ପ୍ରମୂଖ ଖବର
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

Mauritius: ମରିସସର ଜାତୀୟ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପିଏମ୍ ମୋଦି; ଘୋଷଣା କଲେ ପ୍ରଧାନମନ୍ତ୍ରୀ ରାମଗୁଲାମ

Published By : Bijay Swain | February 22, 2025 11:29 PM

Image courtesy: amarujala

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ ମରିସସ ଗସ୍ତ କରିବେ। ମରିସସର ଜାତୀୟ ଦିବସ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏନେଇ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମ ଔରଚାରିକ ଭାବେ ଏହି ଘୋଷଣା କରିଛନ୍ତି। ରାମଗୋଲାମ ଏହାକୁ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କର ପ୍ରମାଣ ବୋଲି କହିଛନ୍ତି। 

ମରିସସ୍ ପ୍ରଧାନମନ୍ତ୍ରୀ ରାମଗୁଲାମ ଶୁକ୍ରବାର ଦିନ ଜାତୀୟ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଆମ ଦେଶ ପାଇଁ ଏହା ଏକ ବିଶେଷ ସମ୍ମାନର ବିଷୟ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ଆମକୁ ଏହିପରି ବିଶିଷ୍ଟ ବ୍ୟକ୍ତିତ୍ୱର ଆୟୋଜନ କରିବାର ସୁଯୋଗ ମିଳିବ।

ମରିସସ୍ ପ୍ରତିବର୍ଷ ମାର୍ଚ୍ଚ ୧୨ତାରିଖରେ ଏହାର ଜାତୀୟ ଦିବସ ପାଳନ କରିଥାଏ। ୧୯୬୮ମସିହା ମାର୍ଚ୍ଚ ୧୨ ତରିଖରେ ଏହା ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇଥିଲା। ଏହି ଅବସରରେ ରାମଗୋଲାମ କହିଛନ୍ତି “ଆମ ଦେଶର ସ୍ୱାଧୀନତାର ୫୭ ତମ ବାର୍ଷିକୀ ପାଳନ ଅବସରରେ ମୁଁ ଗୃହକୁ ଏକ ଖୁସି ଖବର ଜଣାଇବାକୁ ଚାହେଁ। ମୋର ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀ ଆମ ଜାତୀୟ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ହେବାକୁ ରାଜି ହୋଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଖୁସିର ଖବର।”

ଭାରତୀୟ ନେତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଆଲୋକିତ କରିବା ପାଇଁ ମରିସସ୍ ପ୍ରଧାନମନ୍ତ୍ରୀ ପିଏମ୍ ମୋଦୀଙ୍କ ନିକଟରେ ପ୍ୟାରିସ୍ ଏବଂ ଆମେରିକା ଗସ୍ତ ବିଷୟରେ ଉଲ୍ଲେଖ କରିଛନ୍ତି। ରାମଗୁଲାମ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଆମର ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରମାଣ ହେବାକୁ ଯାଉଛି। ଗତ ବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ମରିସସର ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.