ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ପୁଣି ପ୍ରେମରେ ପଡିଲେ ହାର୍ଦିକ ପାଣ୍ଡ୍ୟା, ଜାଣନ୍ତୁ...

Published By : Bijay Swain | February 24, 2025 10:07 PM

Image courtesy: indiatoday

ନୂଆଦିଲ୍ଲୀ: ପୁଣି ପ୍ରେମରେ ପଡିଲେ ହାର୍ଦିକ ପାଣ୍ଡ୍ୟା। ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ନିକଟରେ ହୋଇଥିବା ହାର୍ଦିକଙ୍କ ବିବାହ ବିଚ୍ଛେଦର ଚର୍ଚ୍ଚା ଥମିନଥିବା ବେଳେ ପୁଣି ଏ କି ଖବର। ତେବେ ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ କ୍ରିକେଟ ପ୍ରେମିଙ୍କ ଭିତରେ କିଛି ଏହିଭଳି ଚର୍ଚ୍ଚା ଲାଗି ରହିଛି। 

ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ତଥା ଗାୟିକା ଜସ୍ମିନ ୱାଲିଆଙ୍କ ସହ ହାର୍ଦିକଙ୍କର ଲିଙ୍କ ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି। ନିକଟରେ ଜସ୍ମିନ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ଜସ୍ମିନ ଛୁଟି କାଟିବାକୁ ଯାଇଥିବା ବେଳେ ତାଙ୍କ ପଛପାଖରେ ହାର୍ଦିକଙ୍କ ଟାଟୁ ୱାଲା ହାତ ରହିଥିବା ଭଳି ନଜର ଆସୁଛି। ଏଣୁ ଉଭୟ ସାଥିରେ ସମୟ କାଟୁଛନ୍ତି ବୋଲି କ୍ରିକେଟ ପ୍ରେମିମାନଙ୍କ ଭିତରେ ଚର୍ଚ୍ଚା ଲାଗିରହିଛି। 

ସବୁଠୁ ବଡ କଥା ହେଉଛି ଚଳିତ ଆଇସିସି ଚାମ୍ପିୟନ ଟ୍ରଫିର ବହୁପ୍ରତିକ୍ଷିତ ଭାରତ ଓ ପାକିସ୍ଥାନ ମ୍ୟାଚ୍ ଦେଖିବାକୁ ଜସ୍ମିନ ଗ୍ରାଉଣ୍ଡରେ ପହଞ୍ଚିଥିଲେ। ମ୍ୟାଚ୍ ଆରମ୍ଭ ହେବା ପରେ ଜସ୍ମିନ ପଡିଆକୁ ଲକ୍ଷ୍ୟ କରି ଫ୍ଲାଇଙ୍ଗ କିସ ଦେଉଥିବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ଏହା ସହ ସେ ଟିମ ଇଣ୍ଡିଆକୁ ସମର୍ଥନ ଦେବା ସହ ହାର୍ଦିକଙ୍କୁ ନେଇ ଖୁସି ବ୍ୟକ୍ତ କରିଥିଲେ। ଆଉ ଏହା ଉପରେ କ୍ରିକେଟ ଫ୍ୟାନଙ୍କ ନଜର ପଡିଥିଲା। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜସ୍ମିନଙ୍କ ଏହି ଫ୍ଲାଇଙ୍ଗ କିସ୍ ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ମ୍ୟାଚ୍ ରେ ତାଙ୍କ ଉପସ୍ତିତିକୁ ନେଇ ସୋଶିଆଲ ମିଡିଆ ୟୁଜର୍ସ ମାନଙ୍କ ଭିତରେ କମେଣ୍ଟର ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। 




ଜସ୍ମିନଙ୍କୁ ନେଇ ସମସ୍ତ କ୍ରିକେଟ ପ୍ରେମିମାନଙ୍କ ମଧ୍ୟରେ ଜବରଦସ୍ତ କୌତୂହଳ ଥିବା ବେଳେ ଅନେକ ଫ୍ୟାନ ହାର୍ଦିକଙ୍କ ଖେଳ ଫର୍ମାଟକୁ ନେଇ ଆଶେଯ୍ୟ ହୋଇଯାଇଛନ୍ତି। ଭାରତ ପାକିସ୍ତାନ ମ୍ୟାଚ୍ ରେ ସେ ଗୂରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେବେ ଚଳିତ ମ୍ୟାଚ୍ ରେ ଜସ୍ମିନଙ୍କ ଏଣ୍ଟ୍ରି ସହ ହାର୍ଦିକଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ବର୍ତ୍ତମାନ କ୍ରିକେଟଫ୍ୟାନ ମାନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି।

ତେବେ ହାର୍ଦିକ ଓ ତାଙ୍କ ପୂର୍ବତନ ପ୍ରେମିକା ନତାସା କିଛି ଦିନ ତଳେ ଅଲଗା ହୋଇଛନ୍ତି। ଯାହାକୁ ନେଇ ହାର୍ଦିକ ବହୁ ସମସ୍ୟାର ସାମ୍ନା କରିଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ରହିଛି। ତାଙ୍କ ନାମ ଅଗସ୍ତ୍ୟା ହୋଇଥିବା ବେଳେ ସେ ବର୍ତ୍ତମାନ ନାତାଶାଙ୍କ ପାଖରେ ରହୁଛନ୍ତି। ତେବେ ଅଗସ୍ତ୍ୟାଙ୍କ ଉପରେ ଉଭୟ ହାର୍ଦିକ ଓ ନତାସାଙ୍କ ସମାନ ଅଧିକାର ରହିଛି ବୋଲି କୋର୍ଟ ଆଦେଶ ଜାରି କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.