କଟକ, ୨୩/୨: ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି। ଓସିଏ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ। ସେଥିପାଇଁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ପଦବୀ ଖାଲି ରହିଥିଲା।
ସୂଚନାଯୋଗ୍ୟ ଯେ, ଗତ ୨୦୨୨ ନଭେମ୍ବରରେ ହୋଇଥିବା ନିର୍ବାଚନରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓସିଏ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ବବିଙ୍କ କାର୍ଯ୍ୟକାଳ ଆଗାମୀ ୨୦୨୫ ନଭେମ୍ୱରରେ ଶେଷ ହୋଇଥାନ୍ତା । ତାହା ପୂର୍ବରୁ ବବି ଓସିଏ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ନିଜର ବ୍ୟକ୍ତି ଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ବବିଙ୍କ ଇସ୍ତଫା ପରେ ଉପସଭାପତି ଥିବା ପଙ୍କଜ ଲୋଚନ ଦାସ ଅସ୍ଥାୟୀ ସଭାପତି ଭାବରେ କାର୍ଯ୍ୟ କରୁଥିଲେ। ଓସିଏ କାଉନସିଲ ନିର୍ବାଚନରେ ପଙ୍କଜ ଲୋଚନ ମହାନ୍ତି ନିର୍ଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛି।