ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ଦାଦା

Published By : Ankita S | February 21, 2025 7:55 AM

କୋଲକାତା,୨୧/୦୨: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦୁର୍ଘଟଣା ହୋଇଛି । ସୌଭାଗ୍ୟବସତଃ ସୌରଭଙ୍କର କିଛି କ୍ଷତି ହୋଇନାହିଁ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦାଦା । ଏକ ବିଶ୍ବ ବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ କାର୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।

ଅଳ୍ପକେ ବର୍ତ୍ତିଗଲେ ଦାଦା-ସୌରଭ ଗାଙ୍ଗୁଲି ବର୍ଦ୍ଧମାନର ଏକ ବିଶ୍ବ ବିଦ୍ୟାଳୟରେ ସାମିଲ ହେବାକୁ ଯାଉଥିଲେ । ଏହି ସମୟରେ ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସୌରଭଙ୍କ କାରକୁ ଧକ୍କା ଦେଇଥିଲା । ସୌଭାଗ୍ୟବସତଃ ଗାଙ୍ଗୁଲିଙ୍କର କିଛି କ୍ଷତି ହୋଇନାହିଁ । ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ତାଙ୍କ କାର୍ ଡ୍ରାଇଭର ନିୟନ୍ତ୍ରଣ ରଖି ବ୍ରେକ୍ ମାରି ଥିଲେ । ଏହା ପରେ ପଛକୁ ପଛ ଥିବା ଗାଡି ଗାଙ୍ଗୁଲିଙ୍କର କାର୍ ସହ ପିଟି ହୋଇଯାଇଥିଲା । ଯଦିଓ ଦୁର୍ଘଟଣାରେ ଗାଙ୍ଗୁଲିଙ୍କର କିଛି ହୋଇନାହିଁ ମାତ୍ର ତାଙ୍କ କାରର କ୍ଷତି ହୋଇଥିବା ସୂଚନା ମିଳିଛି । ସୌରଭଙ୍କର ଡ୍ରାଇଭରଙ୍କର ମଧ୍ୟ କିଛି କ୍ଷତି ହୋଇନାହିଁ । ସମସ୍ତେ ସୁସ୍ଥ ଅଛନ୍ତି ।

ଅଧିକ ପଢନ୍ତୁ...ଶୁଭମନଙ୍କ ଅପରାଜିତ ଶତକ, ବାଂଲାଦେଶ ବିପକ୍ଷରେ ଭାରତର ସହଜ ବିଜୟ

ସୌରଭଙ୍କ ଉପରୁ ଏକ ବଡ ବିପଦ ଟଳି ଯାଇଥିବା କୁହାଯାଉଛି । ଦୁର୍ଘଟଣା ପାଇଁ ରାସ୍ତାରେ ଗାଙ୍ଗୁଲିଙ୍କ କାର୍ ପ୍ରାୟ ୧୦ ମିନିଟ ଯାଏ ଅଟକିଥିଲା । ଏହାପରେ ସୌରଭ ଗାଙ୍ଗୁଲି ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ମୋତେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ । ଅନେକ ଦିନ ଧରି ବର୍ଦ୍ଦମାନ ସ୍ପୋର୍ଟ୍ସ ଏସୋସିଏସନ (ବିଡିଏସ) ମୋତେ ଆସିବାକୁ ନିମନ୍ତ୍ରଣ କରୁଥିଲା । ଆଜି ଏଠାକୁ ଆସି ବହୁତ ଖୁସି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.