ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ତୋହିଦ ହୃଦୟଙ୍କ ଦମଦାର ଶତକ, ଭାରତ ସାମ୍ନାରେ ୨୨୯ ରନ୍‌ ଟାର୍ଗେଟ୍‌

Published By : Tapas Panda | February 20, 2025 6:22 PM

Image Courtesy: espncricinfo

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ବିତୀୟ ମ୍ୟାଚ୍‌ ରୋମାଞ୍ଚକର ହେବାକୁ ଯାଉଛି ।  ୩୫ ରନରେ ୫ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବାଂଲାଦେଶ ସମ୍ମାନଜନକ ସ୍କୋରରେ ପହଞ୍ଚିଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୪୯.୪ ଓଭରରେ ୨୨୮ ରନରେ ଅଲଆଉଟ୍ ହୋଇଛି । ତୋହିଦ ହୃଦୟ ପ୍ରଶଂସନୀୟ ୧୦୦ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଜାକର ଅଲ୍ଲୀ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି । ଦୁଇ ବ୍ୟାଟରଙ୍କ ଦମଦାର ବ୍ୟାଟିଂ ବଳରେ ବାଂଲାଦେଶ ସମ୍ମାନଜନକ ସ୍କୋର କରିପାରିଛି । ମ୍ୟାଚ୍ ଜିତିବା ପାଇଁ ଭାରତ ସମ୍ମୁଖରେ ୨୨୯ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୫ ଓ୍ଵିକେଟ୍ ନେଇଛନ୍ତି ।

ଆଜି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ୱିତୀୟ ମ୍ୟାଚରେ ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୁସେନ ଶାନ୍ତୋ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ମ୍ୟାଚ୍ ଯେଉଁ ଦଳ ଜିତିବ,  ସେହି ଦଳ ପାଇଁ ସେମିଫାଇନାଲର ପଥ ସହଜ ହୋଇଯିବ। ଏହି ମ୍ୟାଚ୍ ସମୟରେ, ସମସ୍ତଙ୍କ ନଜର ଭାରତର ଷ୍ଟାର ଖେଳାଳିମାନଙ୍କ ଉପରେ ରହିବ । ବିଶେଷକରି ବିରାଟ ଏବଂ ରୋହିତ ଶର୍ମା । ଉଭୟ ବ୍ୟାଟରଙ୍କ ସାମ୍ପ୍ରତିକ ଫର୍ମ ସେତେ ଭଲ ନାହିଁ । ତେଣୁ ସେମାନେ ଏହି ମ୍ୟାଚ୍‌ରେ ଏକ ବଡ଼ ଇନିଂସ ଖେଳିବାକୁ ଚେଷ୍ଟା କରିବେ ଏବଂ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଫର୍ମ ଫେରିପାଇବାକୁ ଚେଷ୍ଟା କରିବେ ।

ଭାରତୀୟ ଦଳ ୩୫ ରନ ଦେଇ ବାଂଲାଦେଶର ୫ଟି ୱିକେଟ ନେଇଥିଲା। ଏହା ପରେ ଲାଗୁଥିଲା ଯେ ବାଂଲାଦେଶ ଦଳ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ ୧୦୦  ରନ୍ ମଧ୍ୟ ଛୁଇଁ ପାରିବ ନାହିଁ । କିନ୍ତୁ ତା’ପରେ ତୋହିଦ ହୃଦୟ କ୍ରିଜରେ କମାଲ କରିଥିଲେ । ତାଙ୍କୁ ଜାକର ଅଲ୍ଲୀଙ୍କର ସମର୍ଥନ ମିଳିଥିଲା।  ଦୁହେଁ ଇନିଂସକୁ ଆଗକୁ ବଢ଼ାଇଥିଲେ। ଜାକର ଅର୍ଦ୍ଧଶତକ ହାସଲ କରିବା ପରେ ଆଉଟ ହୋଇଥିଲେ କିନ୍ତୁ ତୋହିଦ ହୃଦୟ ଆହତ ହୋଇ ମଧ୍ୟ ଶତକ ହାସଲ କରିଛନ୍ତି । ଏହା ୨୪ ବର୍ଷୀୟ ତୋହିଦ ହୃଦୟଙ୍କ ଦିନିକିଆରେ ପ୍ରଥମ ଶତକ ।ସେ ୧୧୪ ବଲ୍‌ରେ ତାଙ୍କର ଶତକ ପୂରଣ କରିଛନ୍ତି । ଏଥିରେ ୬ଟି ଚୌକା ଏବଂ ଦୁଇଟି ଛକା ଅନ୍ତର୍ଭୁକ୍ତ । ବ୍ୟାଟିଂ କରିବା ସମୟରେ ତାଙ୍କର ମାଂସପେଶୀରେ ଆଘାତ ଲାଗିଥିଲା। ଦୌଡ଼ିବାରେ ମଧ୍ୟ ହୃଦୟକୁ ଅସୁବିଧା ହେଉଥିଲା । ଏହା ସତ୍ତ୍ବେ ସେ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.