ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

'ତୁମେ ପୂରା ସେମିତିକା …' ; IAS ଅଧିକାରୀଙ୍କ ଫିଲ୍ମ ଷ୍ଟାଇଲ୍‌ରେ ଲେଖା ଲଭ୍‌ ଲେଟର ଭାଇରାଲ

Published By : Prameya | February 18, 2025 10:51 PM

ନୂଆଦିଲ୍ଲୀ : ଜଣେ ଆଇଏଏସ୍‌ ଅଧିକାରୀଙ୍କର ଲଭ୍‌ ଲେଟର ଏହି ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ପ୍ରେମଚିଠି ରାଜସ୍ଥାନର ଯୁବ ଆଇଏଏସ ନିଶାନ୍ତ ଜୈନ ଲେଖିଛନ୍ତି। ଲଭ୍‌ ଲେଟର ଭାଇରାଲ ହେବା ପରେ ତାଙ୍କର ଲଭ୍‌ ଷ୍ଟୋରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଉଲ୍ଲେଖନୀୟ ଯେ, ଏହି ଚିଠି ସେ ତାଙ୍କର ବାହାଘରର ୭ମ ବିବାହ ବାର୍ଷିକୀ ଅବସରରେ ନିଜର ପତ୍ନୀଙ୍କ ପାଇଁ ଲେଖିଛନ୍ତି। ସୋସିଆଲ ମିଡ଼ିଆରେ ସେୟାର କରାଯାଇ ଥିବା ଏହି ଚିଠି ଖୁବ୍‌ ଜୋରରେ ଭାଇରାଲ ହେଉଛି।

ଭାଲେଣ୍ଟାଇନ୍‌ ଡେ’କୁ ୪ଦିନ ବିତି ସାରିଛି , କିନ୍ତୁ ଯୁବ ଆଇଏଏସଙ୍କର ପ୍ରେମ ଚିଠି ଏବେ ଭାଇରାଲ ହେଉଛି। ଉଲ୍ଲେଖନୀୟ ଯେ , ରାଜସ୍ଥାନର ଯୁବ ଆଇଏଏସ୍‌ ନିଜ ବିବାହ ବାର୍ଷିକୀରେ ପତ୍ନୀଙ୍କ ପାଇଁ ଫିଲ୍ମ ଷ୍ଟାଇଲ୍‌ରେ ଏକ ଚିଠି ଲେଖିଛନ୍ତି , ଏହି ଚିଠିରେ ଲେଖା ହୋଇଛି …ତୁମେ ପୂରା ସେମିତି , ଯେମିତି ମୁଁ ଭାବୁ ଥିଲି …।

କିଏ ଏହି ଆଇଏଏସ୍‌ ନିଶାନ୍ତ ଜୈନ ?

ନିଶାନ୍ତ ଜୈନ ରାଜସ୍ଥାନ କ୍ୟାଡରର ଜଣେ ଆଇଏଏସ୍‌ ଅଧିକାରୀ। ସେ ମୂଳତଃ ଉତ୍ତର ପ୍ରଦେଶର ମିରଟରେ ରୁହନ୍ତି। ବର୍ତ୍ତମାନ ତାଙ୍କର ମୁତୟନ ଜୟପୁର ବିକାଶ ପ୍ରାଧିକରଣରେ ହୋଇଛି, ସେଠାରେ ସେ ସଚିବ ଭାବେ କାର୍ଯ୍ୟରତ। ଏହା ପୂର୍ବରୁ ସେ ରାଜସ୍ଥାନର ବାଡମେର ଜିଲ୍ଲାରେ କଲେକ୍ଟର ମଧ୍ୟ ରହି ସାରିଛନ୍ତି। ନିଶାନ୍ତ ଜୈନ ୟୁପିଏସସିର ପରୀକ୍ଷା ୨୦୧୪ରେ କ୍ଲିୟର କରିଥିଲେ। ଏହା ତାଙ୍କର ଦ୍ୱିତୀୟ ପ୍ରୟାସ ଥିଲା। ବିଶେଷ କଥା ଏହି କି ନିଶାନ୍ତ ହିନ୍ଦୀ ମାଧ୍ୟମରେ ପରୀକ୍ଷା ଦେଇ ଥିଲେ। ସେ ରୁକ୍‌ ଜାନା ନହିଁ ମୁଝେ ବନନା ହୈ ୟୁପିଏସସି ଟପର ପୁସ୍ତକ ମଧ୍ୟ ଲେଖି ସାରିଛନ୍ତି।

ପ୍ରେମଚିଠିରେ କଣ ଲେଖିଛନ୍ତି ?

ଆଇଏଏସ୍ ନିଶାନ୍ତ ଜୈନ ଲେଖିଛନ୍ତି କି, ଯେବେ ୨୫ବର୍ଷର ଥିଲି ତ ବାହାଘର ନାଁ ଶୁଣିଲେ ଡ଼ର ଲାଗୁଥିଲା , କ୍ୟାରିୟରର ସଂଘର୍ଷ ଭିତରେ ବିବାହ କଥା ଆସିଲା ଓ ଚାଲିଗଲା। ସୌଭାଗ୍ୟ କି ସେତେବେଳେ ଘରଲୋକ ବିବାହ କଥା କିଛି କହି ନଥିଲେ। ତାଙ୍କର ଆଇଏଏସ୍‌ ଟ୍ରେନିଂ ପରେ , ଯେତେବେଳେ ସେ ଏକ ଜିଲ୍ଲାରେ ଚାକିରି ପାଇଲେ , ସେତେବେଳେ ସେ ନିଃସଙ୍ଗତା ଅନୁଭବ କଲେ , ଆଉ ତାହା ହିଁ ତାଙ୍କୁ ବିବାହ କରିବାକୁ ପ୍ରବର୍ତ୍ତାଇଲା। 

ଭାଇରାଲ ଚିଠିରେ ଆଇଏଏଶସ ନିଶାନ୍ତ କହିଛନ୍ତି – ଯେତେବେଳେ ପ୍ରଥମ ଥର ସେ ଭେଟିଥିଲେ , କଣ ସବୁ କଥା ହୋଇଥିଲେ, ଯେବେ ଏକୁଟିଆ ବସାଇ କଥାବାର୍ତ୍ତା କରା ଯାଇଥିଲା। ଏହାପରେ ଆଇଏଏସ୍‌ ପତ୍ନୀଙ୍କୁ ସବୁଠୁ ଭଲ ଜୀବନସାଥି କହିଛନ୍ତି। ସେ ଲେଖିଛନ୍ତି ଯେ, ମୋତେ ଜୀବନର ସବୁଠୁ ମୁସ୍କିଲ କ୍ଷଣରେ ମଧ୍ୟ ସହଜ ମନେକରିବାକୁ ସାହସ ଦେଉଥିବା ମୋର ଫୁଲଟାଇମ୍‌ ମ୍ୟାନେଜର ଓ ସଙ୍ଗିନୀଙ୍କୁ  ବିବାହର ୭ମ ବିବାହ ବାର୍ଷିକୀର ଶୁଭେଚ୍ଛା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.