ନୂଆଦିଲ୍ଲୀ : ଜାନୁଆରୀ ୨୦୨୪ରେ ଯେବେ ଲୋକେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନକୁ ଅପେକ୍ଷା କରୁଥିଲେ, ସେତେବେଳେ ଅନେକ ପ୍ରେଗ୍ନେଣ୍ଟ ମହିଳା ନିଜର ପିଲାଙ୍କୁ ସେହି ତାରିଖ ଅର୍ଥାତ୍ ୨୨ ଜାନୁଆରୀରେ ଜନ୍ମ ଦେବାକୁ ହସ୍ପିଟାଲରେ ଲାଇନ୍ ଲଗେଇ ଥିଲେ। ସେ ଚାହୁଁ ଥିଲେ କି, ତାଙ୍କର ଶିଶୁର ଜନ୍ମ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ତାରିଖର ସହ ହେଉ। ସେ ଏଥିପାଇଁ ଡାକ୍ତରଙ୍କୁ ପୂର୍ବରୁ ଅନୁରୋଧ କରିଥିଲେ କି, ତାଙ୍କ କଥାକୁ ପୂରଣ କରାଯାଉ , ଯାହାକି ତାଙ୍କ ପିଲାର ଜନ୍ମ ଶୁଭ ମୁହୂର୍ତ୍ତ ଓ ତାରିଖରେ ହୋଇ ପାରିବ।
ଏହା କେବଳ ଗୋଟିଏ ଥରର ଘଟଣା ନଥିଲା , ବରଂ ପୂରା ଭାରତରେ ‘ମୁହୂର୍ତ୍ତ ଡେଲିଭରୀ’ ବା ଶୁଭ ସମୟରେ ଶିଶୁକୁ ଜନ୍ମ ଦେବାର ଟ୍ରେଡ୍ ବଢୁଛି । କିନ୍ତୁ ହସ୍ପିଟାଲ ଓ ଡାକ୍ତରଙ୍କୁ ଏହିପରି ଅନୁରୋଧ କାହିଁକି ମିଳୁଛି ? କିଛି କ୍ଲିନିକ୍ ତ ନିଜର ସର୍ଭିସ୍ ଲିଷ୍ଟରେ ‘ମୁହୂର୍ତ୍ତ ଡେଲିଭରୀ’କୁ ମଧ୍ୟ ସାମିଲ କରିବା ଯାଏ ପହଞ୍ଚି ଯାଇଛି। ଭାରତରେ କଣ ‘ମୁହୂର୍ତ୍ତ ଡେଲିଭରୀ’ର କ୍ରେଜ୍ ଏବେସୁଦ୍ଧା ସବୁଠୁ ଉଚ୍ଚ ସ୍ତରରେ ରହିଛି , ଯଦି ହଁ, ତ ଏହାର କାରଣ କଣ ?
ବେଙ୍ଗାଲୁରୁର ଗ୍ଲେନେଗଲ୍ସ ବିଜିଏସ ହସ୍ପଟାଲରେ ପ୍ରସୂତି ଓ ସ୍ତ୍ରୀ ରୋଗର ବରିଷ୍ଠ ପରାମର୍ଶଦାତା ଡା. ନିର୍ମଳା ଚନ୍ଦ୍ରଶେଖର କହିଛନ୍ତି କି, ‘ମୁହୂର୍ତ୍ତ ଡେଲିଭରୀ’ର ଅର୍ଥ ସେହି ପ୍ରଥାରୁ ଆସିଛି, ଯେଉଁଥିରେ ମାତା-ପିତା ନିଜ ପିଲାଙ୍କ ଜନ୍ମ ପାଇଁ ଏକ ଖାସ୍ ଦିନ ଓ ସମୟକୁ ବାଛନ୍ତି। ଅନେକ ସମୟରେ ପୂଜାରୀ ବା ଜ୍ୟୋତିଷୀଙ୍କ ଠାରୁ ପରାମର୍ଶ ନେବା ପରେ ହିଁ ଏହି ଦିନ ଓ ସମୟ ସ୍ଥିର କରାଯାଏ। ହେଲେ ଡାକ୍ତର ଏହା ସୁନିଶ୍ଚିତ କରନ୍ତି କି ପ୍ରେଗ୍ନେଣ୍ଟ ମହିଳାଙ୍କର ବୟସ ଠିକ୍ ଥିବ ଓ ଆଗକୁ ଯିବା ପୂର୍ବରୁ ଯେମିତି ତାଙ୍କର କୌଣସି ମେଡିକାଲ ଏମର୍ଜେନ୍ସି ହୋଇ ନଥିବା।
ଡାକ୍ତରଙ୍କ ଅନୁସାରେ , ଏହା କୌଣସି ନୂଆ କଥା ନୁହେଁ ଏବଂ ବୈକଳ୍ପିକ ସି-ସେକ୍ସନରେ ନିର୍ଭରତା ବୃଦ୍ଧି ଏହାକୁ ଅଧିକ ପ୍ରଚଳିତ କରି ଦେଇଛି। ସେ ଆହୁରି କହିଛନ୍ତି ଯେ, ପ୍ରଥମ ଥର ମାଆ ହେବାକୁ ଥିବା ଅନେକ ମହିଳା ପୂର୍ବରୁ ହିଁ ପ୍ଲାନ କରି ସି-ସେକ୍ସନର ବିକଳ୍ପ ବାଛନ୍ତି , ଏଥିରେ ଡେଲିଭରୀ ପାଇଁ ମଧ୍ୟ ପରଫେକ୍ଟ ଟାଇମ୍ ସ୍ଥିର କରିବା ତାଙ୍କୁ ଅଧିକ ତର୍କ ସଙ୍ଗତ ଲାଗିଥାଏ।
ଡେଲିଭରୀକୁ ସଂପୂର୍ଣ୍ଣ ରୂପେ କଣ୍ଟ୍ରୋଲ କରାଯାଇ ପାରିବ ନାହିଁ ଏବଂ ପରମ୍ପରାଗତ ଭାବେ ଅଧିକାଂଶ ଡେଲିଭରୀ ସ୍ୱାଭାବିକ ଭାବେ ହୋଇ ଆସିଛି, ଏଥିପାଇଁ ତାରିଖ ସ୍ଥିର କରିବା କେବଳ ଏକ ବଡ଼ ଅନୁମାନ ହେଉଥିଲା କି ପିଲା କେବେ ଜନ୍ମ ନେଇ ପାରେ। ହେଲେ ଏବେ ମେଡିକାଲ ସୁବିଧା ଗୁଡ଼ିକ ଆଡଭାନ୍ସ ହୋଇ ଯାଇଛି , ଏହି କାରଣରୁ ଅନେକ ମାତା ପିତା ମାନନ୍ତି ଯେ,ଜ୍ୟୋତିଷ ଅନୁସାରେ ତାରିଖ ଓ ସମୟ ବାଛି ନିଜ ପିଲର ଭାଗ୍ୟକୁ ମଧ୍ୟ ପ୍ରଭାବିତ କରିପାରିବେ। ଏହାକୁ ସାଧାରଣରେ ଅଙ୍କଶାସ୍ତ୍ରୀ ବା ପୂଜାରୀଙ୍କର ପରାମର୍ଶ ଉପରେ ପୂର୍ବରୁ ହିଁ ସ୍ଥିର କରାଯାଏ।
ହାଇଦ୍ରାବାଦର କେୟାର ହସ୍ପିଟାଲର କ୍ଲିନିକାଲ ଡାଇରେକ୍ଟର ଡା. ମଞ୍ଜୁଳା ଅନାଗାନୀ ଏହି କଥାରେ ସହମତ ଯେ ନିକଟତମ ବର୍ଷ ଗୁଡ଼ିକରେ ‘ମୁହୂର୍ତ୍ତ ଡେଲିଭରୀ’ର ଚାହିଦା ବଢିଛି। ଅଧିକରୁ ଅଧିକ ଲୋକ ଏହା ଚାହୁଁଛନ୍ତି , କାରଣ ତାଙ୍କ ମତରେ ଏହି ଅନିଶ୍ଚିତ ଦୁନିଆରେ ସେ ନିଜ ପିଲାର ଭାଗ୍ୟକୁ ପ୍ରଭାବିତ କରି ପାରନ୍ତି, ଯାହା କେବେ ଠିକ୍ ନୁହେଁ। ଆମ ହସ୍ପିଟାଲରେ ଏହି ପ୍ରାବଧାନ ସେହି ମାମଲା ଗୁଡ଼ିକରେ ଲାଗୁ ହୋଇ ଥାଏ , ଯେଉଁଠି ପୂର୍ବରୁ ହିଁ ସ୍ଥିର ହୋଇ ସାରି ଥିବ ଯେ, ଶିଶୁର ଜନ୍ମ ସିଜରିୟାନ ସେକ୍ସନ ଦ୍ୱାରା ହିଁ ହେବ।
ଏହି କାରଣ ଯେ,ହସ୍ପିଟାଲକୁ ମଧ୍ୟ ଏହି ଟ୍ରେଣ୍ଡ ବୃଦ୍ଧି ମୁତାବିକ ନିଜକୁ ଏଥିରେ ପକାଇବାକୁ ପଡ଼ିଛି। କିନ୍ତୁ ଏଥିପାଇଁ ମଧ୍ୟ କିଛି ପ୍ରତିବନ୍ଧକ ଲଗାଯାଇଛି। କିଛି ଡାଇରେକ୍ଟରଙ୍କ ଦାବି କି ସେ କିଛି ମାତା ପିତାଙ୍କ ଅନେକ ଅନୁରୋଧକୁ ଏଡେଇ ଦେଇଛନ୍ତି ।
ଏହି ମଧ୍ୟରେ ଏକ ଅଧ୍ୟୟନରୁ ଜଣାପଡ଼ିଛି କି ,ଭାରତରେ ସି-ସେକ୍ସନ ଡେଲିଭରୀରେ ବୃଦ୍ଧି ଘଟିଛି। ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ)ର ତଥ୍ୟରୁ ଜଣାପଡ଼ିଛି କି, ୨୦୧୫-୨୦୧୬ରେ ୧୭.୨ ପ୍ରତିଶତରୁ ୨୦୧୯-୨୦୨୧ରେ ୨୧.୫ ପ୍ରତିଶତର ବୃଦ୍ଧି ଘଟିଛି। ସର୍ବେରୁ ଏହା ମଧ୍ୟ ଜାଣପଡ଼ିଛି ଯେ, ଏହି ଟ୍ରେଣ୍ଡ ବିଶେଷ ଭାବେ ଘରୋଇ ହସ୍ପିଟାଲ ଗୁଡ଼ିକରେ ଜୋରସୋରରେ ଚାଲୁଛି , ଯେଉଁଠାରେ ପାଖାପାଖି ଅଧା ଡେଲିଭରୀ ବା ସି-ସେକ୍ସନ ହୋଇଥାଏ।