ଥିରୁଅନନ୍ତପୁରମ,୨୫/୦୨: ବିଭତ୍ସ, ଭୟଙ୍କର, ଲୋମଟାଙ୍କୁରା । ପ୍ରେମିକା ସହ ୬ ଜଣଙ୍କୁ ବିଭତ୍ସ ହତ୍ୟା କରାଯାଇଛି । କେରଳ ଥିରୁଅନନ୍ତପୁରମରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ହୋଇଛି । ପ୍ରେମିକା ସହ ନିଜ ପରିବାରର ୫ଜଣଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ । ହତ୍ୟା ପରେ ଥାନାରେ ଯୁବକ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ମାଆ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି ।
କେରଳ ଥିରୁଅନନ୍ତପୁରମ ବେଞ୍ଜାରମୁଡୁରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇଛନ୍ତି ଜଣେ ୨୩ ବର୍ଷୀୟ ଯୁବକ । ହାମର, ଚାପଡରେ ପ୍ରେମିକା ସହ ପରିବାରର ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଅତ୍ୟଧିକ ଋଣ କରିଥିଲେ ଯୁବକ । ବ୍ୟବସାୟରେ କ୍ଷତି ସହିବାରୁ ଚାପରେ ରହିଥିଲେ । ପରିବାରରେ ଅଶାନ୍ତି ଦେଖିବାକୁ ମିଳିଥିଲା । ଋଣ ଚାପରେ ରକ୍ତମୁଖା ହୋଇ ଘଟାଇଥିଲେ ବର୍ବରକାଣ୍ଡ । ଋଣ ସୁଝି ନପାରିବାରୁ ପୁରା ପରିବାରକୁ ହତ୍ୟା କରିଥିବା କୁହାଯାଉଛି । ପ୍ରେମିକ ସମେତ ନିଜ ମାଆ, ବୁଢିମା, ନାବାଳକ ଭାଇ, ଦାଦା ଓ ଖୁଡିଙ୍କୁ ହାମର ଓ ଚାପଡରେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଛନ୍ତି ଅଫାନ । ଏହାପରେ ଥାନାକୁ ଯାଇ ୬ଜଣଙ୍କୁ ହତ୍ୟା କରିଥିବା କହି ଆତ୍ମସମର୍ପଣ କରିଛନ୍ତି । ଯୁବକଙ୍କ ମାଆ ଗୁରୁତର ଅବସ୍ଥାରେ ଥିରୁଅନନ୍ତପୁରମ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଅଧିକ ପଢନ୍ତୁ...ଯୁବତୀଙ୍କ ଗଳା କାଟି ହତ୍ୟା, ପ୍ରେମିକାର ଜୀବନ ନେଲା ବିଫଳ ପ୍ରେମିକ !
ମୃତ ୫ ଜଣ ହେଲେ ଅଫାନଙ୍କ ୧୩ ବର୍ଷୀୟ ଭାଇ ଅହସାନ, ଜେଜେମାଆ ସଲମା ବିବି, ତାଙ୍କ ଦାଦା ଲତିଫ, ଖୁଡି ସାହିହା ଓ ପ୍ରେମିକା ଫର୍ସାନା । ଅଫାନଙ୍କ ମାଆ ଗୁରୁତର ଅଛନ୍ତି ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଜୀବନ ମରଣ ସହ ଲଢୁଛନ୍ତି । ଅଭିଯୁକ୍ତ ଅଫାନ ବିଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି । ୬ ଜଣଙ୍କୁ ହତ୍ୟା କରିବା ସହ ସେ ବିଷ ପିଇଥିବା ପୋଲିସକୁ କହିଛନ୍ତି । ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ଋଣ ସୁଝି ନପାରିବାରୁ ଏମିତି କରିଥିବା କୁହାଯାଉଛି ।