ନୂଆଦିଲ୍ଲୀ,୨୧/୦୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭାରତ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ବାଂଲାଦେଶ ବିପକ୍ଷରେ ଖେଳିଥିବା ପ୍ରଥମ ମ୍ୟାଚକୁ ୬ ୱିକେଟରେ ଜିତିଛି ରୋହିତ ସେନା । ଆସନ୍ତା ୨୩ ତାରିଖରେ ଭାରତ ତାର ଦ୍ବିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ । ଦୁବାଇ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ପାକିସ୍ତାନ । ଏହା ପୂର୍ବରୁ ଦୁବାଇ ପିଚକୁ ନେଇ ରାଗି ଯାଇଛନ୍ତି କ୍ୟାପ୍ଟେନ ରୋହିତ ଶର୍ମା । ଜାଣନ୍ତୁ କଣ କହିଲେ ରୋହିତ ।
ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ବଡ ବୟାନ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ବାଂଲାଦେଶ ବିପକ୍ଷରେ ବିଜୟ ପରେ ପାକିସ୍ତାନ ବିପକ୍ଷ ମୁକାବିଲା ଓ ମ୍ୟାଚ ହେବାକୁ ଥିବା ପିଚ ବାବଦରେ ପ୍ରଶ୍ନ ପଚରା ଯାଇଥିଲା । ଏହାକୁ ନେଇ ରୋହିତ ଶର୍ମା ରାଗି ଯାଇଥିବା ଦେଖିବାକୁ ମିଳିଥିଲା । ସେ କହିଥିଲେ, ଦେଖନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ପିଚକୁ ନେଇ ଏବେଠୁ କିଛି କହି ପାରିବି ନାହିଁ । ଏ ସବୁ କେମିତି କହିବି 'ମୁଁ କ୍ୟୁରେଟର' ନୁହେଁ । କିନ୍ତୁ ଏହା କହିବି କି ଦୁବାଇ ପିଚ୍ ଟିକେ ଛୋଟ ହେବ ।
ଅଧିକ ପଢନ୍ତୁ...ଫସିଯିବ ଭାରତ, ଯଦି ପାକିସ୍ତାନ ବିପକ୍ଷରେ ଏହି ଭୁଲ କରେ ରିପିଟ୍
କହି ରଖୁଛୁ କି, ଚାମ୍ପଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭାରତ ତାର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିଥିଲା । ଏଥିରେ ୬ ୱିକେଟରେ ବିଜୟ ହାସଲ କରିଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ । ଏଥିରେ ଶୁବମନ ଗିଲ୍ ଅପରାଜିତ ୧୦୧ ରନର ଇନିଂସ ଖେଳିଥିଲେ । ସେହିପରି ମହମ୍ମଦ ସାମି ୫ ୱିକେଟ ନେଇଥିଲେ । ଅଧିନାୟକ ରୋହିତ ଶର୍ମା ୪୧ରନ ପାଳି ଖେଳିଥିଲେ । ଆସନ୍ତା ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ଭାରତ ତାର ଦ୍ବିତୀୟ ମ୍ୟାଚ ଖେଳିବ । ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।