ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

‘ଚପଲ ବାହାର କରି ମାରିବି ...’ ; ଏହି ସୁପରହିଟ୍‌ ଫିଲ୍ମକୁ ରିଜେକ୍ଟ କରିବା ପରେ ତବୁଙ୍କ ଉପରେ ରାଗି ଗଲେ ଆଣ୍ଟି

Published By : Prameya | February 24, 2025 8:25 PM

ମୁମ୍ୱାଇ : ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀଙ୍କ ତାଲିକାରେ ତବୁଙ୍କ ନାଁ ବି ଆସିଥାଏ। ହିନ୍ଦୀ ଫିଲ୍ମର ଅଧିକାଂଶ ଲୋକପ୍ରିୟ ଫିଲ୍ମ ସହ ସେ କାମ କରି ସାରିଛନ୍ତି। ହଲିଉଡ୍‌ରେ ମଧ୍ୟ ସେ ଡ୍ୟୁନ୍‌-ପ୍ରୋଫେସି ସିରିଜରେ ଖୁବ୍‌ ପ୍ରଶଂସନୀୟ କାମ କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀର ମାହୋଲରେ ତାଙ୍କ ସିନେମା ସହ ଜଡ଼ିତ କାହାଣୀ ଅନେକ ଶୁଣିବାକୁ ମିଳେ। ଏବେ ଅପଡେଟ୍‌ ସାମ୍ନାକୁ ଆସିଛି କି, ଅଭିନେତ୍ରୀ ଏକ ଫିଲ୍ମକୁ ରିଜେକ୍ଟ କରିଥିଲେ, ଯାହାକି ପରେ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇ ଥିଲା।

ଫିଲ୍ମ ନିର୍ମାତା ରବି ଚୋପ୍ରାଙ୍କର ପତ୍ନୀ ରେଣୁ ଚୋପ୍ରା ଖୁଲାସା କରିଛନ୍ତି କି , ଗୋଟିଏ ଫିଲ୍ମରେ ଅମିତାଭ ବଚ୍ଚନଙ୍କର ପତ୍ନୀର ରୋଲ୍‌ ତବୁଙ୍କୁ ଅଫର କରାଯାଇ ଥିଲା। ହେଲେ, ସେ ସ୍କ୍ରିପ୍ଟ ପସନ୍ଦ ଆସିବା ପରେ ମଧ୍ୟ ଏକ କାରଣରୁ ଏହି ରୋଲ୍‌କ ଏଡେଇ ଦେଇ ଥିଲେ। 

ତବୁ ଓ ଅମିତାଭ ବଚ୍ଚନ ପ୍ରଥମ ଥର ୨୦୦୭ର ଫିଲ୍ମ ଚିନି କମ୍‌ ରେ ଏକାଠି କାମ କରିଥିଲେ, କିନ୍ତୁ ସେ ଏହା ପୂର୍ବରୁ ୨୦୦୩ରେ ବାଗବାନ୍‌ ଫିଲ୍ମରେ ଏକାଠି ନଜର ଆସି ଥାନ୍ତେ, ଯଦି ଅଭିନେତ୍ରୀ ଫିଲ୍ମରେ ଅଫର ହୋଇଥିବା ଭୂମିକାକୁ ସ୍ୱୀକାର କରିଥାନ୍ତେ। ସେହି ସମୟରେ ତବୁଙ୍କର ବୟସ ପାଖାପାଖି ୩୬ ବର୍ଷ ଥିଲା ,ଅମିତାଭ ୬୫ ବର୍ଷ ବୟସର ଥିଲେ।

ରେଣୁ ଚୋପ୍ରା ଭିଙ୍କଭିଲାକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି କି, ତବୁଙ୍କୁ ବାଗବାନ ଫିଲ୍ମରେ ଅମିତାଭଙ୍କ ପତ୍ନୀଙ୍କ ରୋଲ୍‌ ଅଫର ହୋଇଥିଲା, ଯାହା ପରେ ହେମା ମାଳିନୀ କରିଥିଲେ। ରେଣୁଙ୍କ କହିବା ହେଲା କି, ବାଗବାନର ସ୍କ୍ରିପ୍ଟ ଶୁଣିବା ପରେ ତବୁ ଭାବୁକ ହୋଇଗଲେ ଏବଂ ତାଙ୍କର ଆଖିରେ ଲୁହ ବୋହିବାକୁ ଲାଗିଲା। ସେ କହିଥିଲେ, ଆମକୁ ଲାଗୁ ଥିଲା କି, ସେ ଏଥିରେ କାମ କରିବାକୁ ସହଜରେ ରାଜି ହୋଇ ଯିବେ। ମୁଁ କାହାକୁ ଶୁଣି ଥିଲି ଯେ, ତବୁ ଯେବେ ସ୍କ୍ରିପ୍ଟ ଶୁଣି କାନ୍ଦନ୍ତି, ତ ସେ ଫିଲ୍ମ ପାଇଁ ମନା କରି ଦିଅନ୍ତି ଏବଂ ଏହିଥର ମଧ୍ୟ ସେ ଏମିତି ହିଁ କଲେ। 

ତବୁଙ୍କୁ ରେଣୁ ପଚାରି ଥିଲେ ଯେ , କାହିଁକି ସେ ଏଥିରେ କାମ କରିବାକୁ ଚାହାନ୍ତି ନାହିଁ। ଅଭିନେତ୍ରୀ କହିଥିଲେ , ମୋତେ କାହାଣୀ ଖୁବ୍‌ ପସନ୍ଦ ଆସିଥିଲା , କିନ୍ତୁ ମୁଁ ୪ଟି ପିଲାର ମାଆର ଭୂମିକାକୁ କେବେ କରି ପାରିବି ନାହିଁ। ମୋର ପୂରା କ୍ୟାରିୟର ଏବେ ବାକି ଅଛି , ଏଥିପାଇଁ ରବି ଜୀ ଆପଣ ମୋତେ ଏହି ଥର କ୍ଷମା କରିଦିଅନ୍ତୁ। 

ଉଲ୍ଲେଖନୀୟ ଯେ, ଯେବେ ଫିଲ୍ମ ରିଲିଜ୍‌ ହେଲା, ତବୁ ନିଜ ପରିବାର ସହ ଫିଲ୍ମ ଦେଖିବାକୁ ଗଲେ। ଅଭିନେତ୍ରୀ ନିଜର ଆଣ୍ଟିଙ୍କୁ କହିଲେ, ତାଙ୍କୁ ଏହି ଫିଲ୍ମ ଅଫର ହୋଇଥିଲା, କିନ୍ତୁ ସେ ଏଥିରେ କାମ କରିବାକୁ ମନା କରି ଦେଇ ଥିଲେ। ଏତିକି ମାତ୍ର ଶୁଣିବା ପରେ ତାଙ୍କର ଆଣ୍ଟି ଖୁବ୍‌ ରାଗି ଯାଇ କହିଥିଲେ , ଏ ଚପଲ ବାହାର କରି ତୁମ ମୁଣ୍ଡକୁ ମାରିବି । ତୁମେ ଏହି ଫିଲ୍ମ କାହିଁକି ମନା କରିଥିଲ। 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.