ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Delhi: ଦିଲ୍ଲୀ ପୋଲିସକୁ ମିଳିଲା ବଡ଼ ସଫଳତା; ଡ୍ରଗ ମାମଲାରେ ହସିମ ବାବାର ପତ୍ନୀ ହେଲା ଗିରଫ

Published By : Bijay Swain | February 21, 2025 4:54 PM

Image courtesy: livehindustan

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେସାଲ ସେଲକୁ ମିଳିଛି ବଡ଼ ସଫଳତା। ତିହାର ଜେଲରେ ବନ୍ଧ ଥିବା ଡ୍ରଗ ମାଫିଆ ହସିମ ବାବାର ପତ୍ନୀ ଜୋୟାକୁ ବାନ୍ଧିଛି ଦିଲ୍ଲୀ ପୋଲିସ। ତା ନିକଟରୁ ୧ କୋଟି ମୁଲ୍ୟର ୨୭୦ ଗ୍ରାମର ହିରୋଇନ ମଧ୍ୟ ଜବତ କରାଯାଇଛି। ତେବେ ଜଣେ ଜିମ୍ ମାଲିକଙ୍କୁ ହତ୍ୟା ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ହାସିମ ବାବାକୁ ଗତ ବର୍ଷ ଦିଲ୍ଲୀର ଗ୍ରେଟର କୈଲାସରୁ ଗିରଫ କରାଯାଇଥିଲା। ପୂର୍ବରୁ ତା ଉପରେ ଅବୈଧ ଅସ୍ତ୍ରଶସ୍ତ୍ର ରଖିବା ଓ ଧମକ ଚମକ ଦେଇ ବଟି ଆଦାୟ କରିବାର ମଧ୍ୟ ଅଭିଯୋଗ ରହିଥିଲା।  

ସୂଚନା ମୁତାବକ, ହାସିମ ବାବାର ଗିରଫଦାରି ପରେ ଜୋୟା ଗ୍ୟାଙ୍ଗକୁ ସମ୍ଭାଳିବା ସହ ବିଭିନ୍ନ ଅପରାଧ ଘଟେଇବାରେ ସହଯୋଗ କରୁଥିଲା। ସେ ନିଜ ସ୍ୱାମୀକୁ ଛାଡପତ୍ର ଦେବାପରେ ହସିମକୁ ୨୦୧୭ ମସିହାରେ ବିବାହ କରିଥିଲା। କିନ୍ତୁ ଜୋୟା ଡ୍ରଗ କାରବାରରେ ସାମିଲ ଥିବା ନେଇ ପୋଲିସକୁ ଖବର ମିଳିବା ପରେ ତାକୁ ଧରିବା ପାଇଁ ପୋଲିସ ଜାଲ ବିଛାଇ ଥିଲା। 

ହସିମ ବାବା ଗିରଫ ହେବା ପରେ ଜୋୟା ତାକୁ ଦେଖା କରିବାକୁ ବରାବର ଜେଲ ଯିବା ଆସିବା କରୁଥିଲା। ଏହି ସମୟରେ ଉଭୟେ ଗ୍ୟାଙ୍ଗ ଚଳାଇବା ସମ୍ପର୍କରେ କଥାବାର୍ତ୍ତା ହେଉଥିଲେ। ପୁରା ବ୍ଲୁପ୍ରିଣ୍ଟ ହସିମ ପ୍ରସ୍ତୁତ କରୁଥିବାବେଳେ ଜୋୟା ଏହି ଆଧାରରେ ଅପରାଧ ଘଟାଇ ଚାଲିଥିଲା। ଜୋୟାର ପୁରା ପରିବାର ଅପରାଧ ଦୁନିଆ ସହ ଜଡିତ। ଜୋୟାର ମା ସେକ୍ସ ରାକେଟରେ ସାମିଲ ଥିବା ବେଳେ ତାଙ୍କୁ ଏହି ମାମଲାରେ ୨୦୨୪ ମସିହାରେ ଗିରଫ କରାଯାଇଛି। ଜୋୟାର ବାପା ମଧ୍ୟ ଡ୍ରଗ କାରବାରରେ ଜଡିତ। ତେବେ ହସିମକୁ ପୋଲିସ ଉଠାଇନେବା ପରେ ଜୋୟା ନିଜ ବାପାଙ୍କ ଗ୍ୟଙ୍ଗର ୪-୫ ଜଣ ବନ୍ଧୁକଧାରି ଲୋକଙ୍କୁ ନିଜ ସୁରକ୍ଷା ପାଇଁ ପାଖରେ ରଖିଥିଲା ବୋଲି ସୂଚନା ମିଳିଛି। 

ଜୋୟାକୁ ହାଇ ପ୍ରୋଫାଇଲ ପାର୍ଟି ସହ ଦାମି ପୋଷାକ ପିନ୍ଧିବାର ସଉକ ଥିଲା। ସେ ପ୍ରତି ଦୁଇ ତିନି ଦିନରେ ଥରେ ହାଇ ପ୍ରୋଫାଇଲ ପାର୍ଟିର ଆୟୋଜନ କରୁଥିଲା। ଏହି ପାର୍ଟିରେ ଦାମି ମଦ ସହ ଡ୍ରଗ ଭଳି ନିଶା ସେବନ ମଧ୍ୟ ହେଉଥିଲା। ନିଜ କଳାକାରନାମାକୁ ଘୋଡେଇବା ପାଇଁ ଜୋୟା ଏହି ପାର୍ଟିର ସାହାରା ନେଉଥିଲା। 

ଏହା ପୂର୍ବରୁ ଜାନୁଆରି ମାସରେ ପୋଲିସ ହାସିମ ବାବା ଗ୍ୟାଙ୍ଗର ଆଉ ଜଣେ ମୋଷ୍ଟ ୱାଣ୍ଟେଡ ସଦସ୍ୟକୁ ଗିରଫ କରିଛି। ଅଭିଯୁକ୍ତର ନାମ ଚେତନ ଶର୍ମା ହୋଇଥିବା ବେଳେ ତାର ବୟସ ୨୩ ବର୍ଷ ବୋଲି ଜଣାପଡିଛି। ଚେତନ ୨୦୨୩ ମସିହାରେ ଜଣେ ସ୍ଥାନିୟ ମଦ ମାଫିଆଙ୍କୁ ବଟି ମାଗିଥିଲା। ତେବେ ସେ ବଟି ଦେବାକୁ ମନା କରିବାରୁ ଚେତନ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ଅଭିଯୋଗରେ ପୋଲିସ ତାକୁ ଗିରଫ କରିବା ସହ ତା ନିକଟରୁ ଗୋଟିଏ ପିସ୍ତଲ ଓ ୫ଟି କାର୍ତୁସ ମଧ୍ୟ ଜବତ କରିଥିଲା। ଚେତନ ଜଣେ ପେଶାଦାର ଅପରାଧୀ ହୋଇଥିବା ବେଳେ ତା ନାଁରେ ଚୋରୀ, ହତ୍ୟା, ରାହାଜାନୀ ଭଳି ସଙ୍ଗିନ ଅଭିଯୋଗ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.