ପାଟନା,୨୪/୦୨ : ବିହାର ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାଲିଗଲା ୭ ଜୀବନ । ପାଟନା ମସୌର୍ହିର ନୋରା ବ୍ରିଜ ଉପରେ ଏକ ଟ୍ରକ ଓ ଟେମ୍ପୋ ମଧ୍ୟରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏ ନେଇ ସୂଚନା ଦେଇଛନ୍ତି ମସୌର୍ହିର ଏସଡିପିଓ ।
ଏସଡିପିଓଙ୍କ ସୂଚନା ଅନୁସାରେ, ପାଟନା ମସୌର୍ହିର ନୁରା ବ୍ରିଜ ଉପରେ ଏକ ଟ୍ରକ ଓ ଟେମ୍ପୋ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋ ଓ ଟ୍ରକ ବ୍ରିଜ ତଳକୁ ଖସି ପଡିଥିଲା । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ ।
ଅଟୋରେ ଥିବା ସମସ୍ତ ଯାତ୍ରୀ ଶ୍ରମିକ ହୋଇଥିବା ଜଣାପଡିଛି । ଦୁର୍ଘଟଣାର କାରଣ ଜଣାପଡିନାହିଁ । ମୃତ ୭ ଜଣଙ୍କର ପରିଚୟ ମିଳି ପାରିନାହିଁ । ଘଟଣାସ୍ଥଳରେ ହିଁ ୭ ଜଣ ଆଖି ବୁଜିଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ଦେଇଛନ୍ତି ଏସଡିପିଓ ।
ଅଧିକ ପଢନ୍ତୁ...ବ୍ରାଜିଲରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା , ୧୨ ଛାତ୍ର ମୃତ
ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଘରୁ ବାହାରିବା ପରେ ସୁରକ୍ଷତି ଫେରିବା ଏକ ପ୍ରକାର ସ୍ବପ୍ନ ହୋଇଗଲାଣି । ବେପରୁଆ ଗାଡି ଚଳନା ଦୁର୍ଘଟଣାର ମୁଖ୍ୟ କାରଣ । ଗତ ୨୧ ତାରିଖରେ ବିହାର ଆରା ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ସମସ୍ତେ କୁମ୍ଭମେଳାରୁ ଫେରୁଥିଲେ । ଏହା ପୂର୍ବରୁ ପ୍ରାୟାଗରାଜ କୁମ୍ଭମେଳାରେ ସାମିଲ ହେବାକୁ ଯାଉଥିବାବେଳେ ଏକ ଦୁର୍ଘଟଣା ଘଟି ୧୦ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା ।