ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ମାସ ଶେଷ ସୁଦ୍ଧା ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ! ମୁଖ୍ୟମନ୍ତ୍ରୀଙ୍କ ମହାକୁମ୍ଭ ବୁଡ଼ ପରେ ବଡ଼ ଘୋଷଣା

Published By : Prameya | February 23, 2025 8:55 AM

ଭୁବନେଶ୍ୱର,୨୩/୦୨: ରବିବାର  ମହାକୁମ୍ଭ ମେଳାରେ ବୁଡ଼ ପକାଇବାକୁ ପ୍ରୟାଗରାଜ ଯିବେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କୁମ୍ଭରୁ ଫେରିବା ପରେ ବିଜେପିର କୋର୍‌  କମିଟି ବୈଠକ ବସିବ । ଏଥିରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚୂଡ଼ାନ୍ତ  ନିଷ୍ପତ୍ତି ହେବ । ମାସ ଶେଷ ସୁଦ୍ଧା  ନୂଆ ମନ୍ତ୍ରୀମଣ୍ଡଳ ସମେତ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ  ବୋଲି ଶୁଣାଯାଉଛି ।  ବୋର୍ଡ ଓ ନିଗମରେ ନୂଆ ନିଯୁକ୍ତି  ନେଇ ମଧ୍ୟ ଘୋଷଣା ହୋଇପାରେ  ବୋଲି ବିଜେପି ସୂତ୍ରରୂ ସୂଚନା ମିଳିଛି ।  

ମନ୍ତ୍ରି ମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ୨୧ ଜଣ ମନ୍ତ୍ରୀ ରହିପାରିବେ । କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ଅଛନ୍ତି । ଆହୁରି ୬ଟି ମନ୍ତ୍ରୀ ପଦ ଫାଙ୍କା ପଡ଼ିଛି । ଅନେକ ମନ୍ତ୍ରୀଙ୍କ ହାତରେ ଏକାଧିକ ଓଜନିଆ ବିଭାଗ ରହିଛି । କିଛି ମନ୍ତ୍ରୀଙ୍କ ଅଧୀନରେ ଦୁଇରୁ ତିନୋଟି ବିଭାଗ ଅଛି । ମୁଖ୍ୟମନ୍ତ୍ରୀ ବି ନିଜ ଗୁରୁଦାୟିତ୍ୱ ତୁଲାଇବା ସହ ଅର୍ଥ, ଗୃହ, ଜଳସମ୍ପଦ ଭଳି ଗୁରୁତ୍ୱପୂର୍ଣ ବିଭାଗ କଥା ବୁଝୁଛନ୍ତି । ମନ୍ତ୍ରୀମାନେ ମାତ୍ରାଧିକ ଚାପରେ ଅଛନ୍ତି । ନିଜ ବିଭାଗ ଓ ସଂଗଠନକୁ ପର୍ଯ୍ୟାପ୍ତ ସମୟ ଦେବା ସମ୍ଭବ ହେଉ ନାହିଁ । ସେପଟେ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇ ରହିଛି । ମନ୍ତ୍ରୀ ପଦ ଆଶାରେ ଦଳୀୟ ବିଧାୟକମାନେ ଖୋଲାଖୋଲି ଇଚ୍ଛା ଜାହିର୍‌ କଲେଣି ।  

ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଉ ବୋଲି ଗଣମାଧ୍ୟମ ଆଗରେ ବିବୃତି ରଖିଲେଣି । ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ  ଦଳୀୟ କସରତ ଶେଷ ପର୍ଯ୍ୟାୟରେ  ପହଞ୍ଚିଛି । ଏହାକୁ ନେଇ ଦଳର  ଶୀର୍ଷ ନେତୃତ୍ୱଙ୍କ ଭିତରେ ଆଲୋଚନା  ସରିଛି । କୋର୍‌ କମିଟି ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଖୁବ୍‌ଶୀଘ୍ର ପୁଣି ଥରେ କୋର୍‌ କମିଟି  ବୈଠକ ବସିବ। ଏଥିରେ ମନ୍ତ୍ରିମଣ୍ଡଳ  ସଂପ୍ରସାରଣ ସହିତ ରାଜ୍ୟ ସଭାପତିଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ବାଜିବ ।  

ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ସିକ୍ରେଟ୍‌ କାର୍ଡ ଖୋଲିପାରେ ।  ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବରକୁ ବିଶ୍ୱାସ କରାଗଲେ, ୨୧ଟି ଯାକ ସଂସଦୀୟ କ୍ଷେତ୍ରକୁ ମନ୍ତ୍ରିମଣ୍ଡଳରେ ପ୍ରତିଫଳିତ  କରାଇବା ପାଇଁ ଉଦ୍ୟମ ହୋଇପାରେ । ଏଭଳି  ମର୍ମରେ ଗତ କୋର୍‌ କମିଟି ବୈଠକରେ ଆଲୋଚନା  ହୋଇଥିଲା ଏବଂ ଏକ ପ୍ରକାର ସହମତି ହୋଇଥିଲା ।  

ଏବେ ମନ୍ତ୍ରିମଣ୍ଡଳରେ ୧୩ଟି ସଂସଦୀୟ କ୍ଷେତ୍ରର  ପ୍ରତିନିଧିତ୍ୱ ରହିଛି । ବଲାଙ୍ଗୀର, ଜଗତସିଂହପୁର ଓ  ମୟୂରଭଞ୍ଜରୁ ଦୁଇ ଜଣ ଲେଖାଏ ମନ୍ତ୍ରୀ ଅଛନ୍ତି । ୮ ଟି  ସଂସଦୀୟ କ୍ଷେତ୍ରରୁ ଜଣେ ବି ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳି  ନାହିଁ । ଏଗୁଡ଼ିକ ହେଲା ବାଲେଶ୍ୱର, କୋରାପୁଟ, କଳାହାଣ୍ଡି,  କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ୱର ଓ ସୁନ୍ଦରଗଡ଼ । 

କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଶାସକ ଦଳର ୪ ଜଣ  ବିଧାୟକ (ଫୁଲବାଣୀ, କଣ୍ଟାମାଳ, ଭଞ୍ଜନଗର ଓ ବୈଦ୍ଧ)  ଅଛନ୍ତି । କିନ୍ତୁ ଜଣେ ବି ସ୍ଥାନ ପାଇ ନାହାନ୍ତି ମନ୍ତ୍ରମଣ୍ଡଳରେ । 

କଟକ ଏମ୍‌ପି କ୍ଷେତ୍ରରେ ଖଣ୍ଡପଡ଼ା, କଟକ ସଦର ଓ  ବଡ଼ମ୍ବାର ୩ ଜଣ ବିଜେପି ବିଧାୟକ ବିଜେଡିକୁ ପରାଜୟର  ସ୍ୱାଦ ଚଖାଇଛନ୍ତି । ଏଥିରୁ ବଡ଼ମ୍ବା ବିଧାୟକ ସ୍ୱାଧୀନ ଭାବେ  ନିର୍ବାଚିତ ହେଲା ପରେ ବିଜେପିରେ ସାମିଲ ହୋଇଥିଲେ ।

କଳାହାଣ୍ଡରୁ ଜଣେ (ଧର୍ମଗଡ଼), କୋରାପୁଟରୁ  ଜଣେ (କୋରାପୁଟ), କେନ୍ଦ୍ରପଡ଼ାରୁ ଦୁଇ ଜଣ  (ମହାକାଳପଡ଼ା ଓ ମାହାଙ୍ଗା), ସୁନ୍ଦରଗଡ଼ରୁ ଦୁଇ  ଜଣ (ତଲସରା ଓ ରଘୁନାଥପାଲି), ବାଲେଶ୍ୱରରୁ ୫  ଜଣ (ନୀଳଗିରି, ରେମୁଣା, ବାଲେଶ୍ୱର ଓ ବଡ଼ସାହି)  ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଦୁଇ ଜଣ  (ଏକାମ୍ର ଓ ଖୋର୍ଦ୍ଧା) ବିଧାୟକ ଶାସକ ଦଳର ।  

ଏମାନଙ୍କ ମଧ୍ୟରୁ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ  କରାଯିବ ସେ ନେଇ ଏକ ହିସାବ ନିକାଶ ଚାଲିଛି । ଆଉ  କେତେଜଣ ବରିଷ୍ଠ ବିଧାୟକଙ୍କୁ ବି ସାମିଲ କରାଯିବା  ନେଇ ଆଲୋଚନା ହେଉଛି । ଗତ ୮ ମାସ ମଧ୍ୟରେ  ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ସରକାରଙ୍କୁ ଅଡ଼ୁଆରେ ପକାଇଥିବା କେତେଜଣ ମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଇ ପାରେ  ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେହିଭଳି ବୋର୍ଡ ଓ  ନିଗମ ସଭାପତି/ଅଧ୍ୟକ୍ଷଙ୍କ ନାଁ ଖୁବ୍‌ଶୀଘ୍ର ଘୋଷଣା ହେବ । ସଂଗଠନ ପାଇଁ ନିରବଚ୍ଛିନ୍ନ ଭାବେ କାମ କରି ଆସିଥିବା  ନେତାଙ୍କୁ ଏଥିରେ ଥଇଥାନ କରାଯିବ । କୋର୍‌ କମିଟିର  ଆଗାମୀ ବୈଠକ ପରେ ଏହା ଘୋଷଣା ହେବ ବୋଲି ବିଜେପିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.