ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Champions Trophy: ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ସ୍କୋର କଲା ଇଂଲଣ୍ଡ

Published By : Tapas Panda | February 22, 2025 7:20 PM

Image Courtesy: sportstar

ଲାହୋର: ଲାହୋରର ଗଦାଫି ଷ୍ଟାଡିୟମରେ ଶନିବାର ବଡ଼ ରେକର୍ଡ କରିଛି ଇଂଲଣ୍ଡ । ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ ହରାଇ ୩୫୧ ରନ କରି ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ଦଳୀୟ ସ୍କୋର କରିଛି । ପୂର୍ବରୁ ୨୦୦୪ ମସିହାରେ ନ୍ୟୁଜିଲାଣ୍ଡ ଆମେରିକା ବିପକ୍ଷରେ ୩୪୭ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ ବେନ୍ ଡକେଟ ୧୪୩ ବଲରେ ୧୬୫ ରନ୍ କରିଛନ୍ତି । ଡକେଟ ୧୭ଟି ଚୌକା ଏବଂ ୩ଟି ଛକା ମାରିଛନ୍ତି । ଜୋ ରୁଟ୍ (୬୮ ରନ୍) ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ୧୦ ବଲ୍ ରୁ ୨୧ ରନ୍ କରି ଅପରାଜିତ ଥିବା ଜୋଫ୍ରା ଆର୍ଚର ଇନିଂସର ଶେଷ ତିନୋଟି ବଲ୍ ରୁ ୧୨ ରନ୍ କରି ଇଂଲଣ୍ଡକୁ ପୂର୍ବ ରେକର୍ଡ ଅତିକ୍ରମ କରାଇବାରେ ସହାୟକ ହୋଇଛନ୍ତି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ବେନ୍ ଦ୍ୱାରସିସ୍ ୩ଟି ୱିକେଟ ନେଇଥିବା ବେଳେ ଆଦାମ ଜାମ୍ପା ଏବଂ ମାର୍ନସ୍ ଲାବୁଶେନ୍‌ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି । 

ଚାମ୍ପିଅନ୍ସ ଟ୍ରଫିରେ ସବୁଠୁ ବଡ଼ ସ୍କୋର

୩୫୧/୮ (୫୦) - ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ - ଲାହୋର - ୨୦୨୫

୩୪୭/୪ (୫୦) - ନ୍ୟୁଜିଲାଣ୍ଡ ବନାମ ଆମେରିକା - ଦି ଓଭାଲ - ୨୦୦୪

୩୩୮/୪ (୫୦) - ପାକିସ୍ତାନ ବନାମ ଭାରତ - ଦି ଓଭାଲ - ୨୦୧୭

୩୩୧/୭ (୫୦) - ଭାରତ ବନାମ ଦକ୍ଷିଣ ଆଫ୍ରିକା - କାର୍ଡିଫ୍ - ୨୦୧୩

୩୨୩/୮ (୫୦) - ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା - ସେଞ୍ଚୁରିଅନ୍ - ୨୦୦୯

୩୨୨/୩ (୪୮.୪) - ଶ୍ରୀଲଙ୍କା ବନାମ ଭାରତ - ଓଭାଲ – ୨୦୧୭

ଇଂଲଣ୍ଡ: ଜସ୍ ବଟଲର୍ (ଅଧିନାୟକ), ଫିଲ୍ ସଲ୍ଟ (ୱିକେଟକିପର), ବେନ୍ ଡକେଟ, ଜେମି ସ୍ମିଥ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋପ, ବ୍ରାଇଡନ୍ କାର୍ସେ, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍ ଏବଂ ମାର୍କ ଉଡ୍।

ଅଷ୍ଟ୍ରେଲିଆ: ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ମାଥ୍ୟୁ ସର୍ଟ, ଟ୍ରାଭିସ୍ ହେଡ୍, ମାର୍ନସ୍ ଲାବୁଶେନ, ଆଲେକ୍ସ କ୍ୟାରି, ଜୋଶ୍ ଇଙ୍ଗଲିସ୍ (ୱିକେଟକିପର), ଗ୍ଲେନ୍ ମ୍ୟାକ୍ସୱେଲ୍, ବେନ୍ ଦ୍ୱାରସିସ୍, ନାଥନ୍ ଏଲିସ୍, ସ୍ପେନ୍ସର ଜନସନ୍ ଏବଂ ଆଦାମ ଜାମ୍ପା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.