ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବ୍ଲେୟାର ହାଉସ୍‌ରେ ପିଏମ୍‌ ମୋଦିଙ୍କୁ ଭେଟିବା ପରେ ଏଲନ୍‌ ମସ୍କଙ୍କ ପ୍ରଥମ ଏକ୍ସ ପୋଷ୍ଟ

Published By : Prameya | February 14, 2025 8:42 PM

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସଦ୍ୟ ଦୁଇ ଦିବସୀୟ ଆମେରିକା ଯାତ୍ରା ବେଳେ ଟେକ୍‌ ସମ୍ରାଟ୍ ଏଲନ ମସ୍କ ଓ ତାଙ୍କ ପରିବାର ସହ ଭେଟ ହୋଇଛନ୍ତି। ନିଜର ଏହି ସାକ୍ଷାତ୍‌ ପରେ, ପିଏମ୍‌ ଏକ୍ସରେ ମସ୍କ, ତାଙ୍କର ପାର୍ଟନର ଶିଭୋନ ଜିଲିସ୍‌ ଓ ତାଙ୍କର ତିନି ଜଣ ପିଲା ଏକ୍ସ ଏଇ ଏ-ଏକ୍ସଆଇଆଇ (ଲିଟିଲ୍‌ ଏକ୍ସ) , ଅଜୁର ଏବଂ ଷ୍ଟ୍ରାଇଡରଙ୍କୁ ଭେଟିବାର ନିଜର ପ୍ରଶଂସା ବ୍ୟକ୍ତି କରିଛନ୍ତି। ଅନ୍ୟପଟେ, ଟେସଲାର ସିଇଓ ମଧ୍ୟ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି – ବିଶ୍ୱ ନେତାଙ୍କୁ ଭେଟିବା ପରେ ଏକ୍ସରେ ତାଙ୍କର ପ୍ରଥମ ସେୟାର।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି , ମିଷ୍ଟର ଏଲନ୍‌ ମସ୍କଙ୍କ ପରିବାର ସହ ଭେଟ ହେବା ଓ ଅନେକ ବିଷୟ ଉପରେ କଥାବାର୍ତ୍ତା କରି ବହୁତ ଭଲ ଲାଗିଲା। ସେ ୪ଟି ଫଟୋ ମଧ୍ୟ ସେୟାର କରିଛନ୍ତି। ଏଥିରୁ ଦୁଇଟି ଫଟୋରେ ସେ ମସ୍କଙ୍କ ସହ କଥାବାର୍ତ୍ତା କରିବାର ନଜର ଆସୁଛନ୍ତି , ଅନ୍ୟ ଫଟୋ ଗୁଡ଼ିକରେ ପିଲାଙ୍କ ସହ ତାଙ୍କର ଖୁବ୍‌ ଉତ୍ସାହର ସହ କଥାବାର୍ତ୍ତା ଦେଖିବାକୁ ମିଳୁଛି। 

ଏଲନ ମସ୍କ ପିଏମ୍‌ ମୋଦିଙ୍କ ଏକ୍ସ ପୋଷ୍ଟକୁ ରିପୋଷ୍ଟ କରିଛନ୍ତି ଏବଂ ୬ଟି ଶବ୍ଦର ଜବାବ ସେୟାର କରିଛନ୍ତି। ସେ ଲେଖିଛନ୍ତି ,ସାକ୍ଷାତ୍‌ କରିବା ସମ୍ମାନର କଥା ଥିଲା।

ଏଲନ ମସ୍କଙ୍କୁ ସମ୍ୱୋଧିତ କରି ପିଏମ୍ ମୋଦି ଆଉ ଏକ ପୋଷ୍ଟ ମଧ୍ୟ ସେୟାର  କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି , ୱାଶିଂଟନ ଡିସିରେ ଏଲନ ମସ୍କଙ୍କ ସହ ବହୁତ ଭଲ ବୈଠକ ହୋଇଛି। ଆମେ ବିଭିନ୍ନ ମାମଲାକୁ ନେଇ ଆଲୋଚନା କଲୁ , ଯେଉଁଥିରେ ଏହି ମାମଲା ବି ସାମିଲ , ଯାହା ବିଷୟରେ ସେ ଭାବୁକ ହୋଇଛନ୍ତି , ଯେମିତି କି ସ୍ପେସ୍‌ , ମୋବିଲିଟି, ଟେକ୍ନୋଲୋଜି ଏବଂ ଇନୋଭେସନ। ମୁଁ ସୁଧାର ଓ ସର୍ବନିମ୍ନ ସରକାର , ସର୍ବାଧିକ ଶାସନକୁ ଆଗକୁ ବଢାଇବା ଦିଗରେ ଭାରତର ପ୍ରୟାସ ବିଷୟରେ କଥାବାର୍ତ୍ତା କରିଛି। ସେ ସ୍ପେସ୍‌ଏକ୍ସର ସିଇଓ ଓ ତାଙ୍କ ପରିବାର ସହ ସାକ୍ଷାତର ଫଟୋ ବି ସେୟାର କରିଛନ୍ତି। 

ଏହି ସାକ୍ଷାତ୍‌ ବେଳେ ପ୍ରଧାନମନ୍ତ୍ରୀ ଏଲନ ମସ୍କଙ୍କ ତିନି ଜଣ ପିଲାଙ୍କୁ ପୁସ୍ତକ ଉପହାରରେ ଦେଇଛନ୍ତି। ସେ ତାଙ୍କୁ ରବିନ୍ଦ୍ରନାଥ ଟାଗୋରଙ୍କର ଦ କ୍ରିସେଣ୍ଟ ମୁନ୍‌ , ଦ ଗ୍ରେଟ୍‌ ଆରକେ ନାରାୟଣ କଲେକ୍ସନ ଓ ପଣ୍ଡିତ ବିଷ୍ଣୁ ଶର୍ମାଙ୍କର ପଞ୍ଚତନ୍ତ୍ର ବହି ଗିଫ୍ଚ କରିଛନ୍ତି। ପରେ ସେ ପିଲାଙ୍କୁ ପୁସ୍ତକ ପଢୁ ଥିବାର ଫଟୋ ସେୟାର କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.