ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

Anti Sikh Riot Case: ବାପା-ପୁଅଙ୍କୁ ହତ୍ୟା ମାମଲା, ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

Published By : Ankita S | February 25, 2025 2:28 PM

ନୂଆଦିଲ୍ଲୀ,୨୫/୦୨: ୧୯୮୪ର ବହୁ ଚର୍ଚ୍ଚିତ ଶିଖ୍ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଜ୍ଜନ କୁମାରକୁ ଆଜୀବନ ସଜା ହୋଇଛି । ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ । ସରସ୍ବତୀ ବିହାରରେ ଶିଖ୍ ବାପା-ପୁଅ ହତ୍ୟା ମାମଲାରେ ଏହି ସଜା ଶୁଣାଯାଇଛି । ଗତ ୧୨ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ଦିଲ୍ଲୀର ସରସ୍ବତୀ ବିହାରରେ ୧୯୮୪ ନଭେମ୍ବର ୧ ତାରିଖ ରେ ହୋଇଥିବା ଶିଖ୍ ବିରୋଧୀ ହିଂସା ମାମଲାରେ ସଜ୍ଜନଙ୍କୁ ଆଜୀବନ ଜେଲ ହୋଇଛି । ଏହି ଦଙ୍ଗାରେ ସର୍ଦ୍ଦାର ଜସବନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କ ହତ୍ୟା ମାମଲାରେ ସଜ୍ଜନଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ରାଉସ ଆଭେନ୍ୟୁ କୋର୍ଟର ଜଷ୍ଟିସ କାବେରୀ ବାବେଜା ସଜା ଶୁଣାଇଛନ୍ତି । ଶିଖ୍ ଦଙ୍ଗା ମାମଲାରେ ପୀଡିତଙ୍କୁ ପରିବାରକୁ ୪୧ ବର୍ଷ ପରେ ନ୍ୟାୟ ମିଳିଛି ।

ଗତ ଫେବୃଆରୀ ୧୨ ତାରିଖରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଥିଲେ । ତିହାର ସେଣ୍ଟ୍ରାଲ ଜେଲ କର୍ତ୍ତୃପକ୍ଷଙ୍କୁ ସଜ୍ଜନଙ୍କ ମାନସିକ ସ୍ବାସ୍ଥ୍ୟ ନେଇ ରିପୋର୍ଟ ମାଗିଥିଲେ । ଶିଖ୍ ଦଙ୍ଗା ମାମଲାରେ ପ୍ରଥମେ ପଞ୍ଜାବ ବାଗ  ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଏହାପରେ ମାମଲା ତଦନ୍ତ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ୧୬ ତାରିଖରେ ସଜ୍ଜନଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଦଙ୍ଗାକାରୀ ମାନେ ବାପ-ପୁଅଙ୍କୁ ଲୁହା ରଡ ଓ ବାଡିରେ ଆକ୍ରମଣ କରିଥିଲେ । ଦୁଇଜଣଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ସଜ୍ଜନ କୁମାର ଭିଡ ଉସକାଇଥିବା ଅଭିଯୋଗ କରିଥିଲେ ପୀଡିତଙ୍କ ପରିବାର ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.