ନୂଆଦିଲ୍ଲୀ- ଆମେରିକାକୁ ଲଗାତାର ଡିପୋର୍ଟ କରାଯାଉ ଥିବା ଭାରତୀୟଙ୍କ ସଂଖ୍ୟାକୁ ଦେଖି ଭାରତରେ ଫେକ୍ ଟ୍ରାଭେଲ୍ ଏଜେଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି। ଅମୃତସରରେ ପ୍ରଶାସନ ପାଖାପାଖି ୪୦ଟ୍ରାଭେଲ ଏଜେଣ୍ଟସଙ୍କ ଲାଇସେନ୍ସ ରଦ୍ଦ କରି ଦେଇଛି, ୧୭ ଜଣ ଲୋକ ନିଜ ଏଜେଣ୍ଟଙ୍କ ବିରୋଧରେ ଏଫଆଇଆର ରୁଜୁ କରାଇଛନ୍ତି। କଥିତ ଭାବେ ଯେଉଁ ଭାରତୀୟଙ୍କୁ ଆମେରିକୀୟ ସରକାର ନିକଟରେ ଡିପୋର୍ଟ କରିଛନ୍ତି , ସେ ଏହି ଟ୍ରାଭେଲ୍ ଏଜେଣ୍ଟଙ୍କ ମାଧ୍ୟମରେ ଡଙ୍କି ରୁଟ୍ର ମାଧ୍ୟମରେ ଆମେରିକାରେ ପହଞ୍ଚୁ ଥିଲେ।
ପଞ୍ଜାବରେ ଫେକ୍ ଟ୍ରାଭେଲ୍ ଏଜେଣ୍ଟଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଅମୃତସରର ଡେପୁଟୀ କମିଶନର ସାକ୍ଷୀ ସାହନୀଙ୍କ ନେତୃତ୍ୱରେ କରାଯାଇଛି। ଏହି ୪୦ ଜଣ ଲୋକଙ୍କ ଲାଇସେନ୍ସ ରଦ୍ଦ କରିବା ବ୍ୟତୀତ ପ୍ରଶାସନ ମଧ୍ୟ ବାକି ୨୭୧ ଏମିତି ଟ୍ରାଭେଲ ଏଜେଣ୍ଟଙ୍କୁ ନୋଟିସ୍ ପଠାଇଛି, ଯିଏକି ନିଜର ଲାଇସେନ୍ସକୁ ରିନ୍ୟୁ କରି ନାହାନ୍ତି।
ପ୍ରଶାସନ ପକ୍ଷରୁ ଏସଡିଏମକୁ ସହରରେ କାମ କରୁଥିବା ସବୁ ଟ୍ରାଭେଲ୍ ଏଜେଣ୍ଟ ଓ ଇମିଗ୍ରେସନ କନ୍ସଲଟେଣ୍ଟସର କାଗଜପତ୍ର ଯାଞ୍ଚ କରିବା ପାଇଁ କୁହାଯାଇଛି। ଏହା ବ୍ୟତୀତ ସବୁ ଏଜେଣ୍ଟଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ଯେ,ସେ କାର୍ଯ୍ୟାଳୟରେ ସବୁ କାଗଜ ରଖନ୍ତୁ , ଯଦି ସେ ଅଧୁରା କାଗଜପତ୍ର ସହ କାମ କରୁଥିବାର ଜଣାପଡ଼େ ତ ଏହା ତାଙ୍କର ଲାଇସେନ୍ସ ପାଇଁ ବିପଦର କଥା ହେବ। ଏମିତି ସବୁ ଫେକ୍ ଏଜେଣ୍ଟ ବିରୋଧରେ କଠିନରୁ କଠିନ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଇଣ୍ଡିଆ ଟୁଡେ୍ ମୁତାବିକ , ଏହି ପୂରା ଅପରେସନ ବେଳେ ପୁଲିସ ପ୍ରଶାସନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଆଗାମୀ ଦିନରେ ଆହୁରି ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ପଞ୍ଜାବରେ ଫେକ୍ ଏଜେଣ୍ଟର ରାକେଟ୍ର ରହସ୍ୟ ପର୍ଦ୍ଦାଫାସ ସେତେବେଳେ ହେଲା ,ଯେବେ ଆମେରିକାରୁ ନିର୍ବାସିତ କରାଯାଇ ଥିବା ୩୪୫ଲୋକଙ୍କ ମଧ୍ୟରେ ୧୩୧ ଜଣ ନାଗରିକ କେବଳ ପଞ୍ଜାବରୁ ଥିଲେ। ଏତେ ସଂଖ୍ୟାରେ ନାଗରିକଙ୍କ ନିର୍ବାସନ ହେବା ପରେ ପଞ୍ଜାବ ସରକାର ଫ୍ରଡ୍ କରୁଥିବା ଏଜେଣ୍ଟଙ୍କ ଉପରେ ଆକ୍ସନ ପୂର୍ବକ ସ୍ୱତନ୍ତ୍ର ଯାଞ୍ଚ ଦଳର ଗଠନ କରିଥିଲେ। ଏହାର ନେତୃତ୍ୱ ଏଡିଜିପି ପ୍ରବୀଣ ସିହ୍ନା କରୁଛନ୍ତି।
ସିହ୍ନା ଇଣ୍ଡିଆ ଟୁଡେକୁ କହିଛନ୍ତି , ପଞ୍ଜାବର ମୋଟ ୧୩୧ ଲୋକଙ୍କୁ ନିର୍ବାସିତ କରାଯାଇଛି। ଏହିସବୁରେ କେବଳ ୧୭ ଜଣ ଲୋକ ଆଗକୁ ଆସିଛନ୍ତି ଏବଂ ସେ ନିଜର ଟ୍ରାଭେଲ ଏଜେଣ୍ଟଙ୍କ ଉପରେ ଏଫଆଇଆର ରୁଜୁ କରାଇଛନ୍ତି। ଆମେ ଏହି ଏଫଆଇଆର ଆଧାରରେ ୩ଜଣ ଏଜେଣ୍ଟଙ୍କୁ ଗିରଫ କରିଛୁ। ସେ କହିଛନ୍ତି କି ପୂରା ପଞ୍ଜାବରେ ଆମେ ଟ୍ରାଭେଲ୍ ଏଜେଣ୍ଟଙ୍କ ରେକର୍ଡ ଓ ତାଙ୍କର କଗଜପତ୍ରର ଯାଞ୍ଚ କରୁଛୁ। ଏହାସହ ଆମେ ଲୋକଙ୍କ ମଧ୍ୟରେ ସଚେତନତା ପ୍ରସାର କରୁଛି କି ଅବୈଧ ଭାବେ ଆମେରିକା ବା ଆଉ କୌଣସି ଦେଶକୁ ଯିବାକୁ ପ୍ରୟାସ କରନ୍ତୁ ନାହିଁ।