ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ମହାକୁମ୍ଭ ସଙ୍ଗମରେ ବୁଡ଼ ଦେଲେ ଅଭିନେତ୍ରୀ କାଟ୍ରିନା କୈଫ୍ : କହିଲେ , ଏହା ଖୁବ୍ ସୁନ୍ଦର ସ୍ଥାନ

Published By : Prameya | February 24, 2025 5:31 PM

ମୁମ୍ୱାଇ : ମହାକୁମ୍ଭ ୨୦୨୫ ଶେଷ ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶ ବିଦେଶରୁ ପାଖାପାଖି ୬୨ କୋଟି ଲୋକ ବୁଡ଼ ଦେଇ ସାରିଲେଣି। ଏହି ମଧ୍ୟରେ ବଲିଉଡିର ସେଲିବ୍ରେଟିମାନେ ପ୍ରୟାଗରାଜରେ ପହଞ୍ଚିବାରେ ଲାଗିଛନ୍ତି। କିଛିଦିନ ପୂର୍ବରୁ ଫିଲ୍ମ ‘ଛାଭା’ ଅଭିନେତା ଭିକି କୌଶଳ ସଙ୍ଗମରେ ସ୍ନାନ କରିବାକୁ ପହଞ୍ଚି ଥିଲେ। ଏବେ ତାଙ୍କର ମାଆ ନିଜର ବୋହୂ କାଟ୍ରିନାଙ୍କୁ ନେଇ ତ୍ରିବେଣୀରେ ବୁଡ଼ ଲଗେଇବାକୁ ପହଞ୍ଚିଛନ୍ତି। କାଟ୍ରିନା ମିଡ଼ିଆକୁ କହିଛନ୍ତି କି, ସେ ପୂରା ଦିନ ପ୍ରୟାଗରାଜରେ ରହିବେ। ପରମାର୍ଥ ନିକେତନରେ ସ୍ୱାମୀଜୀଙ୍କ ସହ କଥା ହେବେ ଏବଂ ଏହାର ମହତ୍ତ୍ୱ ବିଷୟରେ ଆଲୋଚନା କରିବେ। 

କାଟ୍ରିନା କୈଫ୍‌ଙ୍କ ସ୍ୱାମୀ ଭିକି କୌଶଳ ମହାକୁମ୍ଭ ବେଳେ ପ୍ରୟାଗରାଜ ଆସି ସଙ୍ଗମରେ ସ୍ନାନ କରି ସାରିଛନ୍ତି। ସେ ନିଜ ଫିଲ୍ମ ଛାଭା ର ରିଲିଜ୍‌ ପୂର୍ବରୁ ଆସି ଥିଲେ। ଏବେ ତାଙ୍କର ପତ୍ନୀ କାଟ୍ରିନା କୈଫ୍ ମଧ୍ୟ ସେଠାରେ ପହଞ୍ଚିଛନ୍ତି। କାଟ୍ରିନା ମହାକୁମ୍ଭକୁ ଆସିବାର ଅନୁଭବ ବିଷୟରେ ମିଡ଼ିଆକୁ କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ ଯେ , ଏହି ସମୟରେ ଏଠାକୁ ଆସି ପାରିଛିମୁଁ ବହୁତ ଖୁସି ଅଛି। ଏହା ଖୁବ୍‌ ସୁନ୍ଦର ସ୍ଥାନ । ମୁଁ ଏହି ସମୟରେ ସ୍ୱାମିଜୀଙ୍କ ସହ ଅଛି । ତାଙ୍କ ସହ କଥା ହେଉଛି । ତାଙ୍କର ଆଶୀର୍ବାଦ ନେଉଛି। 


କାଟ୍ରିନାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ, ମହାକୁମ୍ଭରେ ସବୁଠୁ କଣ ଭଲ ଲାଗିଲା , ସେ କହିଲେ – ମୁଁ ଏବେ ଏଠାକୁ ଆସିଛି ତ ସେଥିପାଇଁ ମୋର ଅନୁଭବ ଏବେ ଆରମ୍ଭ ହେଉଛି। ଏଠାର ଯେଉଁ ଶକ୍ତି ଅଛି, ଏଠାର ଯେଉଁ ସୌନ୍ଦର୍ଯ୍ୟତା , ତାହା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ । ଏବେ ସ୍ୱାମୀଜୀଙ୍କ ସହ ବସିବି ଏବଂ କଥାବାର୍ତ୍ତା କରିବି। ଆଜି ତ ଏହାର ଆରମ୍ଭ , ଏଠାରେ ପୂରାଦିନ ବିତାଇବି।

ଅନ୍ୟପଟେ ଆଜି ଅଭିନେତା ଅକ୍ଷୟ କୁମାର ମଧ୍ୟ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ପବିତ୍ର ବୁଡ଼ ଦେଇଛନ୍ତି। ମିଡ଼ିଆ ସହ କଥାବାର୍ତ୍ତାରେ ଅକ୍ଷୟ କୁମାର କହିଛନ୍ତି, ଏଠାକୁ ଆସି ବହୁତ ଭଲ ଲାଗିଲା। ଏଠାରେ ବହୁତ ଭଲ ବ୍ୟବସ୍ଥା ହୋଇଛି। ମୁଁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.