ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

ଆଦିବାସୀ ଛାତ୍ରାବାସରେ ହରିଲୁଟ୍ : ପିଲାଙ୍କୁ ଦିଆଯାଉନି ଖାଦ୍ୟ, ୨୨ କିମି ଚାଲିଚାଲି ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ୧୧୬ ଛାତ୍ର

Published By : Prameya | February 25, 2025 11:57 AM

ବାରିପଦା, ୨୫/୦୨ : ଆଦିବାସୀ ବିଦ୍ୟାଳୟ ଗୁଡ଼ିକରେ ହରିଲୁଟ୍। ଛାତ୍ରାବାସରେ ମେନ୍ୟୁ ହିସାବରେ ଦିଆଯାଉନି ଖାଦ୍ୟ। ଅବ୍ୟବସ୍ଥା ନେଇ ଅଭିଯୋଗ କଲେ ଓଲଟା ଦିଆଯାଉଛି ମାଡ଼। ଶେଷରେ ନ୍ୟାୟ ପାଇଁ ୨୨ କିମି ଚାଲିଚାଲି ବାରିପଦାରେ ପହଞ୍ଚିଲେ ବାସିପିଠା ସରକାରୀ ଉଚ୍ଚ ବିଦ୍ୟାଳୟର ୧୧୬ ଜଣ ଛାତ୍ର। ସୋମବାର ରାତିରେ ପିଲାମାନେ ସ୍କୁଲରୁ ବାହାରି ଚାଲିଚାଲି ମଙ୍ଗଳବାର ସକାଳେ ବାରିପଦାରେ ପହଞ୍ଚିଛନ୍ତି। ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିଛନ୍ତି।

ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ବାସିପିଠା ହାଇସ୍କୁଲର ୧୧୬ ଜଣ ଛାତ୍ର ଦୀର୍ଘ ୨୨କିମି ଚାଲିଚାଲି ବାରିପଦାରେ ପହଞ୍ଚିଥିଲେ। ସକାଳ ୭ଟା ବେଳେ ସଂସ୍କୃତି ଭବନ ସମ୍ମୁଖ ଛଉପଡ଼ିଆ ନିକଟରେ ଏକାଠି ହୋଇଥିଲେ। ଏକା ସାଙ୍ଗରେ ଏତେ ସଂଖ୍ୟାରେ ପିଲାଙ୍କୁ ଦେଖି କେହି କିଛି ବୁଝି ପାରିନଥିଲେ। ପଚାରିବା ପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସାମ୍ନାକୁ ଆସିଥିଲା। ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ବାସିପିଠା ସ୍କୁଲ ପରିସରରେ ଥିବା ହଷ୍ଟେଲରେ ରହୁଛନ୍ତି। ସେମାନଙ୍କୁ ଠିକ୍ ଭାବରେ ଖାଦ୍ୟ ଦିଆଯାଉ ନାହିଁ। ନିମ୍ନ ମାନର ଖାଦ୍ୟ ଦିଆଯାଉଛି। ଏନେଇ ଅଭିଯୋଗ କଲେ ବି କିଛି ସଫଳ ମିଳୁନି। ଓଲଟା ଆକ୍ରୋଶର ଶିକାର ହେଉଛନ୍ତି। ଦଣ୍ଡମୁକ୍ତ ଅଞ୍ଚଳରେ ସେମାନଙ୍କୁ ଗାଳିଗୁଲଜ କରାଯାଉଛି। ପିଟାମରା କରୁଛନ୍ତି। ଛାତ୍ରମାନେ ଏଥିପାଇଁ ପ୍ରଧାନ ଶିକ୍ଷକ ଦୀପ୍ତିକାନ୍ତି ଜେନାଙ୍କୁ ଦାୟୀ କରିଛନ୍ତି। 

ବାରିପଦା ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ ଛଉପଡିଆରେ ପହଞ୍ଚି ପିଲାଙ୍କ ଠାରୁ ସମସ୍ୟା ସମ୍ପର୍କରେ ଶୁଣିବା ସହିତ ବୁଝାସୁଝା କରିଥିଲେ। ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସେନଙ୍କୁ ବୁଝାସୁଝା କରି ହଷ୍ଟେଲ ପଠାଇବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ବେଳେ ଛାତ୍ରମାନେ ଏହାର ସମାଧାନ ନହେବା ପର୍ଯ୍ୟନ୍ତ ହଷ୍ଟେଲ ଯିବେ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ। ଶେଷରେ ଜିଲ୍ଲାପାଳ ହେମକାନ୍ତ ସାୟ ପହଞ୍ଚି ପିଲାମାନଙ୍କ ସହ କଥାବାର୍ତ୍ତା କରି ବୁଝାଇ ଶୁଝାଇ ପୁଣି ହଷ୍ଟେଲ ପଠାଇବାର ବ୍ୟବସ୍ଥା କରିଛନ୍ତି। ଖୁବଶୀଘ୍ର ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଏ ସମ୍ପର୍କରେ ପୂର୍ବରୁ ଲିଖିତ ଅଭିଯୋଗ କରିଥିବା ମାସା ଆର୍ମିର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି କହିଛନ୍ତି ଯେ, ଆଦିବାସୀ ଛାତ୍ରାବାସରେ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ବିବରଣୀ ତଥା ମେନୁ ଚାର୍ଟ ଅନୁସାରେ ଖାଦ୍ଯ ଦିଆଯାଉ ନାହିଁ। ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଛି। ଯାହା ଫଳରେ ତାଙ୍କର ଦେହ ଖୋରାପ ହେଉଛି। ମୟୂରଭଞ୍ଜର ପ୍ରାୟ ପ୍ରତେକ ଆଦିବାସୀ ହୋଷ୍ଟେଲରେ ଏମିତି ହିଁ ବାଟ ମାରଣା କରାଯାଉଛି। ଅଧିକାଂଶ ହୋଷ୍ଟେଲ ଦାୟିତ୍ବରେ ଥିବା ଶିକ୍ଷକମାନେ ହିଁ କିଛି ଉପରିସ୍ତ ଅଧିକାରୀଙ୍କ ସହିତ ମିଶି ଖାଦ୍ଯ ହରିଲୁଟ କରୁଛନ୍ତି। ତେଣୁ ଏହି ଦୁର୍ନୀତିକୁ ବନ୍ଦ କରିବା ପାଇଁ ସେ ଦୃଢ଼ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.