ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Mahakumbh: ସପ୍ତଗ୍ରହ ଦୃଶ୍ୟମାନ ସହ ସମାପନ ହେବ ମହାକୁମ୍ଭ; ଜାଣନ୍ତୁ ପୁରା ଘଟଣା...

Published By : Bijay Swain | February 20, 2025 6:08 PM

Image courtesy: indiatoday

ନୂଆଦୀଲ୍ଲି: ଆଉ ଦିନ କେଇଟା ପରେ ସରିବାକୁ ଯାଉଛି ମହାକୁମ୍ଭ। ଭକ୍ତିର ଶକ୍ତି ବଳରେ କୋଟି କୋଟି ଲୋକ ବୁଡ ପକାଇବାକୁ ଧାଇଁ ଆସିଛନ୍ତି ପ୍ରୟାଗରାଜ ସ୍ଥିତ ତ୍ରିବେଣୀ ସଙ୍ଗମ ଘାଟକୁ। ତେବ ମହାକୁମ୍ଭ ସମାପନ ଦିନ ସମଗ୍ର ପୃଥିବିରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି। ଯାହା ଆପଣଙ୍କୁ ତାଜୁବ କରିବ ନିଶ୍ଚିନ୍ତ। ଖବର ମୁତାବକ ସୌରମଣ୍ଡଳର ସମସ୍ତ ସାତଟି ଗ୍ରହ ସେଦିନ ଭାରତରୁ ଦୃଶ୍ୟମାନ ହେବେ ବୋଲି ସୂଚନା ରହିଛି।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ଦିନ ବୁଧ, ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ୟୁରାନ୍ସ ଓ ନେପଚୁନ ଭଳି ସୌରମଣ୍ଡଳର ସମସ୍ତ ସାତଟି ଗ୍ରହ ଭାରତ ଆକାଶରେ ସିଧାସଳଖ ଦୃଷ୍ଟିଗୋଚର ହେବେ। ଏହି ମହାଜାଗତିକ ଦୃଶ୍ୟ କୁମ୍ଭ ମେଳାକୁ ଆହୁରି ପବିତ୍ର କରିବାକୁ ଯାଉଛି। କାରଣ ଏହି ମାହାଜାଗତିକ ଘଟଣା ଆଧ୍ୟାତ୍ମିକ ଶକ୍ତିକୁ ବୃଦ୍ଧି କରିବ ବୋଲି ସାଧାରଣରେ ବିଶ୍ୱାସ ରହିଛି। 

୨୦୨୫ ମସିହା ଜାନୁଆରି ମାସରେ ଏହି ମହାଜାଗତିକ ଘଟଣାର ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟୟରେ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରାନ୍ସ ଓ ନେପଚୁନ ଭଳି ଗ୍ରହ ଏକ ଲାଇନରେ ଭାରତ ଆକାଶରେ ଦେଖାଦେବା ଆରମ୍ଭ କରିଥିଲେ। ତେବେ କୁମ୍ଭ ମେଳାର ଶେଷରେ ବୁଧ ଗ୍ରହ ମଧ୍ୟ ଏହି ମହାଜାଗତିକ ଦୃଶ୍ୟରେ ଦୃଷ୍ଟିଗୋଚର ହେବ। ଏହି ବିରଳ ମହାଜାଗତିକ ଦୃଶ୍ୟ ଫେବୃଆରୀ ୨୮ ତାରିଖରେ ସଂଗଠିତ ହେବାକୁ ଯାଉଛି। ଏହିଦିନ ସମସ୍ତ ସାତଟି ଗ୍ରହ ସୂର୍ଯ୍ୟ ସହ ସମାନ୍ତରାଳ ଭାବେ ଗତି କରିବ।

ଏହି ବିରଳ ମହାଜାଗତିକ ଦୃଶ୍ୟ ପଟର କୌଣସି ଠୋସ ବୌଜ୍ଞାନିକ ପ୍ରମାଣ ନାହିଁ। ତେବେ ଏହାକୁ ରାତିରେ ସଫା ଆକାଶରେ ସିଧାସଳଖ ଦେଖିହୁଏ। ସୂର୍ଯ୍ୟ ସହ ସମାନ୍ତରଳ ଭାବେ ସାତଟି ଗ୍ରହ ଏକା ସହ ଗତି କରିବା କ୍ୱିଚିତ ପରିଲକ୍ଷିତ ହୋଇଥାଏ। କାରଣ ପ୍ରା. ସମସ୍ତ ଗ୍ରହ ମାନଙ୍କର କକ୍ଷପଥ ସୂର୍ଯ୍ୟଙ୍କ ଅକ୍ଷପଥରେ ସମାନ୍ତରଳ ଭାବେ ଗତି କରିଥାଏ। 

ଏହି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିବାକୁ ଚାହୁଁଥିବା ଲୋକମାନେ ବିନା କୌଣସି ଯନ୍ତ୍ର ସାହାଯ୍ୟରେ ଖାଲି ଆଖିରେ ବୁଧ, ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି ଭଳି ପାଞ୍ଚଟି ଗ୍ରହକୁ ଦେଖିପାରିବେ। ତେବେ ୟୁରାନ୍ସ ଓ ନେପଚୁନ ଗ୍ରହକୁ ଦେଖିବା ପାଇଁ ଦୂରବିକ୍ଷଣ ଯନ୍ତ୍ରର ଆବଶ୍ୟକତା ରହିଛି। କାରଣ ଏହି ଦୁଇଟି ଗ୍ରହ ଆକାରରେ ଛୋଟ ହୋଇଥିବା ବେଳେ ସୌରମଣ୍ଡଳରେ ସବୁଠୁ ଦୁରରେ ରହିଛନ୍ତି। ତେବେ ସୂର୍ଯ୍ୟୋଦୟ ପୂର୍ବରୁ କିମ୍ବା ସୂର୍ଯ୍ୟାସ୍ତ ପରେ ଏହି ଦୃଶ୍ୟକୁ ଉପଭୋଗ କରିବାପାଇଁ ସବୁଠୁ ଭଲ ସମୟ ବୋଲି ବୌଜ୍ଞାନିକ ମତ୍ତ ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.