ନୂଆଦିଲ୍ଲୀ,୨୩/୦୨: କ୍ରିକେଟ ମଇଦାନରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ବୋଲିଂ କରୁଛି ଭାରତ । ଏହି ହାଇଭୋଲ୍ଟେଜ ମୁକାବିଲାକୁ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ତେବେ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ କଂଗ୍ରେସ ନେତା ରାସିଦ ଅଲଭୀ ବିଜେପିକୁ ଟାର୍ଗେଟ କରି ଶତ୍ରୁ ସହ ଖେଳିବ କଣ ଦରକାର ବୋଲି କହିଛନ୍ତି ।
ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଆଲୋଚନା ସମୟରେ କଂଗ୍ରେସ ନେତା ରାସିଦ ଅଲଭୀ କହିଛନ୍ତି, ଭାଜପା ନେତା ପାକିସ୍ତାନ ବିପକ୍ଷରେ ଏତେ ବୟାନ ଦିଅନ୍ତି ନିର୍ବାଚନ ଆସିଲେ ନାରା ଦିଅନ୍ତି କି କଂଗ୍ରେସ ଜିତିଲେ ସେଠାରେ ତାଳି ବାଜିବ । ଏବେ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ସହ ମ୍ୟାଚ ଖେଳୁଛି । ଏହା କେଉଁ ପ୍ରକାର ନିୟନ ? ଯଦି ପାକିସ୍ତାନ ଆମର ଶତ୍ରୁ ତେବେ ତା ସହ ଖେଳିବାର ଅର୍ଥ କଣ ?
ସେ ଆହୁରି କହିଛନ୍ତି, ''ସରକାର ବାରମ୍ବାର କହୁଛନ୍ତି କି ଯେ ପର୍ଯ୍ୟନ୍ତ ଆତଙ୍କବାଦ ଶେଷ ହେବ ନାହିଁ ଆମେ ଆଲୋଚନା କରିବୁ ନାହିଁ । କଣ ଆତଙ୍କବାଦ ଶେଷ ହୋଇଛି କି ? କଣ କାଶ୍ମୀରରେ ସେନାଙ୍କ ପ୍ରତି ଆକ୍ରମଣ କମିଛି କି ? ଶହୀଦଙ୍କ ପରିବାର କଣ ଭାବିବେ ? ମୁଁ ଏହାକୁ ନିନ୍ଦା କରୁଛି । ଭାରତ ସରକାରଙ୍କ ଏହି ନୀତି ବୁଝି ହେଉନାହିଁ । ସରକାରଙ୍କ ପକ୍ଷରୁ ମ୍ୟାଚ କରାଯାଉଛି । କାଲିଠୁ ତାଙ୍କ ବିରୋଧରେ ବୟାନ ଦିଆଯିବ । ମୁଁ ଭାରତରୁ ଜିତିବା ନେଇ ଶୁଭେଚ୍ଛା ଜଣାଉଛି ।''
ଅଧିକ ପଢନ୍ତୁ...ଘମାଘୋଟ ହେବ ଭାରତ-ପାକ୍ ଲଢେଇ; ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି
କହି ରଖୁଛୁ କି, ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ତିକ୍ତତା ପାଇଁ ୨୦୦୮ ପରଠୁ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଥାନ୍ତି । ଆଜି ଚାମ୍ପିଅନ୍ସ ଟ୍ରଫି ଟୁଣ୍ଣାମେଣ୍ଟ ଦୁଇ ଦଳ ମଧ୍ୟରେ ଏକ ମ୍ୟାଚ ଜାରି ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ଭାରତ ପ୍ରଥମେ ବୋଲିଂ କରୁଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଗୋଟିଏ ୱିକେଟ ହରାଇ ପାକିସ୍ତାନ ୪୫ ରନ କରିଛି । ଭାରତ ଟ୍ରଫି ଟୁଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୬ ୱିକେଟରେ ବିଜୟ ହାସଲ କରିଥିଲା । ସେହିପରି ଆୟୋଜକ ପାକିସ୍ତାନ ନ୍ୟୁଜିଲାଣ୍ଡଠୁ ୬୦ରନରେ ପରାସ୍ତ ହୋଇଥିଲା ।