ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଶୁଭମନଙ୍କ ଅପରାଜିତ ଶତକ, ବାଂଲାଦେଶ ବିପକ୍ଷରେ ଭାରତର ସହଜ ବିଜୟ

Published By : Tapas Panda | February 20, 2025 10:07 PM

ଦୁବାଇ: ଶୁଭମନ ଗିଲଙ୍କ ଅପରାଜିତ ଶତକ ବଳରେ ଚାମ୍ପିଅନ୍ସ ଟ୍ରଫିର ଦ୍ଵିତୀୟ ମ୍ୟାଚକୁ ଜିତି ନେଇଛି ଭାରତ । ଭାରତ ୬ ଓ୍ଵିକେଟରେ ବାଂଲାଦେଶକୁ ହରାଇ ସହଜ ବିଜୟ ହାସଲ କରିଛି । ଏଥିସହ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତୋହିଦ ହୃଦୟଙ୍କ ଶତକ ଓ ଜାକର ଅଲ୍ଲୀଙ୍କ ୬୮ ରନ ବଳରେ ୨୨୮ ରନ କରିଥିଲା । ଜବାବରେ ଭାରତ ୪୬.୩ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି । ଶୁଭମନ ଗିଲ୍ ଅପରାଜିତ ୧୦୧ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବେଳେ କେଏଲ ରାହୁଲ ୪୧ ରନ କରିଛନ୍ତି। କେଏଲ ରାହୁଲ ଛକା ମାରି ମ୍ୟାଚ୍‌ ଜିତାଇଛନ୍ତି । ଏହା ପରେ ୨୩ ତାରିଖରେ ଭାତର ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ ।

 ଦୁବାଇ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ଦଳର ଅଧା ଖେଳାଳି ୩୫ ରନ୍ କରି ଆଉଟ ହୋଇଯାଇଥିଲେ। ତୋହିଦ ହୃଦୟ ଏବଂ ଜାକର ଅଲ୍ଲୀ ୧୫୪ ରନ ଯୋଡ଼ି ବାଂଲାଦେଶକୁ ସମସ୍ୟାରୁ ଉଦ୍ଧାର କରିଥିଲେ। ହୃଦୟ ୧୦୦ ରନ୍ ସଂଗ୍ରହ କରିଥିଲା ବେଳେ ଅଲ୍ଲୀ ୬୮ ରନ୍ କିରିଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମି ୫ଟି ୱିକେଟ୍ ନେଇଥିବା ବେଳେ ହର୍ଷିତ ରାଣା ୩ଟି ଏବଂ ଅକ୍ଷର ପଟେଲ ମଧ୍ୟ ୨ଟି ୱିକେଟ୍ ନେଇଥିଲେ । ରୋହିତ ଶର୍ମା କ୍ୟାଚ୍ ଛାଡି ଦେବାରୁ ପଟେଲ ମଧ୍ୟ ଏହି ମ୍ୟାଚ୍‌ରେ ହ୍ୟାଟ୍ରିକ୍ ନେବାରୁ ବଞ୍ଚିତ ହୋଇଥିଲେ ।

ଶୁଭମନ ଗିଲଙ୍କ ଅପରାଜିତ ଶତକ

ଶୁଭମନ ଗିଲ ତାଙ୍କ ODI କ୍ୟାରିୟରର ଅଷ୍ଟମ ଶତକ ହାସଲ କରିଛନ୍ତି। ଗିଲ୍ ବାଂଲାଦେଶ ବିପକ୍ଷରେ ୧୦୧ ରନର ଅପରାଜିତ ଶତକୀୟ ଇନିଂସ ଖେଳି ଖେଳପ୍ରେମୀଙ୍କୁ ଖୁସି କରି ଦେଇଛନ୍ତି । ଏହା ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆରେ ଶତକ ହାସଲ କରିଥିଲେ ଗିଲ୍‌ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.