୟ ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଘଣ୍ଟ ଘୋଡାଇଲା ପୋଲିସ। ଯାଜପୁର ଜିଲ୍ଲା ଜେନାପୁର ପୋଲିସ ବିରୋଧରେ ଆସିଛି ଏଭଳି ଅଭିଯୋଗ। ନିରପେକ୍ଷ ତଦନ୍ତ ଦାବିରେ ଥାନା ଘେରାଉ କଲେ ମହିଳା।

ଅଭିଯୋଗ ମୁତାବକ, ଜେନାପୁର ଥାନା ଅଧୀନ ମର୍ଜିତାପୁର ଗ୍ରାମର ଚନ୍ଦ୍ରମଣି ସାହୁ ଜଣଙ୍କ ଏକାଦଶାହ ଭୋଜିକୁ ନଯିବାରୁ ସେହି ଗ୍ରାମର ୩ଜଣ ଯୁବକ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ନିରପେକ୍ଷ ତଦନ୍ତ ନକରି ଉଭୟ ପକ୍ଷଙ୍କ ନାମରେ ମାମଲା ରୁଜୁ କରିଥିଲା। ତେଣୁ ପୋଲିସ ଆକ୍ରମଣକାରୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଛି। ଏନେଇ ଆଜି ଗ୍ରାମର ବହୁ ମହିଳା ଥାନାକୁ ଯାଇ ଏହାର ପ୍ରତିବାଦ କରିଛନ୍ତି। ଘଟଣାକୁ ନେଇ ବିଜେପି ନେତ୍ରୀ ପହି ଯାଜପୁର ରୋଡ୍ ଏସଡିପିଓଙ୍କ ସହ ଆଲୋଚନା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.