ପ୍ରମୂଖ ଖବର
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

୧୧୯ତମ ମନ୍ କି ବାତ୍ କାର୍ଯ୍ୟକ୍ରମ; କେଜ୍ରିୱାଲ ଶୁଣିବାକୁ ଚାହାନ୍ତି ମୋଦିଙ୍କ ମନ କଥା

Published By : Ankita S | February 23, 2025 8:06 AM

ନୂଆଦିଲ୍ଲୀ,୨୩/୦୨: ଆଜି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ 'ମନ୍ କି ବାତ୍' ର ୧୧୯ତମ ଏପିସୋଡ୍ । ଏହି ରେଡିଓ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ନିର୍ବାଚନରେ ବିଜୟ ପରେ ପ୍ରଥମ ଥର ଦେଶବାସୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ ପ୍ରସାରିତ ହେବ । ସେପଟେ ଏହି କାର୍ଯ୍ୟକ୍ରମ ଶୁଣିବାକୁ ଚାହାଁନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଆଇଆଇଟି କାନପୁର ପରୀକ୍ଷାରେ ଏହି ପ୍ରଶ୍ନ ପଚରା ଯାଇଛି । ପ୍ରଶ୍ନୋପତ୍ର ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି ।

ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ  ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ଜରିଆରେ ସାମାଜିକ ସଚେତନତା, ଶିକ୍ଷା, ସ୍ବଚ୍ଛତା, ଖେଳ, ବିଜ୍ଞାନ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଉପଲବ୍ଧି, ସରକାରଙ୍କ ବିକଶିତ ଯୋଜନା ଏବଂ ଭାରତର ବୈଶ୍ବିକ ସ୍ଥିତି ଏବଂ ମହତ୍ତ୍ବପୂର୍ଣ୍ଣ ମୁଦ୍ଦା ଉପରେ ଚର୍ଚ୍ଚା କରିଥାନ୍ତି । ଏହା ବ୍ୟତୀତ ରାଷ୍ଟ୍ରର ସମୃଦ୍ଧି ଏବଂ ବିକାଶ ନେଇ ଜନତାଙ୍କ ସହଯୋଗ ଉପରେ ଆଲୋଚନା କରିଥାନ୍ତି ।

କେଜ୍ରିୱାଲ ଶୁଣିବେ ମନ୍ କି ବାତ୍- ଆଇଆଇଟି କାନପୁରର ଏକ ପରୀକ୍ଷା ପେପରରେ ରାଜନୀତି,ଇଞ୍ଜିନିୟରିଂକୁ ନେଇ ଏକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଆଇଆଇଟି କାନପୁର । ପ୍ରଶ୍ନରେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଇଆଇଟି ପୂର୍ବତନ ଛାତ୍ର ଅରବିନ୍ଦ କେଜ୍ରିୱାଲଙ୍କ କଥା କୁହାଯାଇଛି । ନିକଟରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବାକୁ ଚାହାଁନ୍ତି । ଇଲେକ୍ଟ୍ରିକାଲ ଇଞ୍ଜିନିୟରଂ ବିଭାଗ ଦ୍ବାରା ପଚରା ଯାଇଥିବା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେଜ୍ରିୱାଲ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବାକୁ ଚାହାନ୍ତି । ତେଣୁ ସେ ଏମିତି ଏକ ଫିଚର ଡିଜାଇନ କରିବାକୁ ଚାହାନ୍ତି ଯାହା ବିବିଧ ଭାରତୀ ଚ୍ୟାନେଲ ସାମଗ୍ରୀକୁ ନିକଟତର କରିବା ସହ ଆଖପାଖ ଏଫଏମ୍ ରେଡିଓ ନଶା (୧୦୭.୨ MHz) ଏବଂ ରେନୱେ ଲକ୍ଷ୍ନୌ (୧୦୦.୭MHz)କୁ ଅତିକମରେ ୬୦ଡିବି ଯାଏ କମ୍ କରି ପାରିବ ।

ଅଧିକ ପଢନ୍ତୁ...୧୧୮ତମ ମନ୍ କି ବାତ୍; କୁମ୍ଭମେଳା ଏକତାର ମହାକୁମ୍ଭ, ପଶୁଙ୍କ ସହ ପ୍ରେମରେ ବଞ୍ଚ କହିଲେ ପ୍ରଧାନମନ୍ତ୍ରୀ ମୋଦି

ମନ୍ କି ବାତ୍ କାର୍ଯ୍ୟକ୍ରମ ମାସର ଶେଷ ରବିବାର ଅନୁଷ୍ଠିତ ହୋଇଥାଏ । ୨୦୧୪ ମସିହା ଅକ୍ଟୋବର ୩ରେ ପ୍ରଥମ 'ମନ୍  କି ବାତ୍' ଏପିସୋଡ ପ୍ରସାରିତ ହୋଇଥିଲା । ପ୍ରଥମ ଏପିସୋଡ ୧୪ ମିନିଟର ରହିଥିଲା । ଏହାପରେ ୨୦୧୫ରୁ ଏପିସୋଡ ସମୟ ୩୦ମିନିଟକୁ ବୃଦ୍ଧି କରାଯାଇଥିଲା । ହିନ୍ଦୀ ଭାଷା ସହ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନ କଥାକୁ ପ୍ରସାରିତ କରାଯାଇଥାଏ । ଏହା କାର୍ଯ୍ୟକ୍ରମ ଜରିଆରେ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ମନ କଥା ଶୁଣିଥାନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କ ବିଷୟରେ କହିଥାନ୍ତି ପ୍ରଧାନମନ୍ତ୍ରୀ । ସ୍ବଚ୍ଛତା ସହ ଜଡିତ ଅନେକ ପ୍ରେରଣାଦାୟୀ କଥା ମଧ୍ୟ ଶୁଣିବାକୁ ମିଳେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.