ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସୋମବାର ଠାରୁ ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ, ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା…

Published By : Prameya | February 23, 2025 5:29 PM

Image source: tv9

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦୨୫ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀ ସରକାରଙ୍କ ପ୍ରଥମ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ତିନି ଦିନର ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ଆସନ୍ତାକାଲି (ସୋମବାର) ଦିଲ୍ଲୀ ସରକାରଙ୍କ ପ୍ରଥମ ଅଧିବେଶନ ଏବଂ ପ୍ରଥମ ଦିନ ହେବ, ଯେଉଁଥିରେ ସମସ୍ତ ମାନ୍ୟବର ବିଧାୟକ ଶପଥ ନେବେ। ସେ କହିଛନ୍ତି ଯେ ବିଧାନସଭାରେ ପ୍ରଥମ ଦିନରେ ବାଚସ୍ପତି ଏବଂ ଉପବାଚସ୍ପତି ନିର୍ବାଚିତ ହେବେ। ଏହା ସହିତ ଦିଲ୍ଲୀବାସୀଙ୍କ ହିତ ପାଇଁ ସମସ୍ତ କାର୍ଯ୍ୟ ଆରମ୍ଭ ହେବ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ପ୍ରଥମ ଅଧିବେଶନରେ CAG (କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ) ରିପୋର୍ଟ ଉପସ୍ଥାପିତ ହେବ, ଯେଉଁଥିରେ ଦିଲ୍ଲୀ ସରକାରଙ୍କ ଆର୍ଥିକ ସ୍ଥିତିର ଏକ ହିସାବ ଉପସ୍ଥାପିତ ହେବ। ଏହା ବ୍ୟତୀତ ରେଖା ଗୁପ୍ତା ମହିଳା ମାନଙ୍କ ପାଇଁ ୨୫ଶହ ଟଙ୍କା ଦେବା ପାଇଁ ଏକ ଯୋଜନା ଘୋଷଣା କରିଛନ୍ତି। ଆମେ ମହିଳା ମାନଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଭତ୍ତା ଦେବୁ ବୋଲି ସେ କହିଛନ୍ତି। "ଆମେ ପର୍ଯ୍ୟାୟକ୍ର ମେ ବୈଠକ କରୁଛୁ, ପୂର୍ବ ସରକାର ଆମ ପାଇଁ ଛାଡିଯାଇଥିବା ପରିସ୍ଥିତି ବିଷୟରେ ଅଧିକାରୀଙ୍କ ଠାରୁ ସ୍ଥିତି ରିପୋର୍ଟ ନେଉଛୁ ବୋଲି ସେ କହିଛନ୍ତି । 

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ରବିବାର ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ କରାଯାଇଛି। ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲ ଏବଂ ୨୨ ଜଣ ନିର୍ବାଚିତ ବିଧାୟକଙ୍କ ଉପସ୍ଥିତିରେ ଆମ ଆଦମୀ ପାର୍ଟି (ଆପ) ବିଧାୟକ ମାନଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଫେବୃଆରୀ ୨୪ ରୁ ଆରମ୍ଭ ହେଉଛି, ଯାହା ତିନି ଦିନ ଧରି ଚାଲିବ। ଏହି ଅଧିବେଶନରେ, ବିଜେପି ସରକାର ପୂର୍ବ ଆମ ଆଦମୀ ପାର୍ଟି ସରକାରଙ୍କ କାର୍ଯ୍ୟକାରିତା ବିରୁଦ୍ଧରେ ବିଚାରାଧୀନ CAG ରିପୋର୍ଟ ଉପସ୍ଥାପନ କରିବେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.