ପ୍ରମୂଖ ଖବର
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ମହାକୁମ୍ଭରେ ଚାଲିଛି ବାଇକ୍‌ ବାଲାଙ୍କ ରାଜୁତି, ୨୦ ଗୁଣା ଭଡ଼ା ଅସୁଲ କରୁଛନ୍ତି ବୋଟ୍‌ ମାଲିକ

Published By : Prameya | February 24, 2025 9:08 AM

ପ୍ରୟାଗରାଜ ୨୪/୦୨: ପ୍ରୟାଗରାଜ ମହାକୁମ୍ଭ ମେଳା ଶେଷ ହେବାକୁ ଆଉ ମାତ୍ର ୨ ଦିନ ବାକି । ଏହାସତ୍ତେ୍ୱ ବିଶ୍ୱର କୋଣ ଅନୁକୋଣରୁ ପ୍ରତିଦିନ ସେଠାକୁ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି । ଏଭଳିକ୍ଷେତ୍ରରେ ଅଟୋ, ଇ-ରିକ୍ସା, ବାଇକ୍‌ ବାଲାଙ୍କ ସହିତ ବୋଟ୍‌ବାଲା ବି ମନଇଚ୍ଛା ଲୋକଙ୍କଠାରୁ ଟଙ୍କା ଅସୁଲ କରୁଥିବା ଅଭିଯୋଗ ହେଉଛି । ଏପରିକି ମୌଜ ଗିରି ଘାଟରୁ ସଙ୍ଗମ ଯାଏ ବୋଟ୍‌ ବୁକ୍‌ କରିବା ଲାଗି ବୋଟ୍‌ ମାଲିକ ୨୦ ହଜାର ଟଙ୍କା ମାଗୁଛନ୍ତି । ସାଧାରଣ ଦିନରେ ବୋଟ୍‌ ବୁକ୍‌ କଲେ ସେତିକି ରାସ୍ତା ଲାଗି ହଜାରେ ଟଙ୍କା ଭଡ଼ା ପଡୁଥିବାବେଳେ ଆଜି ତାର ୨୦ ଗୁଣା ଆଦାୟ କରାଯାଉଥିବା ଜଣେ ଶ୍ରଦ୍ଧାଳୁ କହିଛନ୍ତି । ସେହିଭଳି ସିଭିଲ୍‌ ଲାଇନ୍ସ ରେଲୱେ ଷ୍ଟେସନ ନିକଟରେ ବାଇକର୍ସ ଗ୍ୟାଙ୍ଗ ଅଛନ୍ତି । ଏମାନେ ଯାତ୍ରୀମାନଙ୍କୁ ମେଳା କ୍ଷେତ୍ର ଯାଏ ପହଞ୍ଚାଇବାକୁ ମାତ୍ର ୨ କିମି ରାସ୍ତା ବାବଦରେ ୫୦୦ ଟଙ୍କା ଆଦାୟ କରୁଛନ୍ତି । ଅଭିଯୋଗ ମିଳିବା ପରେ ଏହି ଗ୍ୟାଙ୍ଗ୍‌ ବିରୋଧରେ ପୁଲିସ ଅଭିଯାନ ଆରମ୍ଭ କରିଛି । ମୋଟ ୨୦୦ଟି ବାଇକ୍‌ ଜବତ କରିଛି ପୁଲିସ । 

ରବିବାର ମହାକୁମ୍ଭର ୪୨ତମ ଦିନ ଥିଲା । ରାତି ୮ଟା ମଧ୍ୟରେ ୧.୩୨ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିଛନ୍ତି । ସେପଟେ ପୌଷପୂର୍ଣ୍ଣିମାରୁ ଅଦ୍ୟାବଧି ମୋଟ ୬୨.୦୬ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ସୂଚନା ମିଳିଛି । ଶେଷ ସପ୍ତାହନ୍ତରେ ସଙ୍ଗମନଗରୀରେ ପ୍ରବଳ ଭିଡ଼ ଲାଗି ରହିଥିଲା । ଅତ୍ୟଧିକ ଜନଗହଳି ଯୋଗୁ ଆଜି ପ୍ରୟାଗରାଜ ଷ୍ଟେସନରୁ ସଙ୍ଗମ ଆଡ଼କୁ ଯିବା ଓ ଫେରିବା ଉଭୟ ମାର୍ଗରେ ପାଦରେ ଚାଲି ଯିବା ଲାଗି ବି ଶ୍ରଦ୍ଧାଳୁମାନେ ସମସ୍ୟାର ସାମ୍ନା କରିଥିଲେ । ଏହାକୁ ଦେଖି ପ୍ରୟାଗରାଜର ସମସ୍ତ ୭ଟି ଏଣ୍ଟ୍ରି ପଏଣ୍ଟରେ ବାହାରୁ ଆସୁଥିବା ଗାଡ଼ିକୁ ରୋକି ଦିଆଯାଇଥିଲା । ସମସ୍ତ ଏଣ୍ଟ୍ରି ପଏଣ୍ଟରେ ଟ୍ରାଫିକ୍‌ ସମ୍ଭାଳିବା ଲାଗି ଜଣେ ଲେଖାଏଁ ଆଇଜି ମୁତୟନ ହୋଇଥିବା ଡିଜିପି ପ୍ରଶାନ୍ତ କୁମାର ପ୍ରକାଶ କରିଛନ୍ତି ।

ସେହିପରି ଶ୍ରଦ୍ଧାଳୁମାନଙ୍କୁ ସହର ବାହାରେ ସ୍ଥିର ହୋଇଥିବା ପାର୍କିଂ ସ୍ଥାନରେ ଗାଡ଼ି ପାର୍କ କରିବାକୁ ପଡୁଛି । ସେଠାରୁ ସଙ୍ଗମର ଦୂରତା ପ୍ରାୟ ୧୦-୧୨ କିମି । ଏଭଳିକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କୁ ଅତି କମ୍‌ରେ ୧୦-୧୨ କିମି ଚାଲିବାକୁ ପଡୁଛି । ଇତିମଧ୍ୟରେ ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍‌ ସିଂହ ରବିବାର ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି । ଏହା ତାଙ୍କୁ ଅଲୌକିକ ଅନୁଭୂତି ଦେଇଥିବାବେଳେ ଏଭଳି ଆୟୋଜନଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଗାୟକ କେଳାସ ଖେର୍‌ ବୁଡ଼ ପକାଇବା ପରେ ଏହାକୁ ଗର୍ବର କ୍ଷଣ ବୋଲି ଦର୍ଶାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.