ନୂଆଦିଲ୍ଲୀ,୨୪/୦୨: ଦିନେ ଶାସନ କରୁଥିବା ଦଳ ଆଜି ବିରୋଧୀ ହୋଇଛି । ଲଗାତାର ଦୁଇ ଥର ଦିଲ୍ଲୀରେ କ୍ଷମତାସୀନ ଆପ୍ ଚଳିତ ବିଧାନସଭା ନିର୍ବାଚନରେ ବିଜେପିଠୁ ପରାସ୍ତ ହୋଇଛି । ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ଆମ୍ ଆଦମୀ ପାର୍ଟି ବିରୋଧୀ ଦଳ ଭୂମିକା ତୁଲାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି । ଦିଲ୍ଲୀ ବିଧାନସଭାରେ ଏହା ପ୍ରଥମ ଯେ କୌଣସି ମହିଳା ବିରୋଧୀ ଦଳ ନେତା ହୋଇ ଶାସକ ଦଳକୁ ଘେରିବାକୁ ଯାଉଛନ୍ତି । ବିଧାନସଭାରେ ପ୍ରଥମ ଥର ପାଇଁ ବିରୋଧୀ ଓ ଶାସକ ଦୁଇ ମହିଳା ମୁହାଁମୁହିଁ ହୋଇଛନ୍ତି ।
ରେଖା ବନାମ ଆତିଶୀ- ଦିଲ୍ଲୀବାସୀ ଆମକୁ ବିରୋଧୀ ଦଳ ଦାୟିତ୍ବ ଦେଇଛନ୍ତି । ଆମେ ବିଧାନସଭାରେ ଦିଲ୍ଲୀବାସୀଙ୍କ ସ୍ବର ଉଠାଇବାକୁ ପ୍ରତିଶ୍ରୁତି ନେଇଛୁ । ବିରୋଧୀ ଦଳରେ ରହି ଆପ୍ ବିଜେପିର ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରାଇବ । ୨୫୦୦ ଟଙ୍କାର ଯେଉଁ ସହୟତା ଘୋଷଣା ହୋଇଥିଲା ତାକୁ କାର୍ଯ୍ୟକାରୀ କରାଇବାକୁ ଆପ୍ ପ୍ରାଥମିକତା ଦେବ । ବିଜେପି ଓ ପିଏମ ନରେନ୍ଦ୍ର ମୋଦି ଗ୍ୟାରେଣ୍ଟି ଦେଇଥିଲେ ପ୍ରଥମ କ୍ୟାବିନେଟରେ ମହିଳାଙ୍କ ଖାତାକୁ ୨୫୦୦ଟଙ୍କା ଯିବା ସ୍କିମ ପାସ୍ ହେବ । ମାର୍ଚ୍ଚ ୮ ଯାଏ ଏହାର ପ୍ରଥମ କିସ୍ତି ଥିଲା ଏହାକୁ ନେଇ ଆମେ ବିଧାନସଭାରେ ସ୍ବର ଉଠାଇବେ ।
#WATCH | Delhi: LoP Delhi Assembly Atishi says, "...People of Delhi have given us the responsibility of opposition and we will raise the voice of people in the assembly. Prime Minister Narendra Modi, BJP had promised to the people of Delhi that in the first cabinet meeting, the… pic.twitter.com/lssw3ztWBX
— ANI (@ANI) February 24, 2025
ଆପ୍ ବିରୋଧରେ ଦିଲ୍ଲୀ ସରକାର ଆଣିଥିବା ଅଭିଯୋଗକୁ ନେଇ ଆତିଶୀ କହିଛନ୍ତି, '' ବିଜେପି ସରକାରର ଶପଥ ଗ୍ରହଣ ପୂର୍ବରୁ ହିଁ ମୁଁ ଭବିଷ୍ୟବାଣୀ କରିଥିଲି କି ସେ କାମ ଓ ପ୍ରତିଶ୍ରୁତି ପୂରଣ ନ କରିବାକୁ କୌଣସି ନା କୌଣସି ବାହାନା କରିବ । ଯେବେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସିଏମ ଥିଲେ ସେବେ ବଜେଟ୍ ୩୦ ହଜାର କୋଟି ଥିଲା । ହେଲେ ଆପ୍ ସରକାର ମାଗଣା ସରକାର ଚଳାଇଥିଲା । ମାଗଣା ପାନୀୟ ଜଳ, ବିଜୁଳି, ସ୍ବାସ୍ଥ୍ୟ ସେବା ଶିକ୍ଷା ଦେଇଥିଲେ । ଆଜି ବିଜେପି ପାଖରେ ଏହାଠୁ ଅଧିକ ବଜେଟ ଥାଇ ବି ସେ ଭଣ୍ଡାର ଖାଲି ଥିବା କହୁଛନ୍ତି ।
ଅଧିକ ପଢନ୍ତୁ...Delhi: ଆପ୍ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
ମାସକୁ ୨୫୦୦ ଟଙ୍କା ସ୍କିମକୁ ନେଇ ଘମାସାନ- ବିରୋଧୀ ଦଳ ନେତ୍ରୀ ଆଦିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀ ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ଦେବାକୁ ରେଖା ସରକାର କରିଥିବା ପ୍ରତିଶ୍ରୁତିକୁ ନେଇ ଆତିଶୀ ସିଏମ୍ ରେଖା ଗୁପ୍ତାଙ୍କୁ ଚିଠି ଲେଖିଛନ୍ତି । ମହିଳାଙ୍କୁ ମାସକୁ ୨୫୦୦ ଟଙ୍କାର ଯୋଜନାକୁ ନେଇ କଥା ଦେବାକୁ ସମୟ ମାଗିଛନ୍ତି । ନିର୍ବାଚନୀ ପ୍ରଚାରରେ ଦିଲ୍ଲୀ ମାଆ-ଭଉଣୀଙ୍କ କଲ୍ୟାଣ ଓ ସୁରକ୍ଷା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ କାଗଜରେ ସୀମିତ ଅଛି । ତାହାକୁ ଶୀଘ୍ର ଆରମ୍ଭ କରାଯାଉ ବୋଲି ଚିଠିରେ ଲେଖିଛନ୍ତି ଆଦିଶୀ ।