ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

Guru Randhawa: ହସ୍ପିଟାଲ ବେଡ୍‌ରୁ ଫଟୋ ଶେୟାର କଲେ ଗାୟକ ଗୁରୁ ରାନ୍ଧୱା, ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ

Published By : Tapas Panda | February 23, 2025 4:24 PM

ମୁମ୍ବାଇ: ଲୋକପ୍ରିୟ ଗାୟକ ଗୁରୁ ରାନ୍ଧୱାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ସେ ସୋସିଆଲ ମିଡିଆରେ ହସ୍ପିଟାଲ ବେଡରୁ ତାଙ୍କର ଏକ ଫଟୋ ପୋଷ୍ଟ କରି ଏହି ଖବର ସେୟାର କରିଛନ୍ତି । ଏହି ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢ଼ିଯାଇଛି । ରବିବାର (ଫେବୃଆରୀ ୨୩) ରାନ୍ଧୱା ହସ୍ପିଟାଲରୁ ତାଙ୍କର ଆଶ୍ଚର୍ଯ୍ୟଜନକ ଫଟୋ ସେୟାର କରି ନିଜ ସ୍ୱାସ୍ଥ୍ୟର ଅପଡେଟ୍ ଦେଇଛନ୍ତି । ଏହା ସହିତ ସେ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ପ୍ରକୃତ କାରଣ ମଧ୍ୟ କହିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ 'ଶୌଙ୍କି ସର୍ଦ୍ଦାର' ଫିଲ୍ମର ଏକ ଆକ୍ସନ ସିନ୍‌ ସୁଟିଂ ସମୟରେ ସେ ଆହତ ହୋଇଥିଲେ ଏବଂ ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । 

ଗୁରୁ ରାନ୍ଧୱା ନିକଟରେ ତାଙ୍କର ପଞ୍ଜାବୀ ଫିଲ୍ମ 'ଶୌଙ୍କି ସର୍ଦ୍ଦାର'ର ସୁଟିଂ କରୁଥିଲେ, ଯେଉଁଥିରେ ବବୁ ମାନ, ନିମ୍ରତ କୌର ଆଲୁୱାଲିଆ ଏବଂ ଗୁଗ୍ଗୁ ଗିଲ ମଧ୍ୟ ଅଭିନୟ କରିଛନ୍ତି । କିନ୍ତୁ ଏକ ଆକ୍ସନ୍ ସିକ୍ୱେନ୍ସ କରିବା ସମୟରେ ସେ ଆହତ ହୋଇଥିଲେ । ଇନଷ୍ଟାଗ୍ରାମରେ ଗୁରୁ ରାନ୍ଧୱା ହସ୍ପିଟାଲରୁ ତାଙ୍କର ଫଟୋ ସେୟାର କରିଛନ୍ତି ।  ଯେଉଁଥିରେ ସେ ପ୍ରଶଂସକମାନଙ୍କୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି । ଗୁରୁ ଲେଖିଛନ୍ତି, 'ମୋର ପ୍ରଥମ ଷ୍ଟଣ୍ଟ, ମୋର ପ୍ରଥମ ଆଘାତ, କିନ୍ତୁ ମୋର ସାହସ ଅକ୍ଷୁର୍ଣ୍ଣ ରହିଛି। ଶୌଙ୍କି ସର୍ଦ୍ଦାର ଚଳଚ୍ଚିତ୍ରର ସେଟରୁ ଏକ ସ୍ମୃତି ମିଳିଗଲା । ଏହା ବହୁତ କଷ୍ଟକର... କିନ୍ତୁ ମୁଁ ମୋ ଦର୍ଶକଙ୍କ ପାଇଁ କଠିନ ପରିଶ୍ରମ କରିବି ।’




 ଫଟୋରେ ଗାୟକଙ୍କୁ ହସ୍ପିଟାଲ ବେଡରେ ଶୋଇଥିବା ଦେଖିବାକୁ ମିଳିଛି । ସେ ଯନ୍ତ୍ରଣା ଅନୁଭବ କରିବା ସତ୍ତ୍ୱେ କ୍ୟାମେରା ଆଗରେ ହସିଛନ୍ତି । ତାଙ୍କ ବେକରେ ସର୍ଭାଇକାଲ୍ କଲାର ପିନ୍ଧିଛନ୍ତି । ତାଙ୍କ ବେକ ଏବଂ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ଏହି ଖବର ଉପରେ ପ୍ରତିକ୍ରିୟା ଦେଇ ମୃଣାଳ ଠାକୁର କ’ଣ ହେଲା ବୋଲି ପଚାରିଛନ୍ତି ।  ଗାୟକ ମିକା ସିଂହ ମଧ୍ୟ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ‘ଶୀଘ୍ର ସୁସ୍ଥ ହୋଇଯାଆ।’ ତାଙ୍କ ପ୍ରଶଂସକମାନେ ମଧ୍ୟ ଅଭିନେତା-ଗାୟକଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । 

ଗୁରୁ ରାନ୍ଧୱାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି, ‘ଶୀଘ୍ର ସୁସ୍ଥ ହୋଇଯାଆ ଚାମ୍ପିଅନ୍ ।’ ଅନ୍ୟ ଜଣେ  ଲେଖିଛନ୍ତି, ସବୁକିଛି ଠିକ୍ ହୋଇଯିବ ପାଜି। ତୃତୀୟ ୟୁଜର ଲେଖିଛନ୍ତି, ‘ମୁଁ ଏହି ପୋଷ୍ଟ ଦେଖିପାରୁନାହିଁ, ତୁମକୁ ଭଲପାଏ ପାଜି, ମୁଁ ବିଶ୍ୱାସ କରିପାରୁନାହିଁ ଯେ ତୁମେ ଏହି ଅବସ୍ଥାରେ ଅଛ।'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.