ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଭାରତ-ପାକ୍ ମ୍ୟାଚକୁ ନେଇ ପୂର୍ବତନ ଇଣ୍ଡିଆନ କ୍ରିକେଟରଙ୍କ ବିସ୍ଫୋରକ ବୟାନ୍, କହିଲେ ମୁଁ ଚାହୁଁଛି...

Published By : Ankita S | February 22, 2025 9:25 AM

ନୂଆଦିଲ୍ଲୀ,୨୨/୦୨: ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଭାରତ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ବିଜୟ ଅଭିଯାନ ଆରମ୍ଭ କରିଛି । ଦ୍ବିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ । ଆସନ୍ତାକାଲି (ରବିବାର) ଏହି ହାଇଭୋଲ୍ଟେଜ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚକୁ ଚାତକ ପରି ଚାହିଁଛନ୍ତି ଦର୍ଶକ । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଅତୁଲ ୱାସାନ । ଯାହା କ୍ରିକେଟପ୍ରେମୀଙ୍କୁ ଚକିତ କରିଛି ।

ଦୁବାଇ ଷ୍ଟାଡିୟମରେ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଆସନ୍ତାକାଲି ପଞ୍ଚମ ମ୍ୟାଚ ଖେଳାଯିବ । ଏଥିରେ ଭାରତ ବନାମ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚକୁ ନେଇ ଭାରତର ପୂର୍ବତନ କ୍ରିକେଟର ଅତୁଲ ୱାସାନ କହିଛନ୍ତି, ମୁଁ ଚାହୁଁଛି ଏହି ମ୍ୟାଚ ପାକିସ୍ତାନ ଜିତୁ । କାରଣ ଏହି ଟୁର୍ଣ୍ଣାମେଣ୍ଟ ରୋମାଞ୍ଚକର ହେବ । ଯଦି ପାକିସ୍ତାନକୁ ଜିତିବାକୁ ଦେବା ନାହିଁ ତେବେ କଣ କରିବା ?  ଯଦି ପାକିସ୍ତା ଜିତେ ତେବେ ଏହି ମୁକାବିଲା ହୋଇଯାଏ । ବରାବାରି ଲଢେଇ ହେବା ଦରକାର ।

ପାକ୍ ବିପକ୍ଷରେ ଭାରତୀୟ ଦଳର ବିଶ୍ଳେଷଣ କରି ଅତୁଲ ୱାସନ କହିଛନ୍ତି, ଭାରତ ପାଖରେ ବହୁତ ଭଲ ବ୍ୟାଟ୍ସମ୍ୟାନ ଅଛନ୍ତି । ଶୁବମନ ଗିଲ, ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଖେଳାଳି ରହିଛନ୍ତି । ୮ ନମ୍ବରରେ ବ୍ୟାଟ କରୁଥିବା ଅକ୍ଷର ପଟେଲ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ରୋହିତ ୫ ଜଣ ସ୍ପିନର ରହିଛନ୍ତି । ଏହି ଦଳ ଦୁବାଇ ପାଇଁ ସର୍ବଶ୍ରେଷ୍ଠ ।

ଅଧିକ ପଢନ୍ତୁ...ଫସିଯିବ ଭାରତ, ଯଦି ପାକିସ୍ତାନ ବିପକ୍ଷରେ ଏହି ଭୁଲ କରେ ରିପିଟ୍

କହି ରଖୁଛୁ କି ଚାମ୍ପିଅନ୍ସ ଟ୍ରଫିରେ ଭାରତ ତାର ପ୍ରଥମ ମ୍ୟା ବାଂଲାଦେଶ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚକୁ ୬ ୱିକେଟରେ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ । ସେହିପରି ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ୬୦ରନରେ ପରାସ୍ତ ହୋଇଥିଲା ଆୟୋଜକ ପାକିସ୍ତାନ । ଭାରତ ବିପକ୍ଷ ମ୍ୟାଚ ପାକିସ୍ତାନ ପାଇଁ 'କର ବା ମର' ସମାନ ହେବ । ଯଦି ମହମ୍ମଦ ରିଜୱାନଙ୍କ ଟିମ୍ ପରାସ୍ତ ହୁଏ ତେବେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.