ପ୍ରମୂଖ ଖବର
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଘମାଘୋଟ ହେବ ଭାରତ-ପାକ୍ ଲଢେଇ; ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି

Published By : Ankita S | February 23, 2025 2:07 PM

ନୂଆଦିଲ୍ଲୀ,୨୩/୦୨: ଅପେକ୍ଷାର ଅନ୍ତ । ସୁପର ସନଣ୍ଡେର ସହି ସମୟ ଆସି ଯାଇଛି । ଆଇସିସି ଚାମ୍ପଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଦୁବାଇ ମଇଦାନରେ ହାଇଭୋଲ୍ଟେଜ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଜୋରଦାର ହେବ ଲଢେଇ । ରୋହିତ ସେନା ବନାମ ରିଜୱାନ ସ୍କ୍ବାର୍ଡ ମଧ୍ୟରେ ହେବ କଡ୍ଡା ଟକ୍କର । ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ପାକିସ୍ତାନକୁ ହରାଇ ୨୦୧୭ ଚାମ୍ପିଅନ୍ସ ଟ୍ରଫିର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅନ୍ୟ ପଟେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇ ଚାପରେ ଥିବା ପାକିସ୍ତାନ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତିରେ ରହିଛି । ପାକିସ୍ତାନ ଏହି ମ୍ୟାଚ ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇପାରେ । ତେଣୁ ମ୍ୟାଚ ଜିତିବାକୁ ପ୍ରାଣପଣେ ଚେଷ୍ଟା କରିବ ।

ପ୍ରତିଶୋଧ ନେବ ଭାରତ- ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି ଟିମ୍ ଇଣ୍ଡିଆ । ଆଜି ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ଭେଟିଛି । ଦୁଇ ଦଳ ମଧ୍ୟରେ କ୍ରିକେଟ ମୁକାବିଲା ବେଶ୍ ରୋମାଞ୍ଚକର । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ସମସ୍ତ ଦିନିକିଆ ଓ ମୁକାବିଲାରେ ଭାରତଠୁ ପାକିସ୍ତାନ ଆଗରେ ରହିଛି । ୨୦୭ଟି ଅନ୍ତର୍ଜାତୀୟ ମ୍ୟାଚରୁ ପାକିସ୍ତାନ ୮୮ଟି ଓ ଭାରତ ୭୫ଟି ଜିତିଛି ।  ୧୩୫ଟି ଦିନିକିଆରୁ ପାକିସ୍ତାନ ୭୩ ଓ ଭାରତ ୫୭ଟି ଜିତିଛି । ଯଦିଓ ପାକିସ୍ତାନ ଆଗରେ ରହିଛି କିନ୍ତୁ ଶକ୍ତିଶାଳୀ ଭାରତ ତାକୁ କଡ୍ଡ ଟକ୍କର ଦେବ । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ବିଜେତା ହୋଇଥିଲା । ଆଜିର ଏହି ମ୍ୟାଚ ଜିତି ଭାରତ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରହିଛି । ବିଜୟ ସହ  ପ୍ରଥମ ଦଳ ଭାବେ ସେମିରେ ସ୍ଥାନ ପକ୍କା କରିବାକୁ  ପ୍ରୟାସ କରିବ ଇଣ୍ଡିଆ । ଭାରତ ତାର ଏକାଦଶରେ ପରିବର୍ତ୍ତନ କରିନାହିଁ ।

ସମସ୍ତଙ୍କ ନଜର ଶୁଭମନ ଗିଲ୍‌ଙ୍କ  ଉପରେ ରହିଛି । ବାଂଲାଦେଶ ବିପକ୍ଷରେ ସେ ମ୍ୟାଚ ବିଜୟୀ ଶତକ ଅର୍ଜନ କରିଥିଲେ । ଚମତ୍କାର ଫର୍ମରେ ରହିଥିବା ଶୀର୍ଷ ମାନ୍ୟତା ପ୍ରାପ୍ତ ଏହି ବ୍ୟାଟରଙ୍କ ଠାରୁ  ଆଉ ଏକ ବଡ଼ ଇନିଂସର ଆଶା ରଖିଛନ୍ତି କ୍ରିକେଟ୍‌ ପ୍ରେମୀ । ସେହିପରି ଦୁଇ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପାଇଁ ପାକ୍‌ ପେସ୍‌ ବାହିନୀ ପ୍ରସ୍ତୁତ ରହିଛନ୍ତି । ରୋହିତ ଗତ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ସହିନ ଆଫ୍ରିଦି ଓ ହ୍ୟାରିସ ରୌଫଙ୍କୁ ନିସ୍ତୁକ ପ୍ରହାର କରିଥିଲେ । ଏଥର ମଧ୍ୟ ରୋହିତ-ରୌଫ ଲଢ଼େଇକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । 

ସେହିପରି ନ୍ୟୁଜିଲାଣ୍ଡଠୁ ପ୍ରଥମ ମ୍ୟାଚ ହାରିବା ପରେ ଟୁର୍ଣ୍ଣାମେଣ୍ଟରେ ତିଷ୍ଠିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରିବ ପାକିସ୍ତାନ । ଭାରତ ବିପକ୍ଷ ଏହି ମ୍ୟାଚ ପାକିସ୍ତାନ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଆଉ ଗୋଟିଏ ମ୍ୟାଚ୍‌ ହାରିଲେ ଟାଇଟଲ ଦୌଡ଼ରୁ ବାଦ  ପଡ଼ିଯିବ । ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ଭଲ ରହିଛି । ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ପରସ୍ପରକୁ  ୫ଥର ଭେଟିଛନ୍ତି । ଏଥିରୁ ପାକିସ୍ତାନ ୩ଟି ମ୍ୟାଚ୍‌ ଜିତିଛି । ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି ପାକ୍ । ପକର ଜମାନଙ୍କ ସ୍ଥାନରେ ଇମାମ୍- ଉଲ୍ଲ-ହକଙ୍କୁ ସ୍ଥାନ ମିଳିଛି । 

ଅଧିକ ପଢନ୍ତୁ...ମହମ୍ମଦ ସାମି ସିକ୍ରେଟ୍; ୧୦ ବର୍ଷ ହେବ ବେଳାଏ ଖାଉଛନ୍ତି, ପାକ୍ ବିପକ୍ଷ ମ୍ୟାଚ ପୂର୍ବରୁ କମାଇଛନ୍ତି ୯ କେଜି ୱେଟ୍

୧୬ମାସ  ପରେ ଦିନିକିଆ ଫର୍ମାଟ୍‌ରେ ସାମ୍ନାସାମ୍ନି ହୋଇଛନ୍ତି କ୍ରିକେଟ୍‌ ଦୁନିଆର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ  ଓ ପାକିସ୍ତାନ । ସମଗ୍ର ବିଶ୍ୱ ଏହି  ମ୍ୟାଚର ପରିଣାମକୁ ଅପେକ୍ଷା କରିଛି । ଦୁବାଇ  ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍‌ ନୀଳ ଓ ସବୁଜ  ଜର୍ସିରେ ପୁରି ଉଠିଛି । ଉଭୟ ଦଳର  ସମର୍ଥକଙ୍କ ‘ହଲ୍ଲା ବୋଲ୍‌’ କମ୍ପୁଛି ଷ୍ଟାଡ଼ିୟମ୍‌ । ହାଇଭୋଲ୍ଟେଜ ମ୍ୟାଚକୁ ନେଇ ଟେଲିଭିଜନଠୁ  ଆରମ୍ଭ କରି ଓଟିଟି ପ୍ଲାଟଫର୍ମରେ କ୍ରିକେଟ୍‌ ପ୍ରେମୀ ମ୍ୟାଚର ଭରପୁର ମଜା  ଉଠାଉଛନ୍ତି ।

ଭାରତୀୟ ଚୂଡାନ୍ତ ଏକାଦଶ- ରୋହିତ ଶର୍ମା (ଅଧିନାୟକ),  ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ  ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା,  ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ହର୍ଷିତ  ରାଣା, ମହମ୍ମଦ ସାମି, କୁଲଦୀପ ଯାଦବ । 

ପାକିସ୍ତାନ ଚୂଡାନ୍ତ ଏକାଦଶ- ଇମାମ ଉଲ-ହକ୍‌, ବାବର  ଆଜମ, ସାଉଦ ସକିଲ, ମହମ୍ମଦ ରିଜୱାନ  (ଅଧିନାୟକ), ସଲମାନ ଆଘା, ତୟାବ  ତାହିର, ଖୁସଦିଲ ଶାହ, ସାହିନ ଆଫ୍ରିଦି, ନସିମ  ଶାହ, ହ୍ୟାରିସ ରୌଫ, ଅବରାର ଅହମ୍ମଦ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.