ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ ମଙ୍ଗଳବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଉପରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଆମ ଆଦମୀ ପାର୍ଟି ବିଧାୟକ ମାନେ ଗୃହରେ ନାରାବାଜୀ ଦେଇଥିଲେ। ଏହା ପରେ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଅମାନତୁଲ୍ଲା ଖାନଙ୍କୁ ଛାଡି ଆମ ଆଦମୀ ପାର୍ଟିର ସମସ୍ତ ବିଧାୟକଙ୍କୁ ନିଲମ୍ବିତ କରିଥିଲେ।
ମଙ୍ଗଳବାର ଦିନ ଅମାନତୁଲ୍ଲା ଖାନ ଗୃହରେ ଉପସ୍ଥିତ ନଥିଲେ। କୁହାଯାଉଛି ଯେ, ତାଙ୍କ ଅସୁସ୍ଥତା ଯୋଗୁଁ ସେ ଆଜି ବିଧାନସଭାରେ ଉପସ୍ଥିତ ନଥିଲେ। ତେଣୁ ବାଚସ୍ପତି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ଗୁରୁବାର ଦିନ ଦିଲ୍ଲୀ ବିଧାନସଭାର କାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ, ଯେଉଁଥିରେ CAG ରିପୋର୍ଟ ଉପରେ ଆଲୋଚନା ହେବ।
ସୂଚନାଥାଉକି, ମଙ୍ଗଳବାର ଦିଲ୍ଲୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ୨୦୨୧-୨୦୨୨ ର ଅବକାରୀ ନୀତି ଯୋଗୁଁ ଦିଲ୍ଲୀ ସରକାରଙ୍କୁ ୨୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଛି। ଏହାକୁ ନେଇ ବିଜେପି ବିଧାୟକ ମାନେ ଆମ ଆଦମୀ ପାର୍ଟି ଉପରେ ଆକ୍ରମଣ କରୁଛନ୍ତି ।
ଦିଲ୍ଲୀରେ ମଦ ନୀତି ଦୁର୍ନୀତି ଉପରେ CAG ରିପୋର୍ଟ ପ୍ରକାଶ ପାଇବା ପରେ, ଦିଲ୍ଲୀ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ସୁଦ ଆମ ଆଦମୀ ପାର୍ଟି ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି, "ସିଏଜି ରିପୋର୍ଟରେ ହୋଇଥିବା ଖୁଲାସା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଏହା ପ୍ରମାଣିତ କରୁଛି ଯେ ଅରବିନ୍ଦ କେଜରିୱାଲ ସରକାର ମଦ ନୀତି ମାଧ୍ୟମରେ ଦୁର୍ନୀତି କରିଥିଲେ।