ନୂଆଦିଲ୍ଲୀ,୨୩/୦୨: ଆଉ କିଛି ସମୟର ଅପେକ୍ଷାର । ସୁପର ସନଣ୍ଡେରେ ହେବ ସୁପର ଫାଇଟ୍ । ଆଇସିସି ଚାମ୍ପଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଦୁବାଇ ମଇଦାନରେ ହାଇଭୋଲ୍ଟେଜ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଜୋରଦାର ହେବ ଲଢେଇ । ରୋହିତ ସେନା ବନାମ ରିଜୱାନ ସ୍କ୍ବାର୍ଡ ମଧ୍ୟରେ ହେବ କଡ୍ଡା ଟକ୍କର । ଏହି ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ୨ଟା ୩୦ରେ ମ୍ୟାଚ ଆରମ୍ଭ ହେବ । ମ୍ୟାଚ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ଜାରି କରି ଭାରତ ଜିତିବା ସହ ବିରାଟ କୋହିଲ ଶତକୀୟ ପାଳି ଖେଳିବେ ବୋଲି ଦୃଢତାର ସହ କହିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂହ ।
ମ୍ୟାଚକୁ ନେଇ ପୂର୍ବତନ କ୍ରିକେଟର ୧ ମିନିଟ୍ ୫ ସେକେଣ୍ଡରେ ଭିଡିଓ ବାର୍ତ୍ତାରେ ହରଭଜନ ସିଂହ କହିଛନ୍ତି, 'ଭାରତ ଧିମା ପିଚ୍ ରେ ଭଲ ଖେଳିବ । ଯାହା ପାକିସ୍ତାନ ପାଇଁ କଠିନ ହେବ । ଭାରତ ଦୁବାଇ ପିଚରେ ଭଲ ଖେଳିବ । ଇଣ୍ଡିଆର ବୋଲିଂ ବ୍ୟାଟିଂ ସବୁ ବହୁତ ଭଲ ରହିଛି । ଧିମା ପିଚରେ ପାକିସ୍ତାନକୁ ଖେଳିବା ସହଜ ହେବ ନାହିଁ । ରୋହିତ ଓ ବିରାଟଙ୍କ ପାଇଁ ଏହି ମ୍ୟାଚରେ ବହୁତ ଭଲ ସୁଯୋଗ ରହିଛି । ବିରାଟ କୋହଲି ନିଶ୍ଚିନ୍ତ ଭଲ ରନ କରିବେ ସେ ଶତକୀୟ ପାଳି ଖେଳିବେ । ବିରାଟଙ୍କ ବ୍ୟାଟରୁ ରନ ହେବ । ଆଉ ଯେବେ ବିରାଟ କୋହଲି ରନ କରନ୍ତି ଭାରତ ମ୍ୟାଚ ଜିତିଥାଏ ।'
କହି ରଖୁଛୁ କି, ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବିଜୟ ଅଭିଯାନ ଆରମ୍ଭ କରି ସାରିଛି । ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚକୁ ୬ ୱିକେଟରେ ଜିତିଛି । ଏହି ମ୍ୟାଚରେ ଶୁଭମନ ଗିଲ ଶତକୀୟ ପାଳି ଖେଳିଥିଲେ । ତଥାପି ଦୁଇ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପାଇଁ ପାକ୍ ପେସ୍ ବାହିନୀ ପ୍ରସ୍ତୁତ ରହିଛନ୍ତି । ରୋହିତ ଗତ ୨୦୨୩ ଦିନିକିଆ ବିଶ୍ୱକପ୍ରେ ସହିନ ଆଫ୍ରିଦି ଓ ହ୍ୟାରିସ ରୌଫଙ୍କୁ ନିସ୍ତୁକ ପ୍ରହାର କରିଥିଲେ । ଏଥର ମଧ୍ୟ ରୋହିତ-ରୌଫ ଲଢ଼େଇକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଦୁଇ ଖେଳାଳିଙ୍କ ଉପରେ ନଜର ରହିଛି ।