ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

ଗୃହରେ ହଙ୍ଗାମା, LoP ଆତିଶୀଙ୍କ ସମେତ ୧୧ MLA ସସପେଣ୍ଡ

Published By : Ankita S | February 25, 2025 11:43 AM

ନୂଆଦିଲ୍ଲୀ,୨୫/୦୨:  ବିରୋଧୀଙ୍କ ପ୍ରବଳ ହୋ ହାଲ୍ଲା । ଉପରାଜ୍ୟପାଳଙ୍କୁ କଥା ପଦେ କୁହାଇ ଦେଲେ ନାହିଁ । ଫଳରେ ବାଧ୍ୟ ହୋଇ ଆକ୍ସନ ନେଲେ ବାଚସ୍ପତି । ଦିଲ୍ଲୀ ବିଧାନସଭା ଅଧିବେଶନ ଆଜି ହଙ୍ଗାମାରୁ ଆରମ୍ଭ ହୋଇଛି । ଉପରାଜ୍ୟପାଳ ଭିକେ ସକ୍ସେନା ଗୃହରେ ଅଭିଭାଷଣ ଦେବା ସମୟରେ ବିରୋଧୀ ଆମ୍ ଆମଦୀ ପାର୍ଟି (ଆପ୍) ସଦସ୍ୟ ଜୋରଦାର ହଙ୍ଗାମା କରିଥିଲେ । ବାବାସାହେବ ଆମ୍ବେଦକର ଓ ଭଗତସିଂହଙ୍କ ଫଟୋ ହଟାଇ ସେଠି ପିଏମ୍ ମୋଦିଙ୍କ ଫଟୋ ଲଗା ଯିବାକୁ ନେଇ ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ । ଏହାକୁ ନେଇ ବାଚସ୍ପତି ବିଜେନ୍ଦର ଗୁପ୍ତା ୧୧ ଆପ୍ ବିଧାୟକଙ୍କୁ ଗୋଟିଏ ଦିନ ପାଇଁ ସସପେଣ୍ଡ କରିଛନ୍ତି । ସେଥିରେ ବିରୋଧୀ ଦଳ ନେତା ଆତିଶୀ ରହିଛନ୍ତି ।

LoP ଆତିଶୀଙ୍କ ସମେତ ୧୧ MLA ଗୋଟିଏ ଦିନ ପାଇଁ ଗୃହରୁ ସସପେଣ୍ଡ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ବିରେନ୍ଦ୍ର କାଧ୍ୟତ୍ରା, କୁଲଦୀପ, ଗୋପଳ ରାୟ,ଜରନେଲ ସିଂହ, ସଞ୍ଜୀବ ଝା, ଅନିଲ ଝା, ବିଶୋଷ ରବି, ସୋମଦତ୍ତ ଏବଂ ବୀର ସିଂହ ଧିଗନ ସାମିଲ ଅଛନ୍ତି । ସସପେଣ୍ଡ ପରେ ଗୃହ ବାହାରେ ବିରୋଧ ପ୍ରଦର୍ଶନ କରିଛି ଆପ୍ । 

ଅଧିକ ପଢନ୍ତୁ...କମ୍‌ବ୍ୟାକ୍‌ ହେବ ତ ଏମିତି ! ବାଚସ୍ପତିଙ୍କ ନିର୍ଦ୍ଦେଶରେ ଗୃହରୁ ବିଦା ହେଉଥିଲେ, ଏବେ ସେହି ଚୌକିରେ ବସିଲେ ବିଜେନ୍ଦର ଗୁପ୍ତା

ଗୋଟିଏ ଦିନ ପାଇଁ ସସପେଣ୍ଡ ପରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି, ''ଭାରତୀୟ ଜନତା ପାର୍ଟି ସିଏମ୍ କାର୍ଯ୍ୟାଳୟରେ ବାବାସାହେବ ଆମ୍ବେଦକରଙ୍କ ସ୍ଥାନରେ ପିଏମ୍ ମୋଦିଙ୍କ ଫଟୋ ଲଗାଇଛନ୍ତି । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ବାବାସାହେବଙ୍କ ଫଟୋ ସ୍ଥାନରେ ନରେନ୍ଦ୍ର ମୋଦି ଜୀଙ୍କ ଫଟୋ ଲାଗିଛି । ମୁଁ ପଚାରିବାକୁ ଚାହୁଁଛି କି କଣ ମୋଦି ଜୀ ବାବା ସାହେବ ଆମ୍ବେଦକରଙ୍କଠୁ ବଡ ? ଏତେ ଅହଂକାର କାହିଁକି ? ଏହାକୁ ବିରୋଧ କରି ଗୃହରେ ପ୍ରତିବାଦ କରିଥିଲୁ । ବିଧାନସଭାରୁ ନେଇ ରାଜରାସ୍ତା ଯାଏ ସବୁଠି ପ୍ରଦର୍ଶନ କରିବୁ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.