ଭୁବନେଶ୍ୱର ୨୧/୦୨: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଶୁକ୍ରବାର ୩ଟି ମ୍ୟାଚ୍ ଖେଳାଯିବ । ମହିଳା ବର୍ଗରେ ଭାରତ-ଜର୍ମାନୀ ଓ ଇଂଲଣ୍ଡ-ନେଦରଲାଣ୍ଡସ ଏବଂ ପୁରୁଷରେ ଭାରତ-ଆୟର୍ଲାଣ୍ଡ ମ୍ୟାଚ୍ ରହିଛି ।
ଭାରତୀୟ ମହିଳା ଦଳର ପ୍ରଦର୍ଶନ ଭଲ ନାହିଁ । ଦଳ ଗତ ୪ଟି ମ୍ୟାଚରୁ ସିଧାସଳଖ ମାତ୍ର ଗୋଟିଏ ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ଇଂଲଣ୍ଡକୁ ପ୍ରଥମ ଚରଣରେ ହରାଇଥିଲା । ଦ୍ୱିତୀୟରେ ସୁଟଆଉଟ୍ରେ ପରାଜିତ ହୋଇଥିଲା । ସ୍ପେନ ବିପକ୍ଷରେ ସଂଘର୍ଷ କରି ଉଭୟ ମ୍ୟାଚ୍ରେ ପରାଜିତ ହୋଇଥିଲା । ଶକ୍ତିଶାଳୀ ଜର୍ମାନୀ ବିପକ୍ଷରେ ଦଳ ବିଜୟ ଧାରାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି ।
ପୁରୁଷ ଦଳ ପୂର୍ବରୁ ୪ଟି ମ୍ୟାଚ୍ ଖେଳି ୨ଟିରେ ପରାଜିତ ହୋଇଛି । ସ୍ପେନ ବିପକ୍ଷ ପ୍ରଥମ ଚରଣରେ ୧-୩ରେ ପରାଜିତ ଏବଂ ଦ୍ୱିତୀୟ ଚରଣରେ ୨-୦ରେ ବିଜୟୀ ହୋଇଥିଲା । ସେମିତି ଜର୍ମାନୀ ବିପକ୍ଷରେ ପ୍ରଥମ ଚରଣରେ ୧-୪ରେ ପରାଜିତ ଏବଂ ଦ୍ୱିତୀୟ ଚରଣରେ ୧-୦ରେ ବିଜୟ ଲାଭ କରିଥିଲା । ଆୟର୍ଲାଣ୍ଡ ବିପକ୍ଷ ଉଭୟ ମ୍ୟାଚ୍ରେ ଘରୋଇ ଦଳ ବିଜୟୀ ହୋଇ ପୂରା ପଏଣ୍ଟ ହାସଲ ଲକ୍ଷ୍ୟରେ ରହିଛି । ଏବେ ଭାରତ ୮ ପଏଣ୍ଟ ସହ ଟେବୁଲରେ ସପ୍ତମ ସ୍ଥାନରେ ଅଛ