ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଅମିର ଖାନ ନିର୍ମାଣ କରିବେ ମହାଭାରତ, ନିଜ ଚରିତ୍ରକୁ ନେଇ ଦେଲେ ଏହି ଅପଡେଟ୍

Published By : Prameya | February 23, 2025 7:48 PM

ମୁମ୍ବାଇ, ୨୩/୨ :   ଅଭିନେତା ଅମିର ଖାନ ନିକଟରେ ମହାଭାରତ ନିର୍ମାଣ କରିବାକୁ ନେଇ ଲମ୍ବା ସମୟରୁ ଚାଲି ଆସିଥିବା ଇଛାକୁ ପ୍ରକାଶ କରିଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ଅମିର ନିଜ ସ୍ବପ୍ନ ବିଷୟରେ ସମସ୍ତଙ୍କ ସହ ସେୟାର କରିଛନ୍ତି ଏବଂ ଏହା ବି କହିଛନ୍ତି କି ପିଲାମାନଙ୍କ ସହ ଯୋଡ଼ି ହୋଇଥିବା କଣ୍ଟେଣ୍ଟ ତାଙ୍କୁ ବହୁତ ପସନ୍ଦ ଆସିଥାଏ । ଅମିର କହିଛନ୍ତି କି ମହାଭାରତ ନିର୍ମାଣ କରିବା ମୋର ସ୍ବପ୍ନ ଅଟେ । ଏଥିଲାଗି ବୋଧେ ଏବେ ମୁଁ ସେହି ସ୍ବପ୍ନ ବିଷୟରେ ଭାବି ପାରିବି । ଦେଖିବା ଏଥିରେ ମୋର କୌଣସି ଭୂମିକା ରହୁଛି କି ନାହିଁ । ଖାନ୍ ପିଲାମାନଙ୍କ କଣ୍ଟେଣ୍ଟରେ ନିଜର ଖୁସିଥିବା କହି ମୋର କହିବା କଥା କି ଭାରତରେ ଆମେ ପିଲାମାନଙ୍କ ସହିତ ଜଡ଼ିତ କଣ୍ଟେଣ୍ଟ କମ୍ କରିଥାଉ । ସାଧାରଣତ ଆମେ ଏହାକୁ ବିଦେଶରୁ ଇମ୍ପୋର୍ଟ କରିଥାଉ, ଏହାକୁ ଆମେ ଡବ୍ କରିଥାଉ ଏବଂ ରିଲିଜ କରିଥାଉ । ମୁଁ ପିଲାମାନଙ୍କ ବିଷୟରେ କଣ୍ଟେଣ୍ଟ କରିବାକୁ ଚାହୁଁଛି । 

ସେ କହିଛନ୍ତି କି ଜଣେ ଅଭିନେତା ଭାବେ ସେ ଗୋଟିଏ ଥରରେ ଗୋଟିଏ ଫିଲ୍ମ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଜଣେ ପ୍ରଡ୍ୟୁସର ଭାବେ ତାଙ୍କର ଟାର୍ଗେଟ ଅଧିକ ପ୍ରୋଜେକ୍ଟ ନେବା । ଅମିର କହିଛନ୍ତି କି, ଜଣେ ଅଭିନେତା ଭାବେ ମୁଁ ଗୋଟିଏ ଥରରେ ଗୋଟିଏ ଫିଲ୍ମ କରିଥାଏ ଏବଂ ମୁଁ ଏଥିରେ ଖୁସି ଅଛି । ମୁଁ ଏକ ପ୍ରଡ୍ୟୁସର ଭାବେ ଆହୁରି ବି ଫିଲ୍ମ କରିବାକୁ ପ୍ରୟାସ କରୁଛି । ଆଗାମୀ ମାସରେ ୬୦ବର୍ଷର ହୋଇଯିବି ଏବଂ ଆଗାମୀ ୧୦ରୁ ୧୫ବର୍ଷ ପର୍ଯ୍ୟନ୍ତ ମୁଁ ଆଉ କାମ କରିବାକୁ ଚାହୁଁଛି ଏବଂ ନୂଆ ଟ୍ୟାଲେଣ୍ଟକୁ ସୁଯୋଗ ଦେବାକୁ ଚାହୁଁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.