ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଦିଲ୍ଲୀ ବିଧାନସଭାକୁ ମିଳିଲେ ପ୍ରଥମ ମହିଳା ବିରୋଧୀ ଦଳ ନେତା, ଆପ୍‌ ବିଧାୟିକା ଆତିଶୀ ହେଲେ ଏଲଓପି

Published By : Tapas Panda | February 23, 2025 5:02 PM

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବୃହତ୍ତ ବିଜୟ ସହ ବିଜେପି ସରକାର ଗଠନ କରିଛି । ଦୀର୍ଘ ବର୍ଷ ଧରି ଦିଲ୍ଲୀରେ ଶାସନ କରୁଥିବା ଆମ ଆଦମୀ ପାର୍ଟି (ଆପ୍‌) ପ୍ରଥମ ଥର ବିଧାନସଭାରେ ବିରୋଧୀ ଦଳର ଭୂମିକା ନିଭାଇବ । ଏଭଳି ସ୍ଥିତିରେ ବିରୋଧୀ ଦଳ ନେତା ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ । ସବୁଠୁ ବଡ଼ କଥା ହେଉଛି, ଦିଲ୍ଲୀ ବିଧାନସଭାକୁ ପ୍ରଥମ ମହିଳା ଏଲଓପି ବା ବିରୋଧୀ ଦଳ ନେତା ମିଳିଛନ୍ତି ।  

ପାର୍ଟିର ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆମ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ପାର୍ଟିର ୨୨ ଜଣ ବିଧାୟକଙ୍କ ଉପସ୍ଥିତିରେ ଆତିଶୀଙ୍କ ନାଁରେ ସହମତି ହୋଇଛି । ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଫେବ୍ରୁଆରୀ ୨୪ରୁ ଆରମ୍ଭ ହେବ । ତିନିଦିନିଆ ଅଧିବେଶନରେ ଶାସକ ବିଜେପି ପୂର୍ବର ଆପ୍ ସରକାର ଦ୍ୱାରା ଉପସ୍ଥାପନ କରାଯାଉନଥିବା ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ କରିବ ।

କାଲକାଜୀ ବିଧାୟିକ ଆତିଶୀ ବିରୋଧୀ ଦଳ ନେତା ହେବା ପରେ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଉଛି । ଜନତା ଆମକୁ ବିରୋଧୀ ଭୂମିକାରେ ବସାଇଛନ୍ତି ଏବଂ ଆମ୍ ଆଦମୀ ପାର୍ଟି ଏକ ମଜଭୁତ ବିରୋଧୀ ରୂପେ କାମ କରିବ । ବିରୋଧୀ ଦଳ ନେତା ଚୟନ ଉପରେ ଗୋପାଳ ରାୟ କହିଛନ୍ତି ଯେ, ଆଜି ବିଧାୟକ ଦଳର ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଛି  ଆତିଶୀ ବିଧାନସଭାରେ ବିରୋଧୀ ଦଳ ନେତା ହେବେ । ଆହ୍ୱାନପୂର୍ଣ୍ଣ ସମୟରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀର ଜନତାଙ୍କ ସେବା କରିଛନ୍ତି । ଆପ୍ ଏକ ସ୍ଥିର ବିରୋଧୀ ଭୂମିକା ନିର୍ବାହ କରିବ ।

ଦିଲ୍ଲୀର ମହିଳାଙ୍କୁ ୨୫୦୦ ଟଙ୍କା ପ୍ରଦାନ ଉପରେ ଆତିଶୀ କହିଛନ୍ତି, 'ବିଜେପିର ନୂଆ କ୍ୟାବିନେଟ୍ ବୈଠକ ହୋଇସାରିଛି, କିନ୍ତୁ ମହିଳାଙ୍କୁ ଟଙ୍କା ଦେବାର କୌଣସି ଯୋଜନାକୁ ମଞ୍ଜୁରି ଦିଆଯାଇନାହିଁ । ଆମେ ପ୍ରତିଶ୍ରୁତି ଦେଉଛୁ, ରେଖା ଗୁପ୍ତା ସରକାରଙ୍କ ଠାରୁ ମହିଳା ସମୃଦ୍ଧି ଯୋଜନା ଅଧିନରେ ମହିଳାଙ୍କୁ ଅଢେଇ ହଜାର ଟଙ୍କା ପ୍ରଦାନ ସୁନିଶ୍ଚିତ କରିବୁ ।'ସୂଚନାଯୋଗ୍ୟ, ଆତିଶୀଙ୍କ ସମେତ ଅନ୍ୟ ସବୁ ବିରୋଧୀ ନେତା ଏହି ଯୋଜନା ଉପରେ ଲଗାତାର ଦିଲ୍ଲୀ ବିଜେପି ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି । ଏହାର ପ୍ରତିଫଳନ ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.