ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

Delhi: ଆପ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

Published By : Tapas Panda | February 23, 2025 10:56 PM

Image Courtesy: abplive

ନୂଆଦିଲ୍ଲୀ: ସୋମବାରଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଆମ୍‌ ଆଦମୀ ପାର୍ଟି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀର ରାଜକୋଷ ଖାଲି କରିଥିବା ନେଇ ଆପ୍‌ ବିରୋଧରେ ଅଭିଯୋଗ କରିଛନ୍ତି । ସେପଟେ ମହିଳାମାନଙ୍କୁ ମାସିକ ୨୫୦୦ ଟଙ୍କା କେବେଳ ଦିଆଯିବ ବୋଲି ପ୍ରଶ୍ନରେ ରେଖା ଗୁପ୍ତା କହିଛନ୍ତି, ପୂର୍ବ ସରକାର ରାଜକୋଷ ଖାଲି ଛାଡି ଦେଇଛନ୍ତି ।  କିନ୍ତୁ ଆମେ ଏକ ସମ୍ପୂର୍ଣ୍ଣ ଯୋଜନା ସହିତ ଜନସାଧାରଣଙ୍କ ପାଖକୁ ଯିବୁ ଏବଂ ସଂକଳ୍ପ ପତ୍ରରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଛି ଆମେ ତାହା ପୂରଣ କରିବୁ।

ରେଖା ଗୁପ୍ତା କହିଛନ୍ତି ଯେ, ଦିଲ୍ଲୀର ଲୋକମାନେ ୧୧ ବର୍ଷ ଧରି AAP କ’ଣ କରିଛି ତାହା ଦେଖିଛନ୍ତି ଏବଂ ଏବେ ସେମାନେ ବିଜେପି ସରକାରକୁ ମଧ୍ୟ ଦେଖିବେ । ଏହି ସମୟରେ ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି ଯେ, ଆମ ସରକାରଙ୍କର କେବଳ ଗୋଟିଏ ଆଜେଣ୍ଡା । ଆମକୁ ଦିଲ୍ଲୀକୁ ବିକଶିତ କରିବାକୁ ପଡିବ । ଦିଲ୍ଲୀରେ ଯାହା ବି କାମ ବାକି ଅଛି, ତାହାକୁ ସମାପ୍ତ କରିବାକୁ ପଡିବ। ଆମର ସମସ୍ତ ନେତା ତତ୍ପର ଅଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ‘ଆମର କାମ ଦିଲ୍ଲୀକୁ ଲୁଟ କରିଥିବା ନେତାମାନଙ୍କ ମୁହଁ ବନ୍ଦ କରିବା । ଦିଲ୍ଲୀବାସୀଙ୍କୁ ଉପହାର ମିଳିବା ଆରମ୍ଭ ହେବ । ଆଜିର ବୈଠକରେ, ବିଧାନସଭାରେ ବିକାଶ କାର୍ଯ୍ୟକୁ କିପରି ତ୍ୱରାନ୍ୱିତ କରିବାକୁ ପଡିବ ସେନେଇ ଆମେ ଆମର ବିଧାୟକମାନଙ୍କୁ କହିଛୁ ।’ ସେ କହିଛନ୍ତି ଯେ, ଆସନ୍ତାକାଲିଠାରୁ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆମେ ଗୃହରେ CAG ରିପୋର୍ଟ ଉପସ୍ଥାପନ କରିବୁ। ଯେଉଁମାନେ ଦିଲ୍ଲୀବାସୀଙ୍କ ଟଙ୍କା ଲୁଟ କରିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। ଆମ ସରକାର ଦିଲ୍ଲୀର ବିକାଶ ପାଇଁ ଦ୍ରୁତ ଗତିରେ କାମ କରୁଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.